କଶ୍ମୀରରେ ତୁଷାରପାତ: ବରଫ ବ୍ୟବହାର କରି ହୋଟେଲ ମାଲିକ ତିଆରି କଲେ ‘ଇଗ୍‌ଲୁ କାଫେ’, ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବା ନେଇ ଆଶା

କଶ୍ମୀର ଘାଟିରେ ଏଥର ଥଣ୍ଡା ଏବଂ ତୁଷାରପାତ ସବୁ ରେକର୍ଡ ଭାଙ୍ଗି ଦେଇଛି। ତୁଷାରପାତ ଯୋଗୁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ତଥାପି ଲୋକେ ଏହି ବରଫକୁ ବ୍ୟବହାର କରି ଆକର୍ଷିତ କଲା ଭଳି ନୂଆ ନୂଆ ଜିନିଷ ବନାଉଥିବାର ଦେଖିବାକୁ ମିଳୁଛି।

ଗୁଲମର୍ଗରେ ଏକ ହୋଟେଲ ମାଲିକ ବରଫର ଫାଇଦା ଉଠାଇ ‘ଇଗ୍‌ଲୁ କାଫେ’ ତିଆରି କରିଛନ୍ତି। କୁହାଯାଉଛି କି, ଏହା ଭିତରୁ ୨୨ ଫୁଟ ଚଉଡ଼ା ଏବଂ ୧୩ ଫୁଟ ଉଚ୍ଚ। ସେହିପରି ବାହାରୁ ୨୪ ଫୁଟ ଚଉଡ଼ା ଏବଂ ୧୫ ଫୁଟ ଉଚ୍ଚ। ହୋଟେଲ ମାଲିକ କହିଛନ୍ତି, ଏହି ଇଗ୍‌ଲୁକୁ ବନାଇବାରେ ୨୦ଜଣ ଶ୍ରମିକଙ୍କୁ ପାଖାପାଖି ୧୫ ଦିନ ସମୟ ଲାଗିଛି। ଏଥିରେ ୧୬ଜଣ ଲୋକ ବସିପାରିବାର ବ୍ୟବସ୍ଥା କରାଯାଇଛି।

ice1
photo credit: India TV

ତେବେ ଏହି ଇଗ୍‌ଲୁ କାଫେ ଏସିଆର ସବୁଠାରୁ ବଡ଼ ଆଇସ୍‌ କାଫେ ବୋଲି ସେ ଦାବି କରିଛନ୍ତି ଏବଂ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବ ବୋଲି ସେ ଆଶା ମଧ୍ୟ ରଖିଛନ୍ତି। ଆଜିଠାରୁ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଛି। ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକ ଏଠାକୁ ଚାହା, ଜଳଖିଆ, ଲଞ୍ଚ୍‌, ଡିନର ଆଦି କରିବାକୁ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.