ଜନ୍ମରୁ ଦୁଇ ହାତ ନଥିବା ଦିବ୍ୟାଙ୍ଗ କଲେ ରିଲିଫ ପାଣ୍ଠିକୁ ସହାୟତା, ଭାବପ୍ରବଣ ହୋଇଗଲେ କେରଳ ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ):  ଦିବ୍ୟାଙ୍ଗ ସାଜିଲେ ଶାରୀରିକ ସକ୍ଷମମାନଙ୍କ ପାଇଁ ଉଦାହାରଣ। ନିଜ କଷ୍ଟ ଅର୍ଜିତ ଜମା ପୁଞ୍ଜିକୁ ଦାନ କଲେ ରାଜ୍ୟର ରିଲିଫ ପାଣ୍ଠିକୁ । ଏହି ଘଟଣାଟି ହେଉଛି କେରଳର, ଯେଉଁଠାରେ ୨୧ ବର୍ଷିୟ ପ୍ରଣବ ନାମକ ଜଣେ ଦିବ୍ୟାଙ୍ଗ ଚିତ୍ରଶିଲ୍ପି ନିଜର ସ୍ୱ ଅର୍ଜିତ ଜମା ରାଶିକୁ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।


କଥାରେ ଅଛି ସାହାସ ଓ ଧର୍ଯ୍ୟଥିଲେ ମଣିଷ କିଛି ବି କରିବାକୁ ପଛାଏ ନାହିିଁ। ଯାହାର ଜ୍ୱଳନ୍ତ ଉଦାହାରଣ ସାଜିଛନ୍ତି ପ୍ରଣବ ବିଏସ । ପ୍ରଣବ ହେଉଛନ୍ତି ସେହି ପେଣ୍ଟର ଯାହାଙ୍କର ଜନ୍ମ ହେବା ବେଳୁ ଦୁଇ ହାତ ନଥିଲା । ଭଗବାନ ସିନା ବିନା ହାତରେ ପ୍ରଣବଙ୍କୁ ଦୁନିଆକୁ ଆଣିଲେ କିନ୍ତୁ ତାଙ୍କ ଠାରେ ଚିତ୍ରାଙ୍କନର ଅଦ୍ଭୁତ କଳାକୁ ଭରପୁର କରି ଛାଡିଥିଲେ। ହାତ ନଥିଲେ କଣ ହେଲା ଦୁଇ ଗୋଡରେ ବିଭିନ୍ନ ଅଭିନେତା ଖଳାଳିଙ୍କ ଛବି ଆଙ୍କି ବେସ ସୁନାମ ଅର୍ଜନ କରିଛନ୍ତି ପ୍ରଣବ।

ମଙ୍ଗଳବାର ଦିନ ପ୍ରଣବ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ସାକ୍ଷତ କରିଥିଲେ । ଏହି ଅବସରରେ ପଣବ ତାଙ୍କ ଜୀବନର ଜମା ପୁଞ୍ଜିକୁ କେରଳର ରିଲିଫ ପାଣ୍ଠିକୁ ଦାନ କରିଥିଲା। ସବୁଠାରୁ ଭାବୁକ କଲାଭଳି କଥାଟି ହେଉଛି ପ୍ରଣବ ନିଜ ଗୋଡରେ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ପ୍ରଦାନ କରିଥିଲେ। ଏହା ପରେ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଣବଙ୍କ ଗୋଡ଼ରେ ହାଣ୍ଡସେକ୍‌ କରିଥିଲେ। ପ୍ରଣବ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାରକୁ ସବୁଦିନ ପାଇଁ ମନେ ରଖିବା ପାଇଁ ତାଙ୍କ ସହ ଗୋଡରେ ସେଲଫି ମଧ୍ୟ ନେଇଥିଲେ।

ପ୍ରଣବଙ୍କ ସହ ମିଶିବାପରେ ପିନରାଇ ବିଜୟନ ଟ୍ଵିଟ କରି ପ୍ରଣବଙ୍କ ମହନୀୟତାକୁ ପ୍ରଶଂସା କରି ଲେଖିଥିଲେ‘ ଏହା ମୋ ପାଇଁ ଏକ ଭାବପ୍ରବଣତାର ମୁହୂର୍ତ୍ତ ସୃଷ୍ଟି କରିଥିଲା’।
ଚଳିତ ବର୍ଷ ୩୧ ଅଗଷ୍ଟ ଦିନ ପ୍ରଣବଙ୍କ ପାଇଁ ଏକ ବହୁତ ଖାସ ଥିଲା। ସେ ତାଙ୍କ ପ୍ରିୟର ଖେଳାଳି ସଚିନ୍‌ ତେନ୍ଦୁଲକରଙ୍କ ସହିତ ସକ୍ଷାତ କରିଥିଲେ। ପ୍ରଣବ ସଚିନଙ୍କ ଏକ ପେଣ୍ଟିଙ୍ଗ ତିଆରି କରିଥିଲେ ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like