ସ୍ପେଶାଲ

ଟାଇମ ଟ୍ରାଭେଲରେ ମାହିର ଥିଲେ ବୈଜ୍ଞାନିକ ନିକୋଲା ଟେସଲା, ଅଚାନକ ଗାୟବ ହୋଇ ଲୋକଙ୍କୁ ଦେଉଥିଲେ ଚକମା

ଟାଇମ ଟ୍ରାଭେଲ ବା ସମୟ ଭ୍ରମଣ । ଯେଉଁଥିରେ ଲୋକମାନେ ଅତୀତ ଏବଂ ଭବିଷ୍ୟତକୁ ଯାଇପାରି । ଏହି କଥା ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏକ ରହସ୍ୟମୟ ବିଷୟହୋଇ ରହିଛି । ତେବେ ଏଥିପାଇଁ ଆମେରିକାର ବିଶିଷ୍ଟ ବୈଜ୍ଞାନିକ ନିକୋଲା ଟେସଲା ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଥିଲେ । କୁହାଯାଏ ଯେ ସେ ହଠାତ୍ ତାଙ୍କ ସ୍ଥାନରୁ ଅଦୃଶ୍ୟ ହୋଇଯାଉଥିଲେ ଏବଂ ଅଚାନକ ତାଙ୍କର ଏମିତି ଅଦୃଶ୍ୟ ହେବ ଦେଖି ଲୋକମାନେ ତାଙ୍କୁ ରହସ୍ୟମୟ ମନେ କରୁଥିଲେ ।

୧୮୫୬ ମସିହାରେ ଜନ୍ମ ହୋଇଥିବା ନିକୋଲା ଟେସଲା ବିଶ୍ୱ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଉଦ୍ଭାବନ କରିଥିଲେ । ଇଲେକ୍ଟ୍ରୋନିକ୍ ଜିନିଷଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକତା ପର୍ଯ୍ୟନ୍ତ ସବୁ ଜିନିଷ ଏଥିରେ ଅନ୍ତର୍ଭୁକ୍ତ । ଯେଉଁଥିପାଇଁ ଲୋକମାନଙ୍କୁ ଅନେକ ଫାଇଦା ମଧ୍ୟ ମିଳିଥିଲା । ସେ ଜଣେ ବୈଜ୍ଞାନିକ ସହିତ ଜଣେ ସଫଳ କାନୋନିକାଲ୍, ଇଲେକ୍ଟ୍ରିକାଲ ଏବଂ ଫିଜିକାଲ ଇଞ୍ଜିନିୟର ଥିଲେ । ସମୟ ଭ୍ରମଣରେ ସଫଳ ହୋଇଥିବା ନିକୋଲା ଟେସଲା ଦାବି କରିଥିଲେ ଯେ ତାଙ୍କ ଅଭିଜ୍ଞତା ବାଣ୍ଟିବା ପାଇଁ ସେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ ।

 

ଟେସଲା ନିଜର ଏହି କୌଶଳକୁ ୧୯୪୩ ମସିହା ଅକ୍ଟୋବର ୪ ତାରିଖରେ USS-Aldridge ନାମକ ଏକ ଯୁଦ୍ଧ ଜାହାଜରେ ବ୍ୟବହାର କରିଥିଲେ । ଏହି ପରୀକ୍ଷଣ ଫିଲାଡେଲଫିଆ ଡକ୍ୱାର୍ଡରେ କରାଯାଇଥିଲା ଓ ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ଟେସଲାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ । କୁହାଯାଏ ଯେ ଜାହାଜକୁ ଅଦୃଶ୍ୟ କରି ନାଜିମାନଙ୍କୁ ଘଉଡାଇବା ପାଇଁ ଜାହାଜର ଚାରିପାଖରେ ଅନେକ ହଜାରେ ଭୋଲ୍ଟ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ କୋଇଲ ରଖାଯାଇଥିଲା । ଧୀରେ ଧୀରେ ସେହି ଜାହାଜରେ ଲଗାଯାଇଥିବା ଜେନେରେଟର ସାହାଯ୍ୟରେ ବିଜୁଳିର ଭୋଲ୍ଟେଜ ବଢାଯାଇଥିଲା । ତେବେ ବିଜୁଳି ସାଢେ ତିନି ଲକ୍ଷ ଅତିକ୍ରମ କରିବା ମାତ୍ରେ ସବୁଜ ଆଲୋକରେ ଆଲୋକିତ ହେଲା ଏବଂ ଜାହାଜଟି ସମ୍ପୂର୍ଣ୍ଣ ‘ଅଦୃଶ୍ୟ’ ହୋଇଗଲା । ଯାହାକୁ ସେଠାରେ ଉପସ୍ଥିତ ଥିବା ରାଡାର ମଧ୍ୟ ଟ୍ରାକ୍ କରିପାରିନଥିଲେ । କେହି କେହି କୁହନ୍ତି ଜାହାଜଟି ପରେ ଭର୍ଜିନିଆରେ ଦେଖିବାକୁ ମିଳିଥିଲା । ଜାହାଜରେ ଥିବା ଅଧିକାଂଶ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଯେଉଁମାନେ ଭଲ ଥିଲେ ସେମାନଙ୍କ ମାନସିକ ଅବସ୍ଥା ବିଗିଡି ଯାଇଥିଲା । ଏହି ସମସ୍ତ ଯାତ୍ରୀ ଟାଇମ ଟ୍ରାଭେଲରେ ଯାତ୍ରା କରି ଫେରି ଆସିଛନ୍ତି ବୋଲି କୁହାଯାଇଥିଲା ।

ଜାହାଜରେ ଯାତ୍ରା କରିଥିବା କିଛି ଯାତ୍ରୀ ଦାବି କରିଛନ୍ତି ଯେ ୧୯୪୩ ମସିହାରେ ଜାହାଜ ନିଖୋଜ ହୋଇଯାଇଥିଲା । ଯେତେବେଳେ ସେମାନେ ୧୯୮୩ ସମୟରେ ପହଞ୍ଚିଥିଲେ ସେତେବେଳକୁ ଦୁନିଆ ବହୁତ ବିକାଶ କରିସାରିଥିଲା ​​ଢ ଟାଇମ ଟ୍ରାଭେଲର ଏହି ରହସ୍ୟକୁ ସମାଧାନ କରିବା ପାଇଁ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଏକ ଥିଓରୀ ଦେଇଥିଲେ। ୧୯୧୫ ମସିହାରେ ସେ ଥିଓରୀ ଅଫ ରିଲେଟିବିଲିଟି ବା ଆପେକ୍ଷିକ ତତ୍ତ୍ୱରେ ସମୟ ଏବଂ ଗତି ମଧ୍ୟରେ ଥିବା ସମ୍ପର୍କ ବର୍ଣ୍ଣନା କରିଥିଲେ ଢ ତେବେ ଏସବୁ ବ୍ୟତୀତ ନିକୋଲା ଟେସଲା ମଧ୍ୟ ଦାବି କରିଥିଲେ ଯେ ସେ ଏକ ସମୟରେ ଅତୀତ, ଭବିଷ୍ୟତ ଏବଂ ବର୍ତ୍ତମାନ ଦେଖିଛନ୍ତି।

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

5 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

51 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

56 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago