ଏମିତି ଜଣେ କଳାକାର ପୃଥିବୀରେ କେଉଁଠି ବି ଦେଖି ନଥିବେ

ଭୁବନେଶ୍ୱର (ରାଜା, କେନ୍ୟୁଜ୍‌) : ମଣିଷକୁ ଜନ୍ମ ଦିଅନ୍ତି ଭଗବାନ । ହେଲେ ନିଜ କର୍ମ ଅନୁସାରେ ପରିଚୟ ପାଏ ମଣିଷ । ତେବେ ସେହି ମଣିଷ ଠାରେ ଥାଏ କିଛି ସାମର୍ଥ୍ୟ ଓ ଦୁର୍ବଳତା । ଯିଏ ନିଜ ସାମର୍ଥ୍ୟକୁ ଆଗକୁ ବଢ଼ାଇ ପାରେ ସିଏ ହୁଏ ସଫଳ ମଣିଷ । ହେଲେ ଯିଏ ନିଜ ଭିତରେ ନିଜକୁ ଖୋଜେ ଆଉ ନିଜ ଦୁନିଆରେ ହଜିଥାଏ ତାକୁ ବାହାରେ ପ୍ରଚାର ଓ ପରିଚୟ ସିନା ମିଳେନି କିନ୍ତୁ ମିଳିଯାଏ ଆତ୍ମସନ୍ତୋଷ । ଠିକ୍‌ ଏମିତି ଜଣେ ଲୋକଙ୍କୁ ଭେଟିଥିଲା କେନ୍ୟୁଜ୍‌ । ଏଭଳି ଜଣେ କଳାକାରଙ୍କୁ ଆପଣ କେବେ କେଉଁଠି ଦେଖି ନଥିବେ। ବୋଧହୁଏ ସାରା ପୃଥିବୀରେ ଇଏ ଜଣେ ବିରଳ ମଣିଷ । ଏ ଦୁନିଆର ସବୁ କଳା ଓ କାରିଗରୀ ତାଙ୍କ ଭିତରେ ଖୁନ୍ଦି ହୋଇ ରହିଛି । ଲୋକ କଳା, ଲୋକ ଗୀତ, ଲୋକ ବାଦ୍ୟ, ଲୋକ ନୃତ୍ୟ ସବୁଥିରେ ପାରଙ୍ଗମ ।

ଏହା ସହିତ ଯେତେ ପ୍ରକାର ବାଦ୍ୟ ଅଛି ସବୁ ବାଦ୍ୟକୁ ବଜାଇବାର ଦକ୍ଷତା ମଧ୍ୟ ରଖିଛନ୍ତି । ଏମିତି ଜଣେ କଳାକାର ଆମ ଓଡ଼ିଶା କଣ ପୃଥିବୀରେ ନଥିବେ ନିଶ୍ଚୟ । ଖାଲି ସେତିକି ନୁହେଁ କବିତା ଓ ପ୍ରବନ୍ଧ ମଧ୍ୟ ଲେଖନ୍ତି ଏଇ ମହାନ୍‌ ବ୍ୟକ୍ତି ଜଣକ । ତେବେ ଏଭଳି ବ୍ୟକ୍ତିତ୍ଵ ଥିବା ବ୍ୟକ୍ତିଙ୍କୁ ଆମେ ପାଇଥିଲୁ ଭୁବନେଶ୍ୱରରେ। ଆମେ ତାଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ ପାଇଁ ଆମକୁ ଅନେକ ଦିନ ଲାଗିଥିଲା। ….ଆସନ୍ତୁ ଜାଣିବା ସେହି ଅଜଣା ଅଶୁଣା କିନ୍ତୁ ବଣ ମଲ୍ଲୀ ପରି ମହକୁଥିବା ପ୍ରତିଭାଙ୍କ ବିଷୟରେ। ଏହି ବ୍ୟକ୍ତିଙ୍କ ନାମ ଲଡୁ କିଶୋର ପଢ଼ିହାରି।ପେଶା ରେ ଜଣେ ଦୂରସଂଚାର ନିଗମ ର ଇଞ୍ଜିନିୟର । ଏବେ କିନ୍ତୁ ଅନେକ ବର୍ଷ ହେଲାନି ଅବସର ନେଲେଣି।

ladoo-1

ଘର ଗଞ୍ଜାମ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ। ଛୁଆଟି ବେଳୁ କଳା ପ୍ରତି ଦୁର୍ବଳ ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ଭଲ ପାଠ ସାଙ୍ଗକୁ ସାହିରେ ଲୋକ ନାଟ,ଲୋକ ଗୀତ ,ଦାସ କାଠିଆ ,ପାଲା, ଖୋଳ, ଝାନଜ ଯାହା ଆସେ ସବୁ ଲକ୍ଷ୍ୟ କରନ୍ତି ।ଆଉ ତାକୁ ଅଭ୍ୟାସ କରନ୍ତି।ଏମିତି ସବୁ କଳା ଆୟତ କରି ପରେ ଦଣ୍ଡ ନୃତ୍ୟ ଠାରୁ ଆରମ୍ଭ କରିଥିଲେ ନିଜେ ପରିବେଷଣ କରିବା ପାଇଁ। ଆଉ ସଫଳ ମଧ୍ୟ ହୋଇଥିଲେ। ଧୀରେ ଧୀରେ ଗୀତ ଗାଇବା ଠାରୁ ନେଇ ବାଜା ବଜାଇବା, ଅଭିନୟ କରିବା, କଳା ଶିଖି,ସବୁ ଆଡ଼େ ଯଶ କୀର୍ତ୍ତି ରଖିଥିଲେ।ହେଲେ ବୟସର ଅପରାହ୍ନରେ ମଧ୍ୟ ନାଚ ଗୀତରେ ବାଜା ବଜାଇବା , ଅଭିନୟ କ୍ଷେତ୍ରରେ ନିଖୁଣ ଭାବରେ ପରିବେଷଣ କରନ୍ତି।ଯାହାକି ଜଣେ ସାଧାରଣ ବ୍ୟକ୍ତି ପାଇଁ ଏହା ସମ୍ଭବ ନୁହେଁ। ସଂସାର ଭିତରେ ଏମିତି କିଛି ବାଜା ନାହିଁ ଯାହାକୁ ସେ ବଜାଇ ପାରିବେନି। ଏମିତି କିଛି ଲୋକ କଳା, ଲୋକ ଗୀତ, ଲୋକ ନାଚ ନାହିଁ ଯାହା ସେ ପରିବେଷଣ କରି ପାରିବେନି।

ଇଞ୍ଜନିୟରିଂ ପାଠ ପଢିବା ସହିତ ଏସବୁ କଳାକୁ ହାତେଇ ନିଖୁଣ ପରିବେଷଣ କରିବାର କଳା ନିପୁଣତା ଲଡୁ କିଶୋର ପଢ଼ିହାରି ଙ୍କ ସମକକ୍ଷ କେହି ନାହାନ୍ତି । ଖାଲି ସେତିକି ନୁହେଁ ଛୁଆଟି ବେଳରୁ ବିଦ୍ୟାଶିକ୍ଷା ସହିତ ବିଭିନ୍ନ କଳା ଶିକ୍ଷା ସେ ପୁଣି ବିନା ଗୁରୁରେ ସେ ଲଡୁ କିଶୋର ପଢ଼ିହାରୀଙ୍କ ଦ୍ଵାରା ହିଁ ସମ୍ଭବ ହୋଇଛି। ଯେତେ ବାଜା ତାଙ୍କ ଘରେ ଅଛି ସବୁ ବାଜାକୁ ସେ ଅନାୟାସରେ ବଜାଇ ପାରୁଛନ୍ତି। କେବଳ ଏତିକିରେ ସରୁନି ଲଡୁ କିଶୋରଙ୍କ କଥା । ଏବୟସରେ ତାଙ୍କ ନାଚ ପରିବେଷଣ ମଧ୍ୟ ଆପଣଙ୍କୁ ବିସ୍ମିତ କରିବ। ଦାସକାଠିଆ ଭଳି ଲୋକକଳାକୁ ସେ ଯେଭଳି ଭାବରେ ଆପଣଙ୍କ ସମ୍ମୁଖରେ ପରିବେଷଣ କରିବେ ତାହା ଦେଖିବାର କଥା। ଏହା ସହିତ ଅନେକ ପୁସ୍ତକ ରଚନା କରିଛନ୍ତି ଲଡୁ କିଶୋର । କବିତା ଓ ପ୍ରବନ୍ଧ ବି ରଚନା କରିଛନ୍ତି।

ଏବେ ଆପଣମାନେ ଲଡୁ କିଶୋର ପଢ଼ିହାରୀଙ୍କୁ କଣ କହିବେ, କେଉଁ ଆଖ୍ୟା ଦେବେ, କେଉଁ ଉପାଧିରେ ଭୂଷିତ କରିବେ କୁହନ୍ତୁ ତ ?

 

 

Leave A Reply

Your email address will not be published.