ଏମିତି ଏକ ସ୍ୱୟଂ ସହାୟକ ଗୋଷ୍ଠୀ, ଯିଏ ସଫଳ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ

କରଞ୍ଜିଆ: ଦୀର୍ଘ ୬ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ କରୋନା ମାହାମାରି ତାର କାୟା ବିସ୍ତାର କରିଚାଲିଛି । କରୋନା ଯୋଗୁଁ ଅନେକ ଲେକମାନେ ରୋଜଗାର ହରେଇ ଆଥିର୍କ ସଙ୍କଟ ଦେଇ ଗତି କରୁଛନ୍ତି । ଆଜି ଏମିତି ଏକ ସ୍ୱଂୟ ସହାୟକ ଗୋଷ୍ଠୀ କୁ ଭେଟିବା ଯିଏକି  କରୋନାକୁ ହରେଇବା ସହିତ ଅନେକ ଲେକମାନଙ୍କୁ ମଧ୍ୟ ରୋଜଗାର  ଦେଉଛି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଳକ ଅନ୍ତର୍ଗତ ଘୋଷଦା ଗାଁ ରେ ଥିବା ଗୃହଲକ୍ଷ୍ମୀ ସ୍ୱଂୟ ସହାୟକ ଗୋଷ୍ଠୀ ଅନ୍ୟମାନଙ୍କ ପାଇଁ ଉଧାହାରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ସ୍ୱତେ ବି ଆଥିର୍କ ସଙ୍କଟ ଦେଖାଯାଇ ନାହିଁ । ଏମିତି କି ନିଜେ ରୋଜଗାର କରିବା ସହିତ ଅନେକ ପରିବାରକୁ ମଧ୍ୟ ରୋଜଗାର ଯୋଗାଇଦେଉଛନ୍ତି। ଏହି ସ୍ୱଂୟ ସହାୟକ ଗୋଷ୍ଠୀ ପ୍ରଥମେ ୧୦ ହଜାର ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିଲେ, ଯାହା ଏବେ ୭୦ ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟ କରିପାରୁଛନ୍ତି।

ssg karajiaଘୋସଦା ଗ୍ରାମର ଗୃହଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଏକ ସଫଳ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହି ଗୋଷ୍ଠୀ ୨୦୦୧ ମସିହାରେ ଗଠନ ହୋଇ ମିଶନ ଶକ୍ତି ର ଆଭିମୁଖ୍ୟ କୁ ନଜର କରି ସୋପାନ ଉପରେ ସୋପାନ ଚଢି ଚାଲିଛି। ୨୦୦୨ ମସିହାରେ ବ୍ୟାଙ୍କରୁ ମାତ୍ର ୧୦ହଜାର ଟଙ୍କାର ସହାୟତା ନେଇ ଆରମ୍ଭ କରିଥିଲା ଚାଉଳ ବ୍ୟବସାୟ। ଏହି ବ୍ୟବସାୟରେ ସଫଳ ହୋଇ ବ୍ୟାଙ୍କ ସହ ଭଲ ବ୍ୟବସାୟ କରି ଦ୍ୱିତୀୟ ଥର ୨୨ହଜାର ଟଙ୍କା ଲୋନ୍‌ ନେଇ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ ଚାଉଳ ବ୍ୟବସାୟ ମଧ୍ୟ ଚାଲୁ ରଖିଛନ୍ତି। ଏଥିରେ ସେମାନେ ସଫଳ ହୋଇ ସ୍ୱାଧୀନତା ଦିବସରେ ପାଞ୍ଚପିଢ ଉପଜିଲ୍ଲାପାଳଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ।

ସେଦିନ  ଆଉ ଗୃହଲକ୍ଷ୍ମୀ ଏସ ଏଚ ଜି ପାଲଟି ଯାଇଛି ଛତୁଆ ଉତ୍ପାଦନ କେନ୍ଦ୍ର। ଏହି ମହିଳା ଗୋଷ୍ଠୀ କରଞ୍ଜିଆ ବ୍ଲକ ର ନମ୍ବର ୧ ଭାବେ ଛିଡା ହୋଇଛି । ଛତୁଆରେ ସଫଳ ହେବା ପରେ ସେମାନେ ରାଇଶ ମିଲ କରିବାର ସପ୍ନ ଦେଖୁଛୋନ୍ତି । ଏହି ଗୋଷ୍ଠୀକୁ ଅନେକ ସମୟରେ ସହଯୋଗର ହାତ ବଢ଼ାଇଛି  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଚିତ୍ରପୋଷି ଶାଖା ।। ସିଲେଇ ନିଜେ ଶିଖିବା ସହିତ ଅନେକ ମହିଳାମାନକୁ ମଧ୍ୟ ଶିଖାଉଛନ୍ତି । ଅନେକ ସମୟରେ ଅଙ୍ଗନବାଡିରେ ସିଲେଇ ଡ୍ରେସ ପ୍ରଦାନ କରାଯାଇଛି । ନିଜର ଆଥିର୍କ ଅର୍ଥରୁ ଅନେକ ସମୟରେ ଜନହିତ କାର୍ଯ୍ୟ କରିଥାନ୍ତି । ନିଜ ଅଞ୍ଚଳରେ ଅନେକ ସମୟରେ ବୃକ୍ଷ ରୋପଣ ମଧ୍ୟ କରିବା ସହିତ ଅନ୍ଧ ବିଶ୍ଵାସ ଦୂର କରିବା ପାଇଁ ସଚେତନ ମଧ୍ୟ କରିଥାନ୍ତି ।

Leave A Reply

Your email address will not be published.