Categories: ସ୍ପେଶାଲ

ଏ ହେଲେ ଦୁନିଆର ପ୍ରଥମ ବ୍ୟକ୍ତି, ଯିଏ ରଚିଲେ ଅଦ୍ୱିତୀୟ ଇତିହାସ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ନା କିଛି ଭିନ୍ନ କାମ କରିବାରେ ଲାଗିଥାଆନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନର ଏଶ୍‌ ଡାଇକ୍ସ, ଯିଏକି ଏକ ଅଦ୍ୱିତୀୟ ଇତିହାସ ରଚିଛନ୍ତି। ସେ ଏମିତି କିଛି କରି ଦେଖାଇଛନ୍ତି, ଯାହା ଆଜି ପଯ୍ୟର୍ନ୍ତ କେହି ବି କରିପାରି ନ ଥିଲେ।

ଏହାସହ ପଢ଼ନ୍ତୁ: ଦୁନିଆର ସବୁଠାରୁ ରହସ୍ୟମୟ ପୁସ୍ତକ, ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ିପାରି ନାହାନ୍ତି

୨୮ ବର୍ଷୀୟ ଏଶ୍‌ ଦୁନିଆର ତୃତୀୟ ଲମ୍ବା ନଦୀ ୟାଙ୍ଗତଜେ ଅତିକ୍ରମ କରିବାରେ ବିଶ୍ୱର ପ୍ରଥମ ବ୍ୟକ୍ତି ବନିଯାଇଛନ୍ତି। ଚୀନର ୧୧ଟି ପ୍ରାନ୍ତ ଦେଇ ପ୍ରବାହିତ ହେଉଥିବା ୟାଙ୍ଗତଜେ ନଦୀ ୬,୪୦୦ କିଲୋମିଟର ପଯ୍ୟର୍ନ୍ତ ପରିବ୍ୟାପ୍ତ। ଏଶ୍‌ ଏହି ଯାତ୍ରାକୁ ୧ ବର୍ଷରେ ଶେଷ କରିଛନ୍ତି।
ଯାତ୍ରା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭୟଙ୍କର ଜଙ୍ଗଲି ଜନ୍ତୁ, ହାତ-ଗୋଡ଼ ଜଡ଼ କରିଦେଉଥିବା ତାପମାତ୍ରା ଆଦି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏହାସତ୍ତ୍ୱେ ସେ ସବୁ ପରିସ୍ଥିତିକୁ ଭୟ ନ କରି ସାମ୍ନା କରିଥିଲେ ଏବଂ ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ।

ଏଶ୍‌ କହିଛନ୍ତି, ତାଙ୍କୁ ଏହି ଯୋଜନା ପ୍ରସ୍ତୁତ କରିବାକୁ ପାଖାପାଖି ଦୁଇ ବର୍ଷ ସମୟ ଲାଗିଥିଲା। ଯାତ୍ରାରେ ବାହାରିବା ପୂର୍ବରୁ ସେ ଚୀନର ନକ୍ସାକୁ ଟିକିନିଖି ଯାଞ୍ଚ କରିଥିଲେ। ଏହାସହିତ ମେଣ୍ଡରିୟନ୍‌ ଭାଷା ମଧ୍ୟ ଶିଖିଥିଲେ। ଏଶ୍‌ ଅଗଷ୍ଟ ୧୨ ତାରିଖରେ ସଂଘାଇରେ ନିଜର ଏହି ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ତାଙ୍କର ଏଭଳି ଦୁଃସାହସିକ କାଯ୍ୟର୍ ଯୋଗୁ ସେ ଚୀନରେ ବହୁତ ଲୋକପ୍ରିୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ୧୦ ଲକ୍ଷ ଚୀନବାସୀ ତାଙ୍କୁ ଫଲୋ କରୁଛନ୍ତି। ବର୍ତ୍ତମାନ ସେ ପରିବେଶ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଉଛନ୍ତି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago