ସ୍ପେଶାଲ

ବାଏ ବାଏ ସାର୍‌…! ଯୁବକଙ୍କ ଛୋଟିଆ ଇସ୍ତଫା ପତ୍ର ସମସ୍ତଙ୍କୁ କରିଦେଲା ଚକିତ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

କୌଣସି ବି ଚାକିରିରୁ କ୍ୱିଟ୍‌ କରିବା ଆମ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ। ଆମେମାନେ ପ୍ରାୟତଃ ଅଫିସ୍‌ ପରିବେଶ କିମ୍ବା ସହକର୍ମୀଙ୍କ ସହ ତାଳମେଳ ନ ପଡ଼ିବା କାରଣରୁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥାଉ। ଏହା ବ୍ୟତୀତ ଅନେକ ବାର ଲୋକେ ଦରମାରେ ଅସନ୍ତୁଷ୍ଟ ହୋଇ ମଧ୍ୟ ଚାକିରିରୁ ଇସ୍ତାଫା ଦିଅନ୍ତି। resignation letterରେ କିଛି ଲୋକ ସାଧାରଣ ତରିକାରେ ନିଜର କାରଣ ଦର୍ଶାଇ ଥାଆନ୍ତି ତ ଆଉ କିଛି ଲୋକ ଏମିତି କଥା ଲେଖନ୍ତି, ଯାହା ଚର୍ଚ୍ଚାର ବିଷୟ ହୋଇଥାଏ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ resignation letter ଖୁବ୍‌ ଭାଇରାଲ ହେଉଛି। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଇସ୍ତଫା ପତ୍ରର ଫଟୋ ଭାଇରାଲ ହେବା ପରେ ଟ୍ଵିଟର ୟୁଜରମାନେ ମଧ୍ୟ ସମାନ କିଛି ମଜାଦାର ଇସ୍ତଫା ପତ୍ର ଟ୍ଵିଟ୍‌ କରିଛନ୍ତି। ଆପଣ ବର୍ତ୍ତମାନ ଭାବୁଥିବେ ଯେ ଏହି ଇସ୍ତଫା ପତ୍ରରେ ଏମିତି କ’ଣ ଲେଖା ହୋଇଛି, ଯାହା ଲୋକଙ୍କୁ ବହୁତ ମଜାଦାର ଲାଗୁଛି। ଇଣ୍ଟରନେଟ୍‌ ୟୁଜର୍ସ ଏହି ଇସ୍ତଫା ପତ୍ରକୁ ସବୁଠୁ ଛୋଟ ଏବଂ ସ୍ୱିଟ୍‌ ବୋଲି କହୁଛନ୍ତି। କେତେଜଣଙ୍କୁ ଏହା ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇଛି।

ବାସ୍ତବରେ, ଏଠି ଜଣେ ଯୁବକ ଚାକିରି ଛାଡ଼ିବା ପାଇଁ ବିନା କୌଣସି କାରଣ ଦର୍ଶାଇ ବସ୍‌ଙ୍କୁ କେବଳ ୩ଟି ଶବ୍ଦ ଲେଖିଛନ୍ତି, ତାହା ହେଲା ‘ବାଏ ବାଏ ସାର୍‌’। ଏବେ ଏହି ଶବ୍ଦରୁ ଅନୁମାନ ଲଗା ଯାଉଛି ଯେ ଯୁବକ ଜଣକ କ’ଣ କହିବାକୁ ଚାହୁଁଛନ୍ତି।

@ikaveri ନାମକ ଟ୍ଵିଟର ହ୍ୟାଣ୍ଡେଲରୁ ଏହି ଇସ୍ତଫା ପତ୍ରର ଫଟୋ ସେୟାର କରାଯାଇଛି। ୟୁଜର ଜଣକ କ୍ୟାପସନରେ ଲେଖିଛନ୍ତି, ‘ଶର୍ଟ ଆଣ୍ଡ ସ୍ୱିଟ୍‌’। ଏବେ ଏହି ଫଟୋକୁ ଦେଖିବା ପରେ ଲୋକେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏଥି ସହିତ ଏହିଭଳି ଅନେକ ମଜାଦାର ଇସ୍ତଫା ପତ୍ର ମଧ୍ୟ ସେୟାର କରୁଛନ୍ତି।

ଜଣେ ୟୁଜର ନିଜର ପ୍ରତିକ୍ରିୟାରେ ଲେଖିଛନ୍ତି, ‘ଏହା କିଛି ବି ନୁହେଁ। ଗତ ସପ୍ତାହରେ ମୋତେ ଜଣେ ଯୁବକ ଯେଉଁ ଇସ୍ତଫା ପତ୍ର ଦେଇଥିଲେ, ତାହା ଆହୁରି ବି ଛୋଟ ଥିଲା। ଯେଉଁ ଦିନ ଯୁବକଙ୍କୁ ଦରମା ମିଳିଥିଲା, ସେ ସେହି ଦିନ ହିଁ ହ୍ଵାଟସ୍‌ଆପ୍‌ରେ ଇସ୍ତଫା ଦେଇଥିଲେ। ସେପଟେ ଆଉ ଜଣେ ୟୁଜର ଲେଖିଛନ୍ତି, ‘ମୁଁ ବହୁତ ଦିନ ପୂର୍ବେ ଏମିତି କିଛି ଲେଖିଥିଲି, ଯାହା ବସ୍‌ଙ୍କୁ ବହୁତ ଖରାପ ଲାଗିଥିଲା ଏବଂ ସେ ମୋତେ ଜବାବ ସୁଦ୍ଧା ଦେଇ ନ ଥିଲେ’।

Roshni

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

14 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

29 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

48 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago