ମାଙ୍କଡ଼ ଓ କୁକୁର ଭିତରେ କି ଭଲପାଇବା, ଭାଇରାଲ୍ ହେଉଛି ଭିଡିଓ
ସୋର: ସମୟ ଥିଲା ମାଙ୍କଡ଼ ଓ କୁକୁର ପରସ୍ପରକୁ ଦେଖିଲା ମାତ୍ରକେ ଆରମ୍ଭ ହୋଇଯାଉଥିଲା ଲଢେ଼ଇ । ପରସ୍ପର ମଧ୍ୟରେ ହେଉଥିଲା ଆକ୍ରମଣ ଓ ପ୍ରତି ଆକ୍ରମଣ । ହେଲେ ସେ ସମୟ ଆଉ ନାହିଁ । ଏବେ ଆରମ୍ଭ ହୋଇଛି ଭଲ ପାଇବାର ସମୟ । ଦୁଇ ଶତ୍ରୁ ଏବେ ହୋଇଯାଆନ୍ତି ମିତ୍ର । ଯାହାକୁ ନେଇ ଚର୍ଚ୍ଚା ହେବାଟା ତ ସ୍ୱଭାବିକ କଥା ନା । ତେବେ ଡର,ଭୟ ଆଉ ନାହିଁ ଏବେ ମାଙ୍କଡ଼ ଓ କୁକୁର ମଧ୍ୟରେ ଆରମ୍ଭ ହୋଇଯାଇଛି ଭଲ ପାଇବା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସାଇବାବାଙ୍କ ମନ୍ଦିର ନିକଟରେ ।
ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନକୂ ଯିବା ରାସ୍ତାରେ ଅଛି ସାଇବାବାଙ୍କ ମନ୍ଦିର । ସେଠାରେ କୁକୁର ସହିତ ମାଙ୍କଡ଼ର ଚାଲିଥିଲା କୋଳାକଳି ଓ ହସଖୁସି । ଏସବୁ ବହୁ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା । ମନ୍ଦିରକୁ ଆସୁଥିବା ଭକ୍ତ ତଥା ସେହି ରାସ୍ତା ଦେଇ ଯାଉଥିବା ଜନସାଧାରଣ ଲୋକ ଏହି ଦୃଶ୍ୟକୁ ମନଭରି ଦେଖୁଥିଲେ ।
ସତରେ ଆଜିକାଲି ଦୁନିଆ ଯାହା ହେଲାଣି ମଣିଷମାନେ ଏଇ କୁକୁର ମାଙ୍କଡ଼ଙ୍କ ଭିତରର ଭଲପାଇବା ଓ ଖେଳ ଖେଳୁଥିବାର ଦୃଶ୍ୟ ଦେଖିବା କଥା । ଖାଲି ଦେଖିବା ନୁହେଁ ଏଥିରୁ କିଛି ଶିଖିବା ଉଚିତ୍ । ଏହା ଶିଖି କାମରେ ଲଗାଇଲେ ସମାଜର ମଙ୍ଗଳ ହେବ । ତେବେ କିଛି ଦିନ ପୂର୍ବରୁ ଏଭଳି ମାଙ୍କଡ଼ କୁକୁର କୋଳାକଳି ଓ ଖେଳିବା ଦୃଶ୍ୟ ରେଳ ଷ୍ଟେସନରେ ଦେଖିଵକୁ ମିଳିଥିଲା । ଯାହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା ।