ସ୍ପେଶାଲ

ଜଣେ ମା’; ଯିଏ ୨୬ ବର୍ଷର ପୁଅକୁ ପିଠିରେ ଲଦି ଭ୍ରମଣ କରାଉଛି ସାରା ବିଶ୍ୱ! ଏହା ପଛର କାରଣ ବି ଅତ୍ୟନ୍ତ ଭାବପ୍ରବଣ

ଦୁନିଆରେ ମା’କୁ ସବୁଠାରୁ ବଡ଼ ଯୋଦ୍ଧା ବୋଲି କୁହାଯାଏ। ଜଣେ ମା’ ନିଜ ପିଲା ପାଇଁ ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଏ। ପିଲାଙ୍କ ପାଇଁ ସେ କିଛି ବି କରିପାରେ। ଏବେ ଅଷ୍ଟ୍ରେଲିଆରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ମା’ ନିଜ ପିଲା ପାଇଁ ଯାହା କରିଛି, ତାହା ଅତ୍ୟନ୍ତ ପ୍ରେରଣାଦାୟୀ ରହିଛି। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ନିଜର ୨୬ ବର୍ଷର ପୁଅକୁ ପିଠିରେ ଲଦି ସାରା ବିଶ୍ୱ ଭ୍ରମଣ କରାଉଛନ୍ତି। ତେବେ ଏହା ପଛର କାରଣ ବି ଅତ୍ୟନ୍ତ ଭାବପ୍ରବଣ ରହିଛି। ବାସ୍ତବରେ ମହିଳାଙ୍କ ପୁଅ ପିଲାଟି ଦିନରୁ ଚକ୍ଷୁହୀନ, ଯେଉଁଥିପାଇଁ ମହିଳା ଜଣକ ତାକୁ ନିଜ ପିଠିରେ ଲଦି ଦୁନିଆ ବୁଲାଉଛନ୍ତି।

ଅଷ୍ଟ୍ରେଲିଆର ପର୍ଥରେ ରହୁଛନ୍ତି ୨୬ ବର୍ଷୀୟ ଜିମି ଅନ୍ତରମ୍‌। ସେ ପିଲାଦିନରୁ ଚକ୍ଷୁହୀନ ଥିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରେ ମଧ୍ୟ ପୀଡିତ ଅଛନ୍ତି। ଜିମି ଏବେ ନିଜ ମା’ ନିକ୍କି ଅନ୍ତରମଙ୍କ ପିଠିରେ ବସି ଦୁନିଆ ଭ୍ରମଣ କରୁଛନ୍ତି। ବାସ୍ତବରେ, ୧୭ ବର୍ଷ ବୟସରୁ ହିଁ ମା’ ହୋଇ ଯାଇଥିବା ନିକ୍କି ଯେତେବେଳେ ଜାଣିବାକୁ ପାଇଲେ କି, ତାଙ୍କ ପୁଅ ଦେଖି ପାରିବ ନାହିଁ, ତ ସେ ନିଜକୁ ପ୍ରତିଜ୍ଞା କରିଥିଲେ ଯେ ସେ ନିଜ ପୁଅକୁ ପୂରା ବିଶ୍ୱ ଦେଖାଇବେ। ନିକ୍କିଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ। ମା’, ପୁଅ ଏ ପର୍ଯ୍ୟନ୍ତ ହାୱାଇ, ବାଲି ଓ ଅଷ୍ଟ୍ରେଲିଆର ଅନେକ ସ୍ଥାନ ବୁଲି ସାରିଛନ୍ତି ଏବଂ କାନାଡା ଯିବାକୁ ଯୋଜନା କରୁଛନ୍ତି।

ନିକ୍କିଙ୍କ କହିବା ହେଲା ଯେ ବର୍ତ୍ତମାନ ତାଙ୍କ ବୟସ ବଢ଼ି ବଢ଼ି ଚାଲିଛି ଏବଂ ଜିମିଙ୍କୁ ପିଠିରେ ବସାଇବା ଦ୍ୱାରା ବହୁତ ଅଧିକ ଥକା ଅନୁଭବ ହେଉଛି। ସେ କହିଥିଲେ, ଜିମିର ଅନ୍ଧତ୍ୱ ବିଷୟରେ ସେତେବେଳେ ତାଙ୍କୁ ଜଣା ପଡ଼ିଥିଲା, ଯେତେବେଳେ ଜିମି ମାତ୍ର ୨ ମାସର ଥିଲା। ଜିମିର ଜେଜେମାଆ ଦେଖିଲେ ଯେ ସେ ଖେଳଣା ପାଖରେ ପହଞ୍ଚି ପାରୁ ନାହିଁ। ଏହାର ଛଅ ମାସ ପରେ ସେମାନେ ଜାଣିବାକୁ ପାଇଲେ କି, ଜିମିକୁ ଅପସ୍ମାର ମଧ୍ୟ ଅଛି। କିନ୍ତୁ ବର୍ଷ ବର୍ଷ ଧରି ଚିକିତ୍ସିତ ହେବା ପରେ ଅପସ୍ମାର ଔଷଧକୁ ବନ୍ଦ କରି ଦିଆଯାଇଥିଲା।

ନିକ୍କିଙ୍କ କହିବା ହେଲା, ଜିମି ଜନ୍ମରୁ ଚକ୍ଷୁହୀନ ଏବଂ ତାଙ୍କର କିଛି ଶାରୀରିକ ସମସ୍ୟା ମଧ୍ୟ ରହିଛି, ଯେଉଁ କାରଣରୁ ତାଙ୍କୁ ୨୪ ଘଣ୍ଟା ଦେଖାଶୁଣାର ଆବଶ୍ୟକ ପଡ଼ିଥାଏ। ହ୍ୱିଲ୍ ଚେୟାର ଥିବା ସତ୍ତ୍ୱେ ନିକ୍କି ତାଙ୍କୁ ପିଠି ଉପରେ ବସାଇ ନେଇ ଯାଆନ୍ତି। ସେ କହିଥିଲେ ଯେ ଯେତେବେଳେ ସେ ବଡ଼ ଛୁଟିର ପ୍ଲାନ କରନ୍ତି, ତ ଏହି କଥା ଉପରେ ଧ୍ୟାନ ରଖନ୍ତି କି, ତାଙ୍କ ପାଖରେ ଜିମିଙ୍କ ପାଇଁ ବହୁତ କପଡ଼ା, ବେଡ୍‌ ପାଇଁ ଚାଦର ଏବଂ ତକିଆ ଅଛି କି ନାହିଁ। ନିକ୍କି ସମସ୍ତ ଛୁଟି ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ଏବଂ ସେହି ଅନୁଯାୟୀ ଜିମିଙ୍କୁ ଟୁର୍‌ରେ ନେଇ ଯାଆନ୍ତି। ନିକ୍କି କୁହନ୍ତି, ‘ଜିମି ମୋର ପ୍ରେରଣା। ମୁଁ ତାକୁ ଦେଖେ, ସେ ସବୁବେଳେ ଖୁସି ରହିଥାଏ, ହସୁଥାଏ’।

Roshni

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

11 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

23 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

37 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

52 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago