ଏପରି ମନ୍ଦିର ଯେଉଁଠାରେ ଅର୍ପଣ ହୁଏ ଚା’ ଓ ମୁଗ ଡାଲିର ଭୋଗ: ପ୍ରସାଦ ପାଇଁ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ଼

ଏଠାରେ ଭଗବାନଙ୍କୁ ଚା’ ଭୋଗ ଅର୍ପଣ କରାଯାଇଥାଏ । ଏହି ମନ୍ଦିର ନିଜର ଭବ୍ୟତା ଏବଂ ସୁନ୍ଦର କାରୁକାର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ । ମନ୍ଦିରର ଅନନ୍ୟ ପରମ୍ପରା ପାଇଁ ଏହା ପ୍ରସିଦ୍ଧି ଲାଭ କରିଛି କିନ୍ତୁ ନିଜର ପ୍ରସାଦ ପାଇଁ ଏହା ଅଧିକ ପରିଚିତ ।

(କେନ୍ୟୁଜ ବ୍ୟୁରୋ) : ଭାରତର ଯେକୌଣସି ସ୍ଥାନରେ ଭିନ୍ନ ଭିନ୍ନ ପ୍ରସିଦ୍ଧ ମନ୍ଦିରମାନ ରହିଛି । ଭିନ୍ନ ଭିନ୍ନ ମାନ୍ୟତା ଅନୁସାରେ ମନ୍ଦିର ମାନଙ୍କର ମହିମା ଦୂର ଦୂରାନ୍ତରରେ ପ୍ରସିଦ୍ଧି ଲାଭ କରିଛି । ପ୍ରତ୍ୟେକ ମନ୍ଦିରର ସ୍ୱତନ୍ତ୍ର କାହାଣୀ ରହିଛି । ଏହି ମନ୍ଦିରମାନଙ୍କୁ ଲୋକମାନେ ଶ୍ରଦ୍ଧାର ସହ ଆସିଥାନ୍ତି । ସ୍ୱାଦିଷ୍ଟ ପ୍ରସାଦ ପାଇଁ ଅନେକ ମନ୍ଦିର ପ୍ରସିଦ୍ଧ ଥାଏ । କିଛି ମନ୍ଦିରରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଲାଗିଥାଏ । ତେବେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଚା’ ଭୋଗ ଆକାରରେ ଭଗବାନଙ୍କ ନିକଟରେ ଲାଗି କରାଯାଇଥାଏ । ଏଭଳି ଚା’ ଭୋଗ ବିଷୟରେ ଆପଣ ହୁଏତ ବିଶ୍ୱାସ କରୁନଥିବେ । କିନ୍ତୁ କେରଳର କନ୍ନୌର ଅଞ୍ଚଳରେ ଥିବା ଏକ ମନ୍ଦିରରେ ଏପରି ଭୋଗ ଲାଗି ହୋଇଥାଏ ।

ଏହି ମନ୍ଦିରର ନାମ ମୁଥପ୍ପନ ମନ୍ଦିର । ଏଠାରେ ଭଗବାନଙ୍କୁ ଚା’ ଭୋଗ ଅର୍ପଣ କରାଯାଇଥାଏ । ଏହି ମନ୍ଦିର ନିଜର ଭବ୍ୟତା ଏବଂ ସୁନ୍ଦର କାରୁକାର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ । ମନ୍ଦିରର ଅନନ୍ୟ ପରମ୍ପରା ପାଇଁ ଏହା ପ୍ରସିଦ୍ଧି ଲାଭ କରିଛି କିନ୍ତୁ ନିଜର ପ୍ରସାଦ ପାଇଁ ଏହା ଅଧିକ ପରିଚିତ ।

ବଲପଟ୍ଟନମ ନିକଟରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ମୁଥପ୍ପନଙ୍କ ପୂଜା କରାଯାଇଥାଏ । ଭଗବାନ ବିଷ୍ଣୁ ଏବଂ ଶିବଙ୍କ ଅବତାର ହେଉଛନ୍ତି ମୁଥପ୍ପନ । ଏଠାରେ ଭଗବାନଙ୍କ ନିକଟରେ ଚା’ ଏବଂ ମୁଗ ଡାଲିର ଚାଟ ଭୋଗ ଆକାରରେ ଅର୍ପଣ କରାଯାଇଥାଏ । ଦର୍ଶନ ପରେ ଭକ୍ତମାନଙ୍କୁ ଏହି ପ୍ରସାଦ ବଣ୍ଟା ଯାଇଥାଏ । ଏହି ପ୍ରସାଦ ଖାଇବା ପାଇଁ ଦୂରଦୂରାନ୍ତରରୁ ଭକ୍ତମାନେ ଆସିଥାନ୍ତି । ଏହାର ସ୍ୱାଦ ସମ୍ପୂର୍ଣ୍ଣ ଭିନ୍ନ ଥାଏ ।

ପ୍ରତ୍ୟକ ଦିନ ମନ୍ଦିର ପରିସରରେ ଶହ ଶହ ଲିଟର କ୍ଷୀରରେ ଚା’ ପ୍ରସ୍ତୁତ କରାଯାଇଥାଏ । ଏହି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦିଆଯାଇଥାଏ । ଏହି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ମାଗଣାରେ ମନ୍ଦିରରେ ନିର୍ମିତ ହୋଇଥିବା କୋଠରୀରେ ରହିବା ପାଇଁ ସ୍ଥାନ ଦିଆଯାଇଥାଏ । ମନ୍ଦିରରେ ମିଳୁଥିବା ଚା’ ଭୋଗ ଅନ୍ୟ ସମସ୍ତ ଚା’ ଠାରୁ ଭିନ୍ନ ସ୍ୱାଦ ଦେଇଥାଏ । ଏଥିପାଇଁ ଦୂର ଦୂରାନ୍ତରରୁ ଭକ୍ତମାନଙ୍କ ସୁଅ ଛୁଟେ ।

 

Leave A Reply

Your email address will not be published.