ବୈଜ୍ଞାନିକ ମାନଙ୍କୁ ମିଳିଲା ବିରଳ ପ୍ରଜାତି ବେଙ୍ଗର ସନ୍ଧାନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଅଷ୍ଟ୍ରେଲିଆର ବୈଜ୍ଞାନିକ ମାନେ ଅନୁସନ୍ଧାନ କରି ଏକ ବିରଳ ପ୍ରଜାତି ବେଙ୍ଗର ସନ୍ଧାନ ପାଇଛନ୍ତି । ଯାହାକୁ ନ୍ୟୁ ଗିନି ଦ୍ବୀପର ଘଞ୍ଚ ଜଙ୍ଗଲରେ ଚକୋଲେଟ ବେଙ୍ଗ କୁହାଯାଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବେଙ୍ଗର ଫଟୋ ଗୁଡିକ ଖୁବ ଭାଇରଲ ହେବାରେ ଲାଗିଛି । ବୈଜ୍ଞାନିକ ଷ୍ଟିଭ୍ ରିଚାର୍ଡସ ପ୍ରଥମେ ୨୦୧୬ ମସିହାରେ ଏପରି ବେଙ୍ଗ ଦେଖିବାକୁ ପାଇଥିଲେ ଏବଂ ପରେ ସେ ଅଧିକ ଅନୁସନ୍ଧାନ ପାଇଁ କିଛି ନମୁନା ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏହି ବାଦାମୀ ରଙ୍ଗର ବେଙ୍ଗ ପରେ ଧୀରେ ଧୀରେ ଏକ ନୂତନ ପ୍ରଜାତିରେ ପରିଣତ ହେଲା ।

ଏହି ବେଙ୍ଗର ଲାଟିନ୍ ନାମ ହେଉଛି ଲିଟୋରିଆ ମିରା କିନ୍ତୁ ଏହାର ଚକୋଲେଟ୍ ରଙ୍ଗ ହେତୁ ଏହାକୁ ‘ଚକୋଲେଟ୍ ବେଙ୍ଗ’ କୁହାଯାଏ । ଏହାର ଲାଟିନ୍ ନାମର ଅର୍ଥ ହେଉଛି ‘ଅଜବ’ । ବୈଜ୍ଞାନିକ ପଲ୍ ଅଲିଭରଙ୍କ କହିବା ଅନୁଯାୟୀ ଅଷ୍ଟ୍ରେଲୀୟ “ଜର୍ଣ୍ଣାଲ ଅଫ୍ ପ୍ରାଣୀ ବିଜ୍ଞାନ” ମାଗାଜିନରେ ପ୍ରକାଶିତ ଏହି ବେଙ୍ଗର ନିକଟତମ ପ୍ରଜାତି ହେଉଛି ଅଷ୍ଟ୍ରେଲୀୟ ସବୁଜ ଗଛ ବେଙ୍ଗ । ଏହି ଉଭୟ ପ୍ରଜାତିଙ୍କର ଅନେକ ସମାନତା ରହିଛି ।

ଏହା ସହିତ ଷ୍ଟିଭ ରିଚାର୍ଡସ କହିଛନ୍ତି ଯେ ଏହି ପ୍ରଜାତିର ବେଙ୍ଗକୁ ଅନୁସନ୍ଧାନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ କାରଣ ଏହି ବେଙ୍ଗ ଅତ୍ୟଧିକ ବର୍ଷା ହେଉଥିବା ଓ ଘଞ୍ଚ ଜଙ୍ଗଲରେ ରହୁଥିବା ହେତୁ ଏମାନେ କେବେବି ବାହାରକୁ ଆସିନଥାନ୍ତି । ଆହୁରି କହିଛନ୍ତିଯେ ଏହି ସ୍ଥାନରେ ଜଳାଶୟ ଥିବାରୁ ଜଙ୍ଗଲରେ ବହୁତଗୁଡ଼ିଏ କୁମ୍ଭୀର ବାସ କରନ୍ତି, ଏହି କାରଣରୁ ସେଠାକୁ ଯିବାକୁ ସାହସ ମଧ୍ୟ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like