ବିବାହର ମଜା ମସ୍ତି ଚାଲିଥିବା ବେଳେ ଅଚାନକ ଧସି ପଡିଲା ଚଟାଣ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ସାଧାରଣତଃ ବିବାହ ବ୍ରତ ଭଳି କାର୍ଯ୍ୟକ୍ରମ ମାନଙ୍କରେ ଅଜବ ଅଜବ ଦୃଶ୍ୟ ଦେଖିବାକୁ ମିଳିଥାଏ । କେବେ କେବେ ତ ଏମିତି ଘଟଣା ଘଟିଥାଏ ଯାହାକୁ ଜୀବନ ସାରା ଭୁଲିହୁଏ ନାହିଁ । ଏମିତି ହିଁ ଏକ ଘଟଣାକୁ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣଙ୍କ ଦେହ ନିଶ୍ଚିତ ରୂପେ ସିତେଇ ଯିବ । ବିବାହର ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବିଶେଷ କରି ଭିଡିଓରେ ଥିବା କ୍ୟାମେରା ମ୍ୟାନକୁ ଦେଖି ଲୋକେ ଏହାକୁ କମେନ୍ଟ ନକରି ରହିପାରୁନାହାନ୍ତି । ବଲିଉଡରେ ଆପଣ ଅନେକ ଦୃଶ୍ୟ ଦେଖିଥିବେ | କିନ୍ତୁ ଅସଲ ଜୀବନରେ ଆପଣ ଏମିତି କିଛି ବିବାହକୁ ଯଦି ଦେଖିବେ ତେବେ ହୁଏତ ବିବାହ ଉପରୁ ଆପଣଙ୍କ ଭରସା ଉଠିଯିବ । ଭାଇରଲ ହେଊଥିବା ଭିଡିଓରେ ଆପଣ ଦେଖିପାରିବେ କେମିତି ଏକ ଖୁସିବାସି ମଜାକ ମସ୍ତିର ମାହୋଲ ଜାରି ରହିଛି । ଆଉ ସମସ୍ତେ ନିଜ ନିଜ ଅନ୍ଦାଜରେ ଡ୍ୟାନ୍ସ ଜାରି ରଖିଛନ୍ତି । କିନ୍ତୁ ହଟାତ ଏମିତି କିଛି ଘଟୁଛିକି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି ।

 

View this post on Instagram

 

A post shared by Oops Sorry ! (@oops_sorry30)

ପ୍ରକୃତରେ କଣ ହୋଇଛି ନା ଲୋକେ ଯେଉଁ ଡ୍ୟାନ୍ସ ଫୋଲର ଉପରେ ନାଚୁଛନ୍ତି ତାହା ଏତେ ସଂଖ୍ୟକ ଲୋକଙ୍କ ଭାର ସମ୍ଭାଳି ପାରୁନି । ଆଉ ହଟାତ ଧସେଇ ପଡୁଛି । ଭୂମି ଏମିତି ଖସୁଛିଯେ ସମସ୍ତ ବରଯାତ୍ରୀ ସେଥିରେ ଗଳି ପଡୁଛନ୍ତି । କିନ୍ତୁ ଏହି ଘଟଣାରେ କାହାର କୌଣସି କ୍ଷତି ହେଉନି । ଲୋକେ ଧସେଇ ପଡିବା ପରେ ବି କ୍ୟାମେରା ମ୍ୟାନ ଯେପରି ଭାବରେ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ତାହାକୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଉଛନ୍ତି । ୟୁଜର ମାନେ ବି କମେଣ୍ଟ ପରେ କମେଣ୍ଟ ଦେଇ ଚାଲିଛନ୍ତି । କିଛି ୟୁଜର ତ କମେନ୍ଟ ବକ୍ସରେ ଲେଖିଛନ୍ତିକି, “କ୍ୟାମେରା ମ୍ୟାନ ହୁଏତ ନିଜ ଡ୍ୟୁଟି ଭୁଲି ନାହାନ୍ତି, ଯାହାକୁ ଦକ୍ଷତାର ସହିତ ସମ୍ପାଦନ କରିଛନ୍ତି” । ଯେବେକି ଅନ୍ୟ ଜଣେ ୟୁଜର ଲେଖିଛନ୍ତିକି, କ୍ୟାମେରା ମ୍ୟାନ ସବୁବେଳେ ଜଣେ କ୍ୟାମେରାମ୍ୟାନ ହୋଇ ହିଁ ରହିଥାଏ । ଏହି ଭିଡିଓର ବ୍ୟାକ ଗ୍ରାଉଣ୍ଡରେ “ଦିଲ ପେ ଜଖମ ଖାତେ ହେଁ” ମ୍ୟୁଜିକ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.