୧୮ ବର୍ଷର ନିଜ ଝିଅ ଠାରୁ ମା’ ନିଅନ୍ତି ଘର ଭଡ଼ା, ରାଗିଗଲା ପରେ ଝିଅ କହିଲେ ଏମିତି କଥା

ବେଳେ ବେଳେ ଏପରି କିଛି କଥା ସମାଜରେ ଦେଖିବାକୁ ମିଳେ ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଆପଣ କେବେ ଶୁଣିଛନ୍ତି କି ନିଜ ଘରେ କେହି ଭଡ଼ା ଦେଇ ରହିବାର । ହଁ ଏପରି ହୋଇଛି । ଏପରି କଥା ଦେଖିବାକୁ ମିଳିଛି ନ୍ୟୁଜଲାଣ୍ଡରେ ।

ନ୍ୟୁଜଲାଣ୍ଡରେ ରହୁଥିବା ଏହି ମହିଳ ଜଣକ ୧୮ ବର୍ଷ ବୟସ୍କା ନିଜ ଝିଅଠୁ ଘର ଭଡ଼ା ନିଅନ୍ତି । ଯେବେ ଏହି କଥା ଟିକ୍‌ ଟିକ୍‌ ଭିଡ଼ିଓ ମାଧ୍ୟମରେ ପ୍ରଘଟ ହୋଇଗଲା, ୟୁଜର୍ସମାନେ ଉକ୍ତ ମହିଳାଙ୍କ ମନ ଖୋଲି କମେଣ୍ଟ କରିବା ଆରମ୍ଭ କରିଦେଲେ । ଏଥିରେ ଏମିତି ସବୁ କମେଣ୍ଟ ଆସିଲା,ଯାହାକୁ କେଟଙ୍କ ପକ୍ଷେ ସହିବା କଷ୍ଟକର ହୋଇପଡିଲା । ଏଥିରେ ହତାଶ ହୋଇ ମହିଳା ଜଣକ କଥାର ସତ୍ୟତା ବିଷୟରେ ପୁଣି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜାରି କଲେ । ଯାହା ଫଳରେ ୟୁଜର୍ସ ସତ କ’ଣ ଜାଣିପାରିବେ ।

କଥା କ’ଣ କି, କେଟ୍‌ କ୍ଲାର୍କ ନାମକ ଜଣେ ମହିଳା ନିଜ ସ୍ୱାମୀ ଓ ଦୁଇ ଝିଅ ଲତିସା ଓ ଡେଜାଙ୍କ ସହ ନ୍ୟୁଜଲାଣ୍ଡରେ ରୁହନ୍ତି । କିଛି ଦିନ ତଳେ ମହିଳା ଜଣକ ଗୋଟିଏ ଭିଡ଼ିଓ ପୋଷ୍ଟ କରିଥିଲେ ଯେଉଁଠି ନିଜ ଝିଅ ଲତିସାଙ୍କ ସହ ଏକ ଟିକ୍‌ ଟିକ୍‌ ଗେମ ଖେଳୁଛନ୍ତ । ଏହି ଖେଳରେ ଦୁଇ ଜଣଙ୍କୁ ଗୋଟିଏ କପ୍‌ରେ ଏକ ପେନ୍‌ ପକାଇବାର ଥିଲା ।

ଯଦି ପେନ କପ ଭିତରକୁ ଚାଲିଯାଏ ତେବେ ହାରିଥିବା ବ୍ୟକ୍ତିକୁ ବିଜେତାର କଥା ମାନିବାକୁ ପଡ଼ିବ । ଫଳରେ ଝିଅକୁ ଆଉ ଆଗାମୀ ବର୍ଷର ଘର ଭଡ଼ା ଦେବାକୁ ପଡ଼ିବ ନାହିଁ । ଏହି କଥା ସୋସିଆଲ ମିଡିଆରେ ପ୍ରଘଟ ହୋଇଯିବା ପରେ ମା’ଙ୍କୁ ବହୁ ୟାଡୁ ସ୍ୟାଡୁ ମେସେଜ ମିଳିବାକୁ ଲାଗିଲା । କେହି ଲେଖିଲେ ‘ତୁମେ କେମିତ ମା’ ନିଜ ଝିଅ ଠାରୁ ଘର ଭଡ଼ା ନେଉଛ ।’

ଶେଷରେ ମହିଳା ଜଣକ ୟୁଜର୍ସଙ୍କ ପ୍ରତିକ୍ରିୟାର ଜବାବ ଦେବାକୁ ଆଉ ଏକ ଭିଡ଼ିଓ ସେୟାର କଲେ । ଏଥିରେ ମହିଳା ଜଣକ କହିଲେ ‘ ପ୍ରଥମେ ଆପଣମାନେ ନିଜର ମୁହଁ ବନ୍ଦ ରଖନ୍ତୁ । ମୋ ଝିଅ ମୋତେ ଏକ ସପ୍ତାହକୁ ପ୍ରାୟ ୩,୭୦୦ ଟଙ୍କା ଘର ଭଡ଼ା ପାଇଁ ଦେଇଥାଏ । ଆଉ ଏହି ଟଙ୍କା ମୁଁ ତା’ର ଭବିଷ୍ୟତ ପାଇଁ ଜମା କରିଥାଏ । ଏଇଥିପାଇଁ ଯେ ସେ ଯେତେବେଳେ ବଡ଼ ହୋଇ ନିଜ ଘର ସମ୍ଭାଳିବ ଏହି ଟଙ୍କା ତା’ର କାମରେ ଲାଗିବ । ତା’ର ଭବିଷ୍ୟତ ପାଇଁ ସହାୟକ ହେବ । ତାକୁ ଏକ ସଫଳ ବ୍ୟକ୍ତି ବନାଇବା ପାଇଁ ଏହାଦ୍ୱାରା ପ୍ରେରଣା ଦେଉଛି । ବାସ୍ତବରେ ଦୁନିଆ କ’ଣ ଓ ଟଙ୍କାକୁ କିପରି ଠିକ୍‌ ଭାବେ ବ୍ୟବହାର କରିବାକୁ ହୁଏ ତାହା ଶିଖାଇବାକୁ ଏପରି କରୁଛି । ’

ବାସ୍ତବ କଥା ଜାଣିବା ପରେ ୟୁଜର୍ସମାନେ ଖରାପ ପ୍ରତିକ୍ରିୟା ଦେବାରୁ ବନ୍ଦ ରହିଲେ । ଜଣେ ୟୁଜର୍ସ ମା’ଙ୍କର ଏପରି କାମକୁ ପ୍ରଶଂସା ମଧ୍ୟ କଲେ । ସେ ତାଙ୍କ କମେଣ୍ଟରେ ଲେଖିଛନ୍ତି ‘ ଠିକ ଭାବରେ ଏକ ବ୍ୟକ୍ତିତ୍ୱ ଗଢ଼ିବା ପାଇଁ ଏପରି କରିବା ଭୁଲ କଥା ନୁହେଁ । ଏହା ଜୀବନର ବଡ଼ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ’ । ଆପଣ ଜଣେ ସଫଳ ବ୍ୟକ୍ତି ଗଠନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ବୋଲି ଜଣେ ୟୁଜର୍ସ ତାଙ୍କ କମେଣ୍ଟରେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.