ସଂସଦର ମାହୋଲକୁ ବଦଳାଇ ଦେଲା ମାତ୍ର ଗୋଟିଏ ମୂଷା, କ୍ଲିପ ଦେଖି ଆପଣ ହସି ହସି ଗଡ଼ିଯିବେ

ସ୍ପେନର ଏକ ସଂସଦୀୟ ଅଧିବେଶନ ଚାଲିଥିବା ବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ଯାହାକୁ ନେଇ କିଛି ସମୟ ପାଇଁ ସଂସଦରେ କିଛି ସମୟ ପାଇଁ ହଇଚଇ ସୃଷ୍ଟି ହୋଇଥିଲା । ଏମିତିକି ସ୍ପିକର ବି ଖୁବ ଡରି ଯାଇଥିଲେ । ପ୍ରକୃତରେ ଘଟଣାଟି ଘଟିଛି ସ୍ପେନର ଅଣ୍ଡାଲୁସିୟା ସ୍ଥିତ ଏକ ସଂସଦରେ । ଯେଉଁଠି ଅଧିବେଶନ ଚାଲିଥିବା ବେଳେ ହଟାତ ଏକ ମୂଷା ସଂସଦ ଭିତରକୁ ପଶିଯାଇଥିଲା । ଯାହାକୁ ନେଇ ସଂସଦ ସଦସ୍ୟ ମାନେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । କିଛି ସଦସ୍ୟ ମୂଷାଟିକୁ ଖୋଜିବାରେ ଲାଗି ପଡ଼ିଥିଲେ ତ କିଛି ଜଣ ମୂଷା ଭୟରେ ଏଣେ ତେଣେ ଦୌଡ଼ି ପଳାଉଥିଲେ ।

ଖାଲି ସେତିକି ନୁହେଁ ସଂସଦର ସଂଚାଳନ କରୁଥିବା ରିଜନାଲ ସ୍ପିକର ବି ମୂଷାକୁ ନେଇ ଖୁବ ଭୟବିତ ହୋଇଯାଇଥିଲେ । ଏମିତିକି ତାଙ୍କ ମୁହଁରୁ ଭୟରେ ଏକ ଚିତ୍କାର ବାହାରି ଆସିଥିଲା । ଆଉ ନିଜ ମୁହଁରେ ହାତ ରଖିଦେଇଥିଲେ | ଏହି ପୁରା ଘଟଣା କ୍ୟାମେରାରେ କଏଦ ହୋଇଥିଲା ।ଯାହାର ଏକ କ୍ଲିପ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ନ୍ୟୁଜ ଆକାରରେ ଏକ ନ୍ୟୁଜ ଏଜେନ୍ସି ସେୟାର କରିଥିଲେ । ଆଉ ଏହାର କ୍ୟାପସନରେ ଲେଖିଥିଲେ “ଏକ ମାତ୍ର ମୂଷା ସଂସଦର ମାହୋଲକୁ ବିଗାଡି ଦେଲା” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.