ଅନ୍ଧବିଶ୍ୱାସ: ଗୋବରରେ ୧ ଘଣ୍ଟା କାଳ ପୋତି ମୃତ ଯୁବକଙ୍କୁ ବଞ୍ଚାଇବାକୁ ପ୍ରୟାସ! ବିଜୁଳି ଆଘାତରେ ହୋଇଥିଲା ମୃତ୍ୟୁ

ଛତିଶଗଡ଼ରୁ ଆସିଛି ଏକ ଅଦ୍ଭୁତ ଘଟଣା। ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଛନ୍ତି। ଘଟଣାରୁ ଜଣାପଡିଛି ଯେ ବିଜୁଳି ଆଘାତରେ ଯୁବକଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଗୋବରରେ ପୋତି ରଖିଥିଲେ ତାଙ୍କ ପରିବାର ଲୋକ। ଯେତେବେଳେ ଯୁବକ ନ ଉଠିଥିଲେ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଅନ୍ଧବିଶ୍ୱାସର ଏହି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ସରଗୁଜା ଜିଲ୍ଲାର ଲଖନପୁର ବ୍ଲକ ମୁଟକି ଗାଁରେ। ସୂଚନା ମୁତାବକ, ତଉକତେ ଯୋଗୁ ଭୀଷଣ ବର୍ଷା ପରେ ବଡ଼ ଜୋରରେ ବିଜୁଳି ଘଡ଼ଘଡ଼ି ମାରିଥିଲା। ଏହା ସଂସ୍ପର୍ଶରେ ଆସି ଉକ୍ତ ଗାଁର ଜଣେ ୩୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ମୃତ ଶରୀରକୁ ଅଧ ଘଣ୍ଟାରୁ ଅଧିକ ସମୟ ଧରି ପରିବାର ଲୋକ ଗୋବରରେ ପୋତି ରଖିଥିଲେ। ସେମାନଙ୍କ ବିଶ୍ୱାସ ଥିଲା ଯେ ଯଦି ଗୋବରରେ ମୃତଦେହକୁ ପୋତି ରଖାଯାଏ, ତା’ହେଲେ ଯୁବକଙ୍କ ଜୀବନ ପୁଣିଥରେ ଫେରି ଆସିବ। ଶେଷରେ ମୃତ୍ୟୁ ବିଷୟରେ ସୁନିଶ୍ଚିତ ହେବା ପାଇଁ ମୃତ ଯୁବକଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.