ସ୍ପେଶାଲ

ପୂରିଛି ଏକ ମାସ, ମନରୁ ଲିଭିନି ଭୟଙ୍କର ବିସ୍ପୋରଣ ଦୃଶ୍ୟ

କେନ୍ୟୁଜ(ବ୍ୟୁରୋ): ପୂରିଛି ଏକ ମାସ । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ଭୟଙ୍କର ବିସ୍ପୋରଣ ଦୃଶ୍ୟ । ସମସ୍ତ ଆହତଙ୍କୁ ମିଳିପାରି ନାହିଁ କ୍ଷତିପୂରଣ । ବିସ୍ଫୋରଣ ପରଠୁ ପେଟ୍ରୋଲ ପମ୍ପ ସଂପୂର୍ଣ୍ଣ ବନ୍ଦ । ଚାରିପଟେ ସିଲ୍‌ । ପେଟ୍ରୋଲ ପମ୍ପକୁ ସିକ୍ୟୁରିଟି ଗାର୍ଡ ଜଗିଛନ୍ତି । ବିସ୍ଫୋରଣରେ ନିକଟବର୍ତ୍ତୀ କିଛି ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା । ଏବେବି ସେହି ଦୋକାନ ଖୋଲି ପାରିନାହିଁ । ଭୁବନେଶ୍ୱର ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ପୂରିଛି ଏକ ମାସ । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେଦିନର ଭୟଙ୍କର ବିସ୍ଫୋରଣ ଦୃଶ୍ୟ । ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ଭୁବନେଶ୍ୱରରେ ଥିବା ପେଟ୍ରୋଲ ପମ୍ପର ସୁରକ୍ଷା ଓ ସତର୍କତାକୁ ଗୁରୁତ୍ୱ ଦିଆଯାଇଛି ।

ରାଜଧାନୀରେ ଏତେ ବଡ଼ ବିସ୍ଫୋରଣ ପରେ ସବୁ ପେଟ୍ରାଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି । ଗାଡ଼ିିରେ ତେଲ ପକାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ମନା । ଗାଡ଼ି ଷ୍ଟାର୍ଟରେ ଥିଲେ ତେଲ ପକାଯାଉ ନାହିଁ । ଟାଙ୍କିରେ ତେଲ ଓ ସିଏନଜି ଭରାଯିବା ବେଳେ ବେଶ ସତର୍କତା ଅବଲମ୍ବନ କରାଯାଉଛି । ଗତ ଅକ୍ଟୋବର ୭ ତାରିଖରେ ରାଜଭବନ ସମ୍ମୁଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଘଟଣାରେ ୪ଟି ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରିପାରିନାହିଁ ।

KNews Bureau

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

1 min ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

17 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

46 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago