ଏମିତି ଏକ ନିଆରା ମଣିଷ କୃପାସିନ୍ଧୁ, ଯିଏକି ୨୬ ବର୍ଷ ହେଲାଣି ନିଜ ପିଲା ଭଳି ଜଙ୍ଗଲର ନେଉଛନ୍ତି ଯତ୍ନ

ଭିନ୍ନ ଏକ ମଣିଷ। ପେଶାରେ ଜଣେ ମନ୍ଦିରର ପୂଜକ କିନ୍ତୁ ନିଶା କିଛି ଅଲଗା। ତାଙ୍କ ଇଚ୍ଛା ଜଙ୍ଗଲକୁ ସୁରକ୍ଷା ଦେବା, ଗଛଲତା ଲଗାଇବା। ଏଥିପାଇଁ ପ୍ରତ୍ୟେକ ଦିନ ନିଜ ପୂଜା କାର୍ଯ୍ୟ ସାରି ଜଙ୍ଗଲକୁ ଚାଲିଯାଆନ୍ତି ନିଆରା ମଣିଷ କୃପାସିନ୍ଧୁ। ସେ ଏହି କାମ ଦିନେ କିମ୍ବା ଦୁଇଦିନ ନୁହେଁ ବରଂ ୨୬ ବର୍ଷ ହେଲାଣି କରି ଆସୁଛନ୍ତି । ଜଙ୍ଗଲରେ କେବଳ ଗଛଗୁଡିକର ଦେଖାଶୁଣା ନହେଁ ବରଂ ଅନେକ ଗଛ ମଧ୍ୟ ଲଗାଉଛନ୍ତି।

krupasindhu 1

ଏମିତି ଏକ ନିଆରା ମଣିଷଙ୍କ ଘର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳ ବୀରିକଳା ଗାଁରେ । ସ୍ଥାନୀୟ ଗୁପ୍ତେଶ୍ୱର ମନ୍ଦିର ପୂଜକ ଭାବେ କାର୍ଯ୍ୟ କରନ୍ତି କୃପାସିନ୍ଧୁ। ବୟସ ୫୦ ଟପିଲାଣି। କିନ୍ତୁ ମନରେ ରହିଛି ଦୃଢ ଇଚ୍ଛାଶକ୍ତି। ନିଜର ଏପରି ଇଚ୍ଛାଶକ୍ତି ଯୋଗୁଁ ଗତ ୨୬ ବର୍ଷ ହେଲାଣି ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି। ଏହି ୨୬ ବର୍ଷ ମଧ୍ୟରେ ଜଙ୍ଗଲକୁ ସୁରକ୍ଷା ଦେଇ କାଠ ମାଫିଆଙ୍କ ଠାରୁ ବଞ୍ଚାଇ ରଖିଛନ୍ତି। କୌଣସି ଲୋକ ଯେପରି ଜଙ୍ଗଲରେ ପଶି ଗଛ ନ କାଟେ ଏବଂ କାଠ ନ ହାଣେ, ସେଥିପ୍ରତି ସବୁବେଳେ ସଜାଗ ରହିଥାନ୍ତି କୃପାସିନ୍ଧୁ।

krupasindhu

 

ପ୍ରତିଦିନ ବଡି ଭୋରରୁ ଉଠି ମନ୍ଦିରର ପୂଜା କାର୍ଯ୍ୟ ସାରି ବେକରେ ଗାମୁଛା କାନ୍ଧରେ ଟାଙ୍ଗିଆ ପକାଇ ଗାଁର କିଛି ଯୁବକଙ୍କୁ ସାଥିରେ ଜଙ୍ଗଲକୁ ଚାଲିଯାଆନ୍ତି କୃପାସିନ୍ଧୁ। ଜଙ୍ଗଲରେ ଅନ୍ୟ କେହି ପଶି ଗଛ ନ କାଟେ ସେଥିପ୍ରତି ସବୁବେଳେ ସଜାଗ ରହିଥାନ୍ତି କୃପାସିନ୍ଧୁ। ବଡ ବଡ ଗଛ ନିକଟରୁ ଛୋଟ ଗଛକୁ ସଫା କରିବା, ନୂଆ ଗଛ ଲଗାଇବା ଇତ୍ୟାଦି କାମ କରନ୍ତି। ଗଛରେ ଉଇ ଲାଗିଥିଲେ ତାକୁ ଛଡାନ୍ତି। ତାଙ୍କର ଏପରି କାର୍ଯ୍ୟକୁ ଗ୍ରାମବାସୀ ଏବଂ ବନ ବିଭାଗ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.