ସମୁଦ୍ରରୁ ବାହାରିଲା ମଣିଷ ଦାନ୍ତ ଥିବା ଅଦ୍ଭୁତ ମାଛ

୩୮ ବର୍ଷିୟ ସ୍ପିୟରଫିସର ଟାଡ ଏଲ୍ଡର ଦିନେ ସମୁଦ୍ରରେ ମାଛ ଧରୁଥିଲେ । ଏହି ସମୟରେ ସେ ଏପରି ଏକ ମାଛ ଧରିଥିଲେ, ଯାହା ଅନ୍ୟ ସମସ୍ତ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସମୁଦ୍ରରୁ ମିଳିଥିବା ଏହି ମାଛର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ଦେଖାଯାଉଥିଲା ।

(କେନ୍ୟୁଜ ବ୍ୟୁରୋ): ପ୍ରକୃତିର ରହସ୍ୟ ଭିନ୍ନ । ପୃଥିବୀରେ ଏପରି ଅନେକ ଜୀବ ଲୁଚି ରହିଛନ୍ତି ଯେଉଁମାନଙ୍କ ଗଠନ ସମ୍ପୂର୍ଣ୍ଣ ରହସ୍ୟମୟ । ଏହି ଜୀବ ମାନଙ୍କୁ ଦେଖିବା ପରେ ଆଖିକୁ ମଧ୍ୟ ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । ତେବେ ଏହି ବିଚିତ୍ର ଜୀବ ମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ଅନେକ ସମୟରେ ଏପରି କିଛି ଜୀବଙ୍କ ଭିଡିଓ ସାମ୍ନାକୁ ଆସେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଆମେରିକାର ବର୍ଜନିୟାରେ ଦେଖାଯାଇଛି । ଏଠାରେ ଥିବା ସମୁଦ୍ରରେ ଏକ ବିଚିତ୍ର ମାଛ ଭାସୁଥିବାର ଦେଖାଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ମାଛର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ୩୮ ବର୍ଷିୟ ସ୍ପିୟରଫିସର ଟାଡ ଏଲ୍ଡର ଦିନେ ସମୁଦ୍ରରେ ମାଛ ଧରୁଥିଲେ । ଏହି ସମୟରେ ସେ ଏପରି ଏକ ମାଛ ଧରିଥିଲେ, ଯାହା ଅନ୍ୟ ସମସ୍ତ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସମୁଦ୍ରରୁ ମିଳିଥିବା ଏହି ମାଛର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ଦେଖାଯାଉଥିଲା । ଅନ୍ୟପଟେ ଏହି ମାଛର ମୁଣ୍ଡ ମଧ୍ୟ ଅନ୍ୟ ମାଛଙ୍କ ତୁଳନାରେ ଅଧିକ ବଡ଼ ଥିଲା । ଏହା ଦେଖିବାକୁ ବିଚିତ୍ର ଥିଲା ।

ଟାଡ ଏଲ୍ଡରଙ୍କ କହିବା ଅନୁସାରେ ସେ ପାଣି ଭିତରେ ପଶି ଶେଷରେ ଏହି ବିଚିତ୍ର ମାଛକୁ ଧରିବାରେ ସଫଳ ହୋଇଥିଲେ । ୮.୬ କିଲୋଗ୍ରାମର ଏହି ବିଚିତ୍ର ମାଛ ନିଜ ଦାନ୍ତରେ କାକଲ୍ସ, ଆଇଷ୍ଟର ଏବଂ କ୍ରାବ୍ସ ବା କଙ୍କଡ଼ା ଖାଇଥାଏ । ଟାଡ ଏଲ୍ଡରଙ୍କ କହିବା ଅନୁସାରେ ଏହି ମାଛର ବୟସ ୧୫ ବର୍ଷ ହେବ । ଏଲ୍ଡର ଯେଉଁଦିନ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ମାଛ ଧରିବା ପରେ ସେ ଏହାର ଓଜନ ମାପିଥିବା ପ୍ରକାଶ କରିଛନ୍ତି ।

ଆନ୍ତର୍ଜାତୀୟ ଅଣ୍ଡରଓ୍ଵାଟର ସ୍ପିୟରଫିକ୍ସିଙ୍ଗ ଆସୋସିଏସନ ଅନୁସାରେ ସମୁଦ୍ରରେ ମିଳୁଥିବା ଏହି ବିଚିତ୍ର ମାଛ ସବୁଠାରୁ ଅଧିକ ଓଜନର ଶିପ୍‌ହେଡ ଫିସ ବୋଲି କୁହାଯାଇଥାଏ । ଏହାକୁ ନେଇ ଏକ ବିଶ୍ୱ ରେକର୍ଡ କରାଯାଇଛି । ଏହି ମାଛ ୩ରୁ ୪ ପାଉଣ୍ଡ ଅର୍ଥାତ ଏକ ରୁ ଦୁଇ କିଲୋଗ୍ରାମର ହୋଇଥାଏ । କିନ୍ତୁ ଏହାର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ହୋଇଥିବାରୁ ଏହା ଅନ୍ୟ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.