ସ୍ପେଶାଲ

ବିନା ‘ହାର୍ଟରେ ୫୫୫ ଦିନ ବଞ୍ଚିଲେ ଏହି ଯୁବକ, ଜାଣନ୍ତୁ କେମିତି ହୋଇଥିଲା ଏଭଳି ଚମତ୍କାର

ବିନା ହୃଦୟରେ କ’ଣ କେହି ମଣିଷ ଗୋଟିଏ ବି ମୂହୁର୍ତ୍ତ ବଞ୍ଚିପାରିବ? ନିଶ୍ଚୟ ଆପଣ କହିବେ ନା, ଏହା ସମ୍ଭବ ନୁହେଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ କହିବୁ, ଯିଏ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଯୁବକ ଜଣକ ଦିନେ କି ଦୁଇଦିନ ନୁହେଁ, ବରଂ ପୂରା ଦେଢ଼ ବର୍ଷ କାଳ ବିନା ହୃଦୟରେ ବଞ୍ଚି ରହିଥିଲେ। ତାଙ୍କ ନାଁ ଷ୍ଟେନ୍‌ ଲାର୍କିନ।

ଲାର୍କିନଙ୍କ ହୃଦୟ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। କିନ୍ତୁ ତାଙ୍କୁ କେହି ଡୋନର ମିଳି ନ ଥିଲେ, ଯେଉଁ କାରଣରୁ ସେ ‘ଆର୍ଟିଫିସିଆଲ ହାର୍ଟ’ ସହିତ ଦିନ କାଟିବାକୁ ବାଧ୍ୟ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ଲାର୍କିନ ‘ଆର୍ଟିଫିସିଆଲ ହାର୍ଟ’ ସାହାଯ୍ୟରେ ଦିନେ କି ଦୁଇଦିନ ନୁହେଁ, ବରଂ ପୂରା ୫୫୫ ଦିନ କାଟି ପାରିଥିଲେ। ଲାର୍କିନ ଆର୍ଟିଫିସିଆଲ ହାର୍ଟ ଥିବା ବ୍ୟାଗକୁ ନିଜ ପିଠିରେ ଟାଙ୍ଗି ଦୈନନ୍ଦିନ କାମ କରୁଥିଲେ। ଏତିକି ନୁହେଁ, ସେ ଏହି ବ୍ୟାଗକୁ କ୍ୟାରି କରି ସାଙ୍ଗମାନଙ୍କ ସହିତ ଫୁଟବଲ ମଧ୍ୟ ଖେଳୁଥିଲେ।

କହି ରଖୁଛୁ, ମଣିଷକୁ ଆର୍ଟିଫିସିଆଲ ହାର୍ଟର ଆବଶ୍ୟକତା ସେତେବେଳେ ପଡ଼ିଥାଏ, ଯେତେବେଳେ ତା’ ହାର୍ଟର ଦୁଇଟି ଯାକ ପାର୍ଶ୍ୱ ଫେଲ୍‌ ହୋଇଯାଇଥାଏ ଏବଂ ସାମାନ୍ୟ ହାର୍ଟ ସପୋର୍ଟିଙ୍ଗ୍‌ ଡିଭାଇସ୍‌ ତାକୁ ବଞ୍ଚି ରଖେଇବାରେ ଯଥେଷ୍ଟ ହୋଇ ନ ଥାଏ।

ଏକ ରିପୋର୍ଟ ମୁତାବକ, ୨୦୧୬ରେ ଲାର୍କିନଙ୍କୁ ଜଣେ ଡୋନର ମିଳିଥିଲା ଏବଂ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ସେତେବେଳେ ତାଙ୍କ ବୟସ ୨୫ ବର୍ଷ ଥିଲା। କିନ୍ତୁ ଏହା ପୂର୍ବରୁ ୫୫୫ ଦିନ ପର୍ଯ୍ୟନ୍ତ ସେ ଡୋନରଙ୍କ ଅପେକ୍ଷାରେ SyncArdia ଡିଭାଇସ୍‌(କୃତ୍ରିମ ହୃଦୟ) ବ୍ୟାଗ୍‌କୁ ନିଜ ସାଥୀରେ ହିଁ ରଖିଥିଲେ। ଏହି ବ୍ୟାଗର ଓଜନ ପାଖାପାଖି ୬ କିଲୋ ଥିଲା।

କହି ରଖୁଛୁ, ଏହି ମାମଲା ପାଖାପାଖି ୫ ବର୍ଷ ପୁରୁଣା। କିନ୍ତୁ ଲାର୍କିନଙ୍କ ଏହି ପ୍ରେରଣାଦାୟକ କାହାଣୀ ପୁଣିଥରେ ଚର୍ଚ୍ଚାକୁ ଆସିଛି। ମିଶିଗନ ବିଶ୍ୱବିଦ୍ୟାଳୟରେ କାର୍ଡିୟାକ ସର୍ଜରୀର ଆସୋସିଏଡ୍‌ ପ୍ରଫେସର ଡା. ଜୋନାଥନ ହ୍ୟାଫ୍ଟ କହିଛନ୍ତି, ଲାର୍କିନ ମିଶିଗନରେ SyncArdia ଡିଭାଇସ୍‌ ସହିତ ହସ୍ପିଟାଲରୁ ଛୁଟି ପାଇବାରେ ହେଉଛନ୍ତି ପ୍ରଥମ ରୋଗୀ। ସେ ଏହି ଡିଭାଇସ୍‌କୁ ସବୁବେଳେ ନିଜ ପାଖରେ ହିଁ ରଖୁଥିଲେ। ୨୦୧୬ରେ University of Michigan Frankel Cardiovascular Centerର ପ୍ରେସ୍‌ କନଫେରେନ୍ସରେ ଲାର୍କିନ କହିଥିଲେ କି, SyncArdia ଡିଭାଇସ୍‌ ମୋତେ ନୂଆ ଜୀବନ ଦେଇଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago