ଉଦ୍ୟମୀ ଯୁବକ ସନ୍ତୋଷଙ୍କ ଫୋଲଡିଂ ସ୍କୁଟର, ଚାଲୁଛି ବ୍ୟାଟେରୀରେ

କଟକ (କେ ନ୍ୟୁଜ୍‌) : କଥାରେ ଅଛି ଆବଶ୍ୟକତା ହିଁ ଉଦ୍ଭାବନର ବାଟ ଖୋଲିଦିଏ । ଯେମିତି ଉଦ୍ୟମୀ ଯୁବକ ସନ୍ତୋଷ ତିଆରି କରିଛନ୍ତି ଏକ ଫୋଲ୍ଡିଂ ସ୍କୁଟର । ଆଶ୍ଚର୍ଯ୍ୟ ହେଲ ବି ସତ । ଥରେ ବ୍ୟାଟେରୀ ଚାର୍ଜ ହେଲେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଚାଲି ପାରୁଛି । ଏଭଳି ସ୍କୁଟରକୁ ଉଦ୍ଭାବନ କରିଛନ୍ତି କଟକ ନୌବାଣିଜ୍ୟ ସଂଗ୍ରହାଳୟରେ କାମ କରୁଥିବା ସନ୍ତୋଷ କୁମାର ଦଳେଇ । ସ୍କୁଟର ତିଆରି କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ ।

FOLDING SCOOTER-2
ରାସ୍ତାରେ ଗଡୁଛି ବ୍ୟାଟେରି ଚାଳିତ ଫୋଲ୍ଡିଂ ସ୍କୁଟର । ହ୍ୟାଣ୍ଡଲରେ ରହିଛି ଆକସିଲେଟର । ବାସ୍‌ ଆକସିଲେଟର ମୋଡ଼ିଲେ ସ୍କୁଟର ଚାଲୁଛି । କଟକର ନୌବାଣିଜ୍ୟ ସଂଗ୍ରହାଳୟର କର୍ମଚାରୀ ସନ୍ତୋଷ କୁମାର ଦଳେଇ । ଚାକିରି ସମୟରୁ ଫୁରସତ ପାଇଲେ ମନ ଭିତରେ ଥିବା ସବୁ ଚିନ୍ତାକୁ ରୂପ ଦେବାକୁ ଆରମ୍ଭ କରନ୍ତି ଚେଷ୍ଟା । ଆବଶ୍ୟକତା ପୂରଣ ପାଇଁ ଏବଂ ନିଜ ଇଚ୍ଛାଶକ୍ତି ବଳରେ ସନ୍ତୋଷ ଆଜି ତିଆରି କରି ପାରିଛନ୍ତି ବ୍ୟାଟେରୀ ଚାଳିତ ଫୋଲ୍ଡିଂ ସ୍କୁଟର । ସହର ମଧ୍ୟରେ ଆଖପାଖ ସ୍ଥାନକୁ ଯିବ କିମ୍ବା ଫ୍ୟାକଟ୍ରୀ ଭିତରେ ଯିବା ଆସିବା କରିବାରେ ଏହି ସ୍କୁଟର ବେଶ ଉପଯୋଗୀ । ଗହଳିକୁ ଆଖିରେ ରଖି ବ୍ରେକ ଓ ସକ୍‌ଅବଜରଭର ସୁବିଧା ମଧ୍ୟ ରହିଛି ।

FOLDING SCOOTER-3
ଏହି ସ୍କୁଟରକୁ ଯେକୌଣସି ଜାଗାକୁ ଖାଲି ଫୋଲଡିଂ କରି ନେଇ ହେବ । ପୁଣି ଏଥିରେ ପେଟ୍ରୋଲ କି ଡିଜେଲ ଖର୍ଚ୍ଚ ମଧ୍ୟ ନାହିଁ । ସନ୍ତୋଷଙ୍କ ଆବିଷ୍କାରରେ ଏବେ ତାଙ୍କ ସହକର୍ମୀମାନେ ବେଶ ଖୁସି । ଅନ୍ୟପଟେ ଅଧିକ ସୁବିଧା ମିଳିଲେ ଏହି ଫୋଲଡିଂ ସ୍କୁଟରକୁ ଆହୁରି ଉନ୍ନତ କରାଯାଇପାରିବ ବୋଲି ସନ୍ତୋଷଙ୍କ ଏବଂ ତାଙ୍କ ସହକର୍ମୀ କହିଛନ୍ତି ।
ସନ୍ତୋଷଙ୍କ ମେକାନିକ ମସ୍ତିଷ୍କ ଭତରେ ଏଭଳି ଅନେକ ଚିନ୍ତାଧାରା ଭରି ରହିଛି । ସହାୟତା ଓ ସୁଯୋଗ ମିଳିଲେ ଏକ୍ଷେତ୍ରରେ ସେ ବେଶ୍‌ କିଛି କରି ପାରିବେ ।

କଟକରୁ ଶ୍ରୀରାମ ରାୟଙ୍କ ରିପୋର୍ଟ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.