ବ୍ୟବହାର ପରେ ଫିଙ୍ଗା ଯାଇଥିବା ମାସ୍କରୁ ନିର୍ମାଣ ହେବ ମଜଭୁତ ରାସ୍ତା, ୧ କିମି ଲମ୍ବା ରୋଡ୍‌ ବନାଇବାରେ ଲାଗିବ ୩୦ ଲକ୍ଷ ମାସ୍କ

କରୋନା ମହାମାରୀଠୁ ବଞ୍ଚିବା ପାଇଁ ଫେସ୍‌ ମାସ୍କ ସବୁଠାରୁ ଅଧିକ ପ୍ରଭାବୀ ବୋଲି କୁହାଯାଉଛି। ୨୦୨୦ ଠାରୁ ମାସ୍କ ବ୍ୟବହାର ଅଧିକ ବଢ଼ିଯାଇଛି। ତେଣୁ ସବୁଠାରୁ ଅଧିକ ଆବର୍ଜନା ବ୍ୟବହୃତ ମାସ୍କରୁ ହିଁ ବାହାରୁଛି।

ତେବେ ଏହି ଆବର୍ଜନାରୁ ମୁକୁଳିବା ପାଇଁ ଅଷ୍ଟ୍ରେଲିଆ ନୂଆ ଟେକ୍ନିକ୍‌ ବାହାର କରିଛି। ଏହା ଜରିଆରେ ବ୍ୟବହୃତ ମାସ୍କରୁ ରାସ୍ତା ନିର୍ମାଣ କରାଯିବ। ଆବର୍ଜନାରେ ପକାଯାଇଥିବା ମାସ୍କକୁ ଏବେ ରାସ୍ତା ନିର୍ମାଣରେ ଉପଯୋଗ କରାଯିବ, ଯଦ୍ଦ୍ଵାରା ଆବର୍ଜନାକୁ ନଷ୍ଟ କରାଯିବା ସାଙ୍ଗକୁ ରାସ୍ତା ମଧ୍ୟ ନିର୍ମାଣ କରାଯାଇ ପାରିବ।

ଏଭଳି ଏକ ନୂଆ ଟେକ୍ନିକ ବାହାର କରିଛି ଅଷ୍ଟ୍ରେଲିଆର ମେଲବର୍ଣ୍ଣସ୍ଥିତ RMIT ୟୁନିଭର୍ସିଟିର ଗବେଷକମାନେ। ରାସ୍ତା ନିର୍ମାଣରେ ମାସ୍କ କଞ୍ଚା ମାଲ୍‌ ଭାବେ ବ୍ୟବହାର କରାଯିବ। ଦୁଇ ଲେନ୍‌ ବିଶିଷ୍ଟ ୧ କିଲୋମିଟର ରାସ୍ତା ନିର୍ମାଣରେ ୩୦ ଲକ୍ଷ ମାସ୍କ ଲାଗିବ। ଏଥିରେ ପାଖାପାଖି ୯୩ ଟନ ଆବର୍ଜନା ବ୍ୟବହାର ହେବ।

ସୂଚନାଥାଉ କି, କରୋନା ମହାମାରୀ ସମୟରେ ଏବେ ବିଶ୍ୱରେ ପ୍ରତ୍ୟେକ ଦିନ ୬୮୦ କୋଟି ଟନ ଆବର୍ଜନା ବାହାରୁଛି। ଏମିତି ସ୍ଥିତିରେ ଅଷ୍ଟ୍ରେଲିଆର ଏକ୍ସପର୍ଟମାନେ ଫେସ୍‌ ମାସ୍କରୁ ରାସ୍ତା ନିର୍ମାଣର ସଲ୍ୟୁଶନ ବାହାର କରିଛନ୍ତି। ତେବେ ରାସ୍ତା ନିର୍ମାଣ ପୂର୍ବରୁ ବ୍ୟବହୃତ ଫେସ୍‌ ମାସ୍କଗୁଡ଼ିକୁ ଭଲ ଭାବେ ସାନିଟାଇଜ୍‌ କରାଯିବ। ଏଥିପାଇଁ ଷ୍ଟେରିଲାଇଜ୍‌ କରି ସେଗୁଡ଼ିକୁ ଜୀବାଣୁମୁକ୍ତ କରାଯିବ।

You might also like