ଷଣ୍ଢ ସିଙ୍ଗ ଉପରେ ବସି ଦୋଳି ଖେଳୁଥିଲେ ଯୁବକ, ଲୋକେ କହିଲେ-ଏମିତି ବସିବାକୁ ସାହସ ଥିବା ଦରକାର; ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଆମେ ଏମିତି ଅନେକ ଭିଡିଓ ଦେଖିଥାଉ, ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ। ଏବେ ସେଭଳି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଏକ ଷଣ୍ଢ ଉପରେ ବସି ଷ୍ଟଣ୍ଟ କରୁଥିବା ଦେଖାଯାଇଛି। ଷଣ୍ଢଟି ଭୀଷଣ ଭାବେ ରାଗିଯାଇଥିବାରୁ ସେ ଲୋକକୁ ନିଜ ମୁଣ୍ଡରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ନଜର ଆସିଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ନଜର ଆସୁଥିବା ଷଣ୍ଢର ଗୋଡ଼ରେ ଦଉଡି ବନ୍ଧା ଯାଇଛି। ଆଖପାଖରେ ବହୁତ ଲୋକଙ୍କ ଭିଡ଼ ମଧ୍ୟ ଜମିଛି। ଏହି ସମୟରେ ଜଣେ ବ୍ୟକ୍ତି ଷଣ୍ଢକୁ ଧରି ତା’ବେକରେ ବସି ପଡୁଛି। ଷଣ୍ଢ ବ୍ୟକ୍ତିକୁ ନିଜ ଉପରୁ ଓହ୍ଲାଇବାକୁ ଚେଷ୍ଟା କରୁଛି କିନ୍ତୁ ବିଫଳ ହେଉଛି। କାରଣ ବ୍ୟକ୍ତି ଜଣକ ଷଣ୍ଢକୁ ଟାଣିକି ଧରିଛନ୍ତି।

ଏହି ଭିଡିଓକୁ ଟ୍ୱିଟରରେ ଆଇପିଏସ ଅଫିସର ରୂପିନ ଶର୍ମା ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, #ମହିଷାସୁର #କରୋନାରୁ ବଞ୍ଚିବା ଉପାୟ, ଦୁଇ #VACCସିଙ୍ଗକୁ ଛାଡ଼ନି, #VACCINTE PLS।। ଏହି ଭିଡିଓକୁ ଏବେ ଯାଏଁ ୩.୪ ହଜାର ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.