ପୁଅକୁ ବଞ୍ଚାଇବା ପାଇଁ ଏମିତି ଅଦ୍ଭୁତ କାଣ୍ଡ କଲା ମା’, ଖୋଳିଦେଲା ୩୫ ଫୁଟର ସୁଡଙ୍ଗ

ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଦର ବି ସାମ୍ନା କରିପାରେ । ନିଜକୁ ସନ୍ତାନକୁ ବଞ୍ଚାଇବା ପାଇଁ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିଥାଏ ଜଣେ ମା । ନିଜ ସନ୍ତାନ ପାଇଁ ମା’ କଣ କରିପାରେ, ଏହାର ଏକ ସଦ୍ୟ ଉଦାହରଣ ୟୁକ୍ରେନରେ ଦେଖିବାକୁ ମିଳିଛି । ନିଜ ପୁଅକୁ ଜେଲରୁ ବାହାର କରିବା ନିମନ୍ତେ ଜଣେ ମହିଳା ଏକ ୩୫ ଫୁଟର ସୁଡଙ୍ଗ ଖୋଳିଛନ୍ତି । କିନ୍ତୁ ମହିଳାଙ୍କ ଏହି ପ୍ରୟାସ ବ୍ୟର୍ଥ ସାବ୍ୟସ୍ତ ହୋଇଛି । ମହିଳା ଜଣଙ୍କ ମଧ୍ୟ ଏବେ ଜେଲରେ ଅଛନ୍ତି । ସେ ଏପରି କାର୍ଯ୍ୟ କରୁଥିବା ସମୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ହାତରେ ଧରାପଡିଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଅବସ୍ଥାନ କରୁଥିବା ଏହି ମହିଳାଙ୍କ ପୁଅ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ନିଜ ପୁଅକୁ ଜେଲରୁ ମୁକ୍ତ କରିବା ପାଇଁ ଏହି ୫୧ ବର୍ଷୀୟ ମହିଳା ଜଣକ ଏକ ୩୫ ଫୁଟର ସୁଡଙ୍ଗ ଖୋଳିଥିଲେ । ତେବେ ଜେଲ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ମହିଳାଙ୍କୁ ଗିରଫ କରାଯାଇଛି ।

mother

ମହିଳା ଜଣଙ୍କ ଜେଲ୍ ନିକଟରେ ଏକ ଘର ଭଡା ନେଇଥିଲେ । ଦିନ ଯାକ ଘରେ ରହିବା ସହିତ ସନ୍ଧ୍ୟା ସମୟରେ ସେ ସୁଡଙ୍ଗ ଖନନ କାର୍ଯ୍ୟ ଆରମ୍ଭ କରୁଥିଲେ । ଏପରି କରିବା ସହିତ ମହିଳା ଜଣକ ଜେଲ୍ ନିକଟରେ ପହଞ୍ଚି ଯାଇଥିଲେ । ତେବେ ଜେଲ୍ କାନ୍ଥ ପୂର୍ବରୁ ମହିଳାଙ୍କୁ ଗିରଫ କରାଯାଇଥିଲା । ନିଜ ସନ୍ତାନକୁ ଜେଲରୁ ମୁକ୍ତ କରିବା ପାଇଁ ମହିଳାଙ୍କ ଏହି ଉଦ୍ୟମକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି । ଜଣେ ମା’ର ପ୍ରେମ ଅନ୍ଧ ହୋଇଥାଏ । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଜ୍ଜନକ କାର୍ଯ୍ୟ ମଧ୍ୟ କରିଥାଏ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.