ମହାକାଶରେ ହେବ ଶୌଚାଳୟ, ନାସା ଖର୍ଚ୍ଚ କରିବ ୧୭୪ କୋଟି ଟଙ୍କା

କେବେ ଆପଣ ଭାବିଛନ୍ତି କି, ଅନ୍ତରୀକ୍ଷରେ ପଇସା କେମିତି ଖର୍ଚ୍ଚ ହୁଏ ? ଆପଣ ଥରେ ଏହି ଖର୍ଚ୍ଚ ବିଷୟରେ ଯଦି ଜାଣିବେ, ତେବେ ନିଶ୍ଚିତ ଆଶ୍ଚର୍ଯ୍ଯ ହୋଇଯିବେ। ମହାକାଶରେ ଏକ ଟଏଲେଟ୍ ପ୍ରସ୍ତୁତ କରିବା ପାଇଁ ନାସା ୧୪ ମିଲିୟନ୍ ପାଉଣ୍ଡ ଅର୍ଥାତ୍ ୧,୮୬,୪୮,୦୦୦ ଡଲାର ଖର୍ଚ୍ଚ କରୁଛି । ନୂଆ ଡିଜାଇନର ଏହି ଟଏଲେଟକୁ ଅନ୍ତରୀକ୍ଷକୁ ପଠାଇବା ପୂର୍ବରୁ ଏହାକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପରୀକ୍ଷଣ କରାଯାଉଛି । ଏହି ନୂଆ ଡିଜାଇନକୁ ଟାଇଟେନିୟମ୍ ଡିଜାଇନ୍ କୁହାଯାଉଛି ଏବଂ ଏହାକୁ ଖାସ୍ କରି ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

ପୂର୍ବରୁ ନାସା ଦ୍ୱାରା ଏକ ମହାକାଶ ଶୌଚାଳୟକୁ ପ୍ରାୟ ୧୯ ମିଲିୟନ୍ ଡଲାର ଖର୍ଚ୍ଚ କରି ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ଏହି ନୂଆ ଟଏଲେଟ୍ ଡିଜାଇନ୍ କରାଯାଇଛି ଯାହାର ଦାମ୍ ୨୩ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୭୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ଏହି ଟଏଲେଟକୁ ମଧ୍ୟ ଅନ୍ତରୀକ୍ଷକୁ ପଠାଯିବ ।

toilet

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହା ଏତେ ମହଙ୍ଗା କାହିଁକି ? ମହାକାଶ ଟଏଲେଟ୍ କୌଣସି ସାଧାରଣ ଟଏଲେଟ୍ ଭଳି ନୁହେଁ । ଏହା ସୁପର ସ୍ପେଶାଲ ଭାକ୍ୟୁମ କ୍ଲିନର ଭଳି ହୋଇଥାଏ ।

ଏହି ଟଏଲେଟ୍କୁ ପ୍ରସ୍ତୁତ କରିବାରେ ବହୁତ ମହଙ୍ଗା ଟେକନିକ୍ ପ୍ରୟୋଗ କରାଯାଇଛି । ଏଥିରେ ବିଶେଷ ଉପାୟରେ ପାଇପ୍ ଓ ଭାକ୍ୟୁମର ପ୍ରୟୋଗ ହୋଇଥାଏ । ଏଥିରେ ପ୍ରୟୋଗ ହେଉଥିବା ପାଣିକୁ ରିସାଇକଲ କରାଯାଏ ଏବଂ ୱେଷ୍ଟକୁ ଷ୍ଟୋର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.