ସ୍ପେଶାଲ

୫୦ ପ୍ରକାର କ୍ୟାନ୍‌ସର ରୋଗ ସମ୍ପର୍କରେ ପ୍ରାଥମିକ ଅବସ୍ଥାରୁ ଜଣାଇବ ଏହି ପରୀକ୍ଷା

କ୍ୟାନ୍‌ସର (କର୍କଟ) ରୋଗ ଏକ ଭୟଙ୍କର ରୋଗ ଭାବେ ଏବେ ସମାଜକୁ କବଳିତ କରିଛି । ଏଥିରେ ଥରେ ଆକ୍ରାନ୍ତ ହେଲେ ଯଦି ଠିକ୍‌ ସମୟରେ ଜଣା ନପଡେ ତେବେ ମୃତ୍ୟୁ ପ୍ରାୟ ନିଶ୍ଚିତ ବୋଲି ଧରାଯାଏ । ବିଜ୍ଞାନ ଯେତେ ଅଗ୍ରଗତି କଲେ ବି କ୍ୟାନ୍‌ସର ଚିକିତ୍ସାରେ ଶତ ପ୍ରତିଶତ ସଫଳତା ପାଇନାହିଁ । ଯେଉଁଥି ପାଇଁ କ୍ୟାନ୍‌ସର ଭୟ ସମସ୍ତଙ୍କୁ କବଳିତ କରିଛି ।

ଏହାର ମୁଖ୍ୟ କାରଣ ହେଲା ଠିକ୍‌ ସମୟରେ କ୍ୟାନ୍‌ସର ରୋଗ ସମ୍ପର୍କରେ ଜଣାପଡେ ନାହିଁ । କିଛି ଦିନ ତଳେ ବୈଜ୍ଞାନିକମାନେ କ୍ୟାନ୍‌ସର ରୋଗକୁ ନେଇ ଏକ ସଫଳତା ପାଇଛନ୍ତି । ଯାହା ଫଳରେ ଆଗାମୀ ସମୟରେ ମାତ୍ର ଗୋଟିଏ ଟେଷ୍ଟ(ପରୀକ୍ଷା)ରୁ ପ୍ରାୟ ୫୦ ପ୍ରକାର କ୍ୟାନ୍‌ସର ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଗୋଟିଏ ଟେଷ୍ଟରୁ ଜଣାପଡ଼ିବ ୫୦ ପ୍ରକାର କ୍ୟାନ୍‌ସର

କିଛି ଦିନ ତଳେ ବୈଜ୍ଞାନିକମାନେ କ୍ୟାନ୍‌ସର ରୋଗକୁ ନେଇ ଏକ ସଫଳତା ପାଇଛନ୍ତି । ଯାହା ଫଳରେ ଆଗାମୀ ସମୟରେ ମାତ୍ର ଗୋଟିଏ ଟେଷ୍ଟ(ପରୀକ୍ଷା)ରୁ ପ୍ରାୟ ୫୦ ପ୍ରକାର କ୍ୟାନ୍‌ସର ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଗୋଟିଏ ମାତ୍ର ରକ୍ତ ପରୀକ୍ଷା ଶରୀରରେ କ୍ୟାନ୍‌ସର ଅଛି କି ନାହିଁ ପ୍ରାଥମିକ ସ୍ତରରୁ ଜଣାଇଦେବ । ଯାହାଫଳରେ ଚିକିତ୍ସା ସମ୍ଭବ ହୋଇପାରିବ ଓ ଜଣେ ରୋଗୀ ସହଜରେ କ୍ୟାନ୍‌ସର ରୋଗରୁ ରକ୍ଷା ହୋଇପାରିବ ।

ଡିଏନ୍‌ଏ ର ହେବ ଯାଞ୍ଚ

ବାୟୋଟେକ୍‌ନୋଲୋଜି କମ୍ପାନୀ ଗ୍ରୀଲ୍‌ ଇଙ୍କ୍‌ ଦ୍ୱାରା ବିକଶିତ କରାଯାଇଥିବା ବ୍ଲଡ୍‌ ଟେଷ୍ଟ ରୋଗୀ ଶରୀରରେ କି ପ୍ରକାର କ୍ୟାନ୍‌ସର ଓ ଏହା କେଉଁ ଷ୍ଟେଜ୍‌ରେ ଅଛି ଜଣାଇବ । ସିକ୍ୱେସିଙ୍ଗ୍‌ ଟେକ୍‌ନୋଲୋଜି ମାଧ୍ୟମରେ ଡିଏନ୍‌ଏ ର ଯାଞ୍ଚ କରାଯିବ । ଏହାଦ୍ୱାରା ଟ୍ୟୁମର ଡିଏନ୍‌ଏ ପୁରା ଶରୀରରେ ବ୍ଲଡ୍‌ ଦ୍ୱାରା ସର୍କୁଲେଟ୍‌ ହୋଇଯିବ । ଯାହାଦ୍ୱାରା ଜିନ୍‌ରେ କ୍ୟାନ୍‌ସର ସକ୍ରିୟ କିମ୍ବା ନିଷ୍କ୍ରିୟ ବୋଲି ଜଣାପଡ଼ିବ । ଟେଷ୍ଟ ଜରିଆରେ ଡିଏନ୍‌ଏରେ ହେଉଥିବା ରାସାୟନିକ ପରିବର୍ତ୍ତନ ଜରିଆରେ ଫଳାଫଳ ବାହାର କରାଯିବ ।

ପରୀକ୍ଷାରୁ ୯୩ % ରେଜଲ୍ଟ ଠିକ୍‌ ଥିବା ଜଣାଯାଇଛି

ଗବେଷକମାନେ ପ୍ରାୟ ୩୦୫୨ କ୍ୟାନ୍‌ସର ରୋଗୀଙ୍କ ବ୍ଲଡ୍‌ ସାମ୍ପୁଲ୍‌ ନେଇ ପରୀକ୍ଷା କରିଥିଲେ । ଯେଉଁଥିରୁ ୧୫୩୧ ଜଣ ରୋଗୀଙ୍କର କ୍ୟାନ୍‌ସର ଥିବା ଜଣାପଡ଼ିଥିଲା । ଏହି ଟେଷ୍ଟ ଜରିଆରେ ୧୮ % କ୍ୟାନ୍‌ସର ରୋଗୀଙ୍କ ପ୍ରାଥମିକ ଅବସ୍ଥାରେ ଜଣାପଡିଥିବା ବେଳେ ୯୩ % ଚତୁର୍ଥ ଷ୍ଟେଜ ରୋଗୀଙ୍କର ଜଣାପଡିଥିଲା । ଆଗାମୀ ଦିନରେ ଏହି ଟେଷ୍ଟ ବହୁତ ସହାୟକାରୀ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

Niharanjan

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

2 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

11 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

20 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

36 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

51 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago