Video: ଲକଡାଉନରେ ରସଗୋଲା ଖାଇବା ପାଇଁ ଘରୁ ବାହାରିଲେ ଯୁବକ, ବେକରେ ଲଟକାଇ ଥିଲେ ଏହି ନୋଟ

ପଶ୍ଚିମବଙ୍ଗର ପ୍ରସିଦ୍ଧ ମିଠା ରସଗୋଲାର ଏତେ ଡିମାଣ୍ଡ ଯେ ଏହାର ନାଁ ଶୁଣୁ ଶୁଣୁ ଲୋକଙ୍କ ମୁଁହରେ ଲାଳ ଆସିଯାଇଥାଏ। କରୋନା ଭାଇରସର ଦ୍ରୁତ ସଂକ୍ରମଣ ଯୋଗୁ ବଙ୍ଗରେ ଏବେ ଲକଡାଉନ ଜାରି ରହିଛି ଏବଂ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରସଗୋଲା ଖାଇବା ପାଇଁ ବାହାରକୁ ବାହାରିଛନ୍ତି। ପ୍ରଥମେ ବ୍ୟକ୍ତି ଜଣକ ରାସ୍ତାରେ ଏଠି ସେଠି ବୁଲୁଛନ୍ତି ଏବଂ ଯେମିତି ହିଁ ସେ ପୋଲିସକୁ ଦେଖିଛନ୍ତି, ତ ଡରି ଯାଉଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଏହି ମାମଲା ଚନ୍ଦନନଗରର। ବ୍ୟକ୍ତି ଜଣକ ପୋଲିସକୁ ଦେଖିବା ପରେ ତାଙ୍କ ଆଡ଼କୁ ଆସୁଛନ୍ତି। ପୋଲିସ ଯେତେବେଳେ ପଚାରୁଛି କି, ରାସ୍ତାରେ କାହିଁକି ଏମିତି ବୁଲୁଛ? ତ ବ୍ୟକ୍ତି ପ୍ରଥମରୁ ହିଁ ବେକରେ ଏକ ନୋଟ ଲେଖିକି ଲଟକାଇଛନ୍ତି ଏବଂ ତାହାକୁ ପୋଲିସକୁ ଦେଖାଉଛନ୍ତି। ଏହି ନୋଟରେ ଲେଖାଯାଇଛି, ‘ମୁଁ ମିଠା କିଣିବା ପାଇଁ ବାହାରକୁ ଆସିଛି’। ଏହା ଦେଖି ପୋଲିସ ରାଗିଯାଇ ବ୍ୟକ୍ତିଙ୍କୁ ଖୁବ ଗାଳିଗୁଲଜ କରୁଛି ଏବଂ ସେଠାରୁ ଭଗେଇ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.