ସାଧାରଣତଃ ସମସ୍ତ ପିତାମାତାଙ୍କ ଇଚ୍ଛା ରହିଥାଏ ଗୋରାରଙ୍ଗ ନେଇ ତାଙ୍କ ଶିଶୁ ଜନ୍ମ ନେଉ। ତେବେ ଶିଶୁଟି ଗୋରା ହେଉ ଅବା କଳା, ରଙ୍ଗକୁ ନେଇ କୌଣସି ଭେଦଭାବ କରିବା ଉଚିତ ନୁହେଁ। ଏହାପରେ ମଧ୍ୟ ମହିଳାମାନେ ଗୋରା ଶିଶୁକୁ ଜନ୍ମ ଦେବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟପାନୀୟ ଗ୍ରହଣ କରିଥାଆନ୍ତି। କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଘରେ କଳାଶିଶୁ ଜନ୍ମ ନେଲେ ଖୁସି ହୋଇଥିବା ବେଳେ ଗୋରା ଶିଶୁଙ୍କୁ ଅଶୁଭ ମାନିଥାନ୍ତି। ଯଦି ଏମାନଙ୍କର ଗୋରା ଶିଶୁ ଜନ୍ମ ନିଏ ତେବେ ସେମାନେ ତାହାକୁ ଅଶୁଭ ବୋଲି ମାନି ଏଭଳି କାମ କରନ୍ତି ଯାହାକୁ ଶୁଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ।
ଆଣ୍ଡାମାନର ଜାରଓ୍ଵ ନାମକ ଏକ ଜନଜାତି ବସବାସ କରନ୍ତି। ଜନଜାତିର ଧାରଣା ରହିଛି କି, ନବଜାତ ଶିଶୁ କଳା ହେବା ଆବଶ୍ୟକ। ତେବେ ଯାଇ ସେ ଏହି ଜନଜାତିଙ୍କ ସହିତ ଖାପଖୁଆଇ ଚଳିପାରିବ। ତେଣୁ ଅନ୍ତସତ୍ତ୍ୱା ମହିଳାଙ୍କୁ ପଶୁଙ୍କ ରକ୍ତ ପିଇବାକୁ ଦିଅନ୍ତି। ଯାହା କାରଣରୁ ସେମାନଙ୍କ ଶିଶୁ କଳା ରଙ୍ଗ ନେଇ ଜନ୍ମ ହୋଇଥାଏ। ଯଦି ଭୂଲବଶତଃ କେଉଁ ମହିଳାଙ୍କ ଶିଶୁ ଗୋର ରଙ୍ଗ ନେଇ ଜନ୍ମ ନେଲେ ତେବେ ତାକୁ ଜନ୍ମରୁ ହିଁ ମାରି ଦିଆଯାଏ।