ଅଦରକାରୀ ଜିନିଷରୁ ଗାଡ଼ି ତିଆରି କରି ପରିବାର ସହ ବୁଲିଲେ, ଭାଇରାଲ ହେଲା ଭିଡ଼ିଓ

ଭାରତ ଏକ ଏମିତି ଦେଶ ଯେଉଁଠି ଲୋକମାନଙ୍କ ଭିତରେ ଏକ୍ସଟ୍ରା ଟ୍ୟାଲେଣ୍ଟ ଭରି ରହିଛି। ଏଠାରେ ଲୋକ ଅଦରକାରୀ ଜିନିଷକୁ ଉପଯୋଗୀ କରିବାର ସଠିକ ତରିକା ଖୁବ ଜାଣିଛନ୍ତି। ଏଠାରେ ପ୍ରତ୍ୟେକ ଲୋକ ନିଜ ସୁବିଧା ପାଇଁ କିଛି ଏମିତି ଜୁଗାଡ଼ କରନ୍ତି। ଯାହା ପରେ ଭାଇାରାଲ ହୋଇଯାଏ । ଏହା ଦ୍ୱାରା କାମ ସହଜ ମଧ୍ୟ ହୋଇଯାଏ । କିନ୍ତୁ ଟିକିଏ ସାବଧାନ ରହିଲେ ହେଲା।

ଜୁଗାଡ଼ରେ କମ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ଆଜିକାଲି ଆପଣ ଅନେକ ଜୁଗାଡ଼ ସୋସିଆଲ ମିଡ଼ିଆରେ ଦେଖୁଥିବେ। କିନ୍ତୁ ଆମେ ଆଜି ଯାହାର ଭିଡ଼ିଓ ଦେଖାଇବୁ ତାହା ରହିଛି ଟିକେ ଅଲଗା। ଏଠାରେ ଜଣେ କୃଷକ ଅଦରାକରୀ ଜିନିଷରୁୁ ଗାଡ଼ି ତିଆରି କରିଛନ୍ତି। ଯେଉଁଥିରେ ପୁରା ପରିବାର ବସିକି ଯାଉଛନ୍ତି। ଦେଖନ୍ତୁ ଏହି ଭିଡ଼ିଓ..

 

View this post on Instagram

 

A post shared by JUGAAD (@jugaadu_life_hacks)

ଏହି ଜୁଗାଡ଼ ପାଇଁ ବ୍ୟକ୍ତିର ଯିବା ଆସିବା ସମସ୍ୟା ମଧ୍ୟ ଦୂର ହୋଇଗା। କାରଣ ତାଙ୍କ ପାଖରେ ଗାଡ଼ି କିମ୍ବା ସାଇକେଲ ନଥିଲା। କୃଷକଙ୍କ ଏହି ଜୁଗାଡ଼ ଦେଖି ଇଞ୍ଜିନିୟର ମାନଙ୍କର ମଧ୍ୟ ହୋସ୍‌ ଉଡିଯାଇଛି। ଅଦରକାରି ଖରାପ ଜିିନିଷରୁ ଗାଡ଼ି ତିଆରି ହେବାର ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଳ ହେଉଛି। ଭିଡ଼ିଓଟି ଇନଷ୍ଟାଗ୍ରାମରେ ସେୟାର ହୋଇଛି। jugaadu_life_hacks ନାମକ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହାକୁ ସେୟାର କରିଛି। ଏହି ଜୁଗାଡ଼ ଗାଡ଼ିରେ ଷ୍ଟିୟରିଂ ଅଛି। ଏହାସହ ଜେନେରେଟର ରଖାଯାଇଛି। ଯାହାଦ୍ୱାରା ଗାଡ଼ିଟି ଷ୍ଟାର୍ଟ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.