ସ୍ପେଶାଲ

ଠିକ୍ ତଥ୍ୟ ଦିଅନ୍ତୁ ମୋ ଝିଅ କେମିତି ମଲା? ନ୍ୟାୟ ନମିଳିବା ଯାଏ ମୁଁ ଧାରଣାରେ ବସିଲି

ଗଜପତି(କେନ୍ୟୁଜ୍): ସଠିକ୍ ତଥ୍ୟ ଦିଅନ୍ତୁ, ମୋ ଝିଅକୁ ନ୍ୟାୟ ଦିଅନ୍ତୁ ଆଜ୍ଞା, ନ୍ୟାୟ ମିଳିଲେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ । ନହେଲେ ମୁଁ କାହାରିକୁ ଛାଡିବିନି । ଏ ହେଉଛି ଗୋଟେ ମାଆର ଗୁହାରୀ । ଯିଏ ନିଜ ବଢିଲା ଝିଅକୁ ହରାଇଛି । ସେ ଜାଣିବାକୁ ଚାହୁଁଛି କେମିତି ଆଉ କେଉଁ ପରିସ୍ଥିତି ମଲା ତା ଝିଅ । କାହିଁକି ଶେଷଥର ପାଇଁ ତା ଝିଅକୁ ଦେଖାଇ ଦିଆଗଲାନିତା ମାକୁ। ୧୦ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି କେତେ ଅଲିଅଳିରେ ବଢାଇଥିଲା ତା ଝିଅକୁ, ହେଲେ ସବୁଦିନ ପାଇଁ ଆଖିବୁଜି ଆରପାରିକୁ ଚାଲିଯାଇଛି ତା ଘରମଣି ।

ଏ ହେଉଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ବେତାଗୁଡା ଜବାହାର ନବୋଦୟ ବିଦ୍ୟାଳୟ ପରିସରର ଦୃଶ୍ୟ । ଆଜି ନିଜ ଝିଅକୁ ନ୍ୟାୟ ଦେବା ପାଇଁ ଜଣେ ମାଆ ଏକାକୀ ଲଢିବାକୁ ପାଦ ବାହାର କିରିଛି ପଦାକୁ । ଗୋଟେ ମା ପାଇଁ ତା ସନ୍ତାନର ମୂଲ୍ୟ ଯେ କେତେ, ତାହା ଆଜିର ଏ ଘଟଣା ସ୍ପଷ୍ଟ କରିଛି । ସମଗ୍ର ଓଡିଶାରେ ଚର୍ଚ୍ଚାରେ ଥିବା ନବଦୋୟ ଛାତ୍ରୀ ସୌଦାମୀନି ରଇତ ମୃତ୍ୟୁ ମାମଲା କିଛି ଦିନ ହେବ ଥମିଥିଲା । କିନ୍ତୁ ହଠାତ୍ ଗତକାଲି ମୃତ ଛାତ୍ରୀ ସୌଦାମୀନିଙ୍କ ମାଆ ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟରେ ପହଞ୍ଚି ନିଜ ଉଗ୍ରରୂପ ଦେଖାଇଥିଲେ। ପ୍ରଥମେ ବିଦ୍ୟାଳୟର କାର୍ଯ୍ୟାଳୟରେ ତାଲା ପକାଇବା ପରେ ମୁଖ୍ୟଫାଟକରେ ବ୍ୟାନର ବାନ୍ଧି ଧାରଣାରେ ବସିଥିଲେ।

ତେବେ କେବଳ ଅଫିସ ରୁମରେ ତାଲା ପକାଇନଥିଲେ, କମ୍ପୁଟର ରୁମ ଓ ପରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଏପରିକି କ୍ଲାସ କ୍ଲାସ ବୁଲି ପିଲାଙ୍କୁ ତାଙ୍କ ଝିଅକୁ କିଏ ମାରିଛି ସତ କହିବାକୁ ନିବେଦନ କହିଥିଲେ । ଛାତ୍ରଛୀତ୍ରୀଙ୍କୁ ବାଧା ଦେବାକୁ ମନାକରିବାରୁ ମହିଳା ପୋଲିସଙ୍କ ସହ ହାତାହାତି, ଗାଳିଗୁଲଜ ମଧ୍ୟ ହୋଇଥିଲା । ଶେଷରେ ବିଦ୍ୟାଳୟ କର୍ତ୍ତୁପକ୍ଷ ବାଧ୍ୟ ହୋଇ କୌଣସି ଚାରାନପାଇ ସ୍କୁଲ ଛୁଟି କରିଥିଲେ । ସବୁ ଛାତ୍ରଛାତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଫାଟକ ବାହାରକୁ ଯିବା ପରେ ମୃତ ସୌଦାମିନିଙ୍କ ମାଆ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସି ରହିଥିଲେ ।

ସୂଚନା ଥାଉକି, ଗତ ଫେବୃଆରୀ ୧୯ରେ ସୌଦାମୀନି ରଇତ ନାମକ ୯ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ତାପର ଦିନ ପରିବାର ବର୍ଗ ପାରଳାଖେମୁଣ୍ଡି ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ । ପରେ ପାରଲାଖେମୁଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ପାରଳାଖେମୁଣ୍ଡି ପୋଲିସର ତଦନ୍ତରେ ଅସନ୍ତୋଷ ବ୍ୟକ୍ତକରି ବାରମ୍ବାର ରାଲି ସହ ସିପିଆଇ(ଏମ) ଦଳର ସାହାର୍ଯ୍ୟରେ ୪୬ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ ମୃତ ଛାତ୍ରୀ ସୌଦାମୀନି ରଇତଙ୍କ ମାଆ । ଦାବି କରିଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ।

ଜୁନ ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ହେଲେ ତଦନ୍ତର ରିପୋର୍ଟ ଏଯାଏ ତାଙ୍କୁ ସ୍ପଷ୍ଟ କରାଯାଇନାହିଁ । ଗୋଟେ ମା ଏକାକୀ ଲଢି ଚାଲିଛି ତା ଝିଅକୁ ନ୍ୟାୟ ଦେବାପାଇଁ । ତେବେ ଆପଣ ହିଁ କୁହନ୍ତି ଏ ମାଆକୁ କଣ ନ୍ୟାୟ ମିଳିବା ଉଚିତ୍ ନୁହେଁ? ଏ ମାଆକୁ କଣ ତା ଝିଅର ମୃତ୍ୟୁର ଉଚିତ୍ ସ୍ପଷ୍ଟିକରଣ ମିଳିବା ଉଚିତ୍ ନୁହେଁ? , ଏ ମାଆ ଆଣିଥିବା ଦୁଷ୍କର୍ମ ପରେ ତା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗକୁ ଥରେ ଗୁରୁତର ସହ ନେଇ ତଦନ୍ତ କରିବା କଣ ଉଚିତ୍ ନୁହେଁ? ତେବେ ଦେଖାଯାଉ କେବେ ମିଳୁଛି ଏଇ ମାଆକୁ ନ୍ୟାୟ।

 

Sonalisa

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

18 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

22 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

24 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

30 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

42 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

48 mins ago