ନଦୀରେ କୁମ୍ଭୀର ସହ ପହଁରିଲେ ଯୁବକ, ମୁହଁ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ହେଲା କିଛି ଏମିତି

ଅନେକ ଯାତ୍ରୀଙ୍କ ପାଇଁ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଛିଡା ରହିବା ଏବଂ ବୁଲିବା ଖୁବ୍‌ ସୁନ୍ଦର ଅଭିଜ୍ଞତା ହୋଇପାରେ। ସେହିଭଳି ଡଲଫିନ୍‌ ସହ ପାଣିରେ ମଜା ଉଠାଇବାରେ ମଧ୍ୟ ଅନେକ ଯାତ୍ରୀଙ୍କ ଭଲ ଅନୁଭବ ରହିଥାଏ। ଅନେକ ସ୍ଥାନରେ ଜଙ୍ଗଲୀ ସୁଅର ସହ ମଧ୍ୟ ଲୋକମାନେ ସମୁଦ୍ରରେ ବୁଡିଥାନ୍ତି। ସେହିଭଳି ଯଦି ଆପଣ କେବେ ମାଲେସିଆ ଆସନ୍ତି ତେବେ ଏଠାରେ ଆପଣ ସମୁଦ୍ର କଇଁଚ ସହ ପାଣିରେ ମଜା ନେଉଥିବାର ଦେଖିବାକୁ ପାଇବେ। କିନ୍ତୁ କୁମ୍ଭୀର ସହ ପାଣିରେ ମଜା ଉଠାଇବାର କଥା ଶୁଣିବା ମାତ୍ରେ ହିଁ ଡର ଲାଗିଥାଏ। କାରଣ ମଗରମାଛ ବିନମ୍ର କିମ୍ବା ଚଞ୍ଚଳ ସ୍ୱଭାବର ହୋଇନଥାଏ।

crocodile1ସୂଚନା ମୁତାବକ ଜଣେ ବ୍ୟକ୍ତି ମଗରମାଛ ସହ ପହଁରିବା ପାଇଁ ନଦୀକୁ ଡେଇଁ ପଡିଥିଲେ। ଆରମ୍ଭରେ ତ ବ୍ୟକ୍ତି ଜଣକ ଅତ୍ୟନ୍ତ ଖୁସିର ସହ ପାଣିରେ ପହଁରିଥିଲେ କିନ୍ତୁ ଶେଷ ବେଳକୁ ଏହି ଦୃଶ୍ୟ ଖୁବ୍‌ ଭୟାନକ ଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଦୁଇଟି କୁମ୍ଭୀର ସହ ପାଣିରେ ପହଁରୁଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ନଦୀକୁ ଡେଇଁବା ପରେ ଗୋଟିଏ କୁମ୍ଭୀର ତାଙ୍କ ନିକଟକୁ ଆସିବା ଦେଖି ସେ ହସିଥିଲେ କିନ୍ତୁ କିଛି ସେକେଣ୍ଡ ପରେ ଉକ୍ତ ବ୍ୟକ୍ତି ଜଣକଙ୍କ ହସ ହଜିଯାଇଥିଲା। କାରଣ କୁମ୍ଭୀରଟି ଉକ୍ତ ଯୁବକଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାଫଳରେ ବ୍ୟକ୍ତି ଜଣକ ବହୁତ ଜୋରରେ ଚିଲେଇବା ସହ ପାଣି ଭିତରୁ ବାହାରକୁ ଚାଲିଆସିଥିଲେ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ମ୍ୟୁଜିକ୍‌ ଆର୍ଟିଷ୍ଟ ଟୁଂଡେ ଏଡନଟ ସେୟାର କରିଛନ୍ତି, ଯାହାକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨ ହଜାରରୁ ଅଧିକ ଲାଇକ୍‌ ଏବଂ ୬୦୦ ରୁ ଅଧିକ ଥର ରି-ଟ୍ଵିଟ ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.