ଅନଲାଇନରେ ପରିସ୍ରା ବିକି କୋଟିପତି ହେଲେ ମହିଳା, ଜାଣନ୍ତୁ କେମିତି

କୁହାଯାଏ, ଆଜିକାଲିକା ଦୁନିଆରେ ପଇସା ହିଁ ସବୁକିଛି। ଏମିତିରେ ଲୋକେ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। କେତେକ ଲୋକ ପଇସା ରୋଜଗାର କରିବା ପାଇଁ ଏମିତି କିଛି ଉପାୟ ଆପଣାନ୍ତି, ଯାହା ଦ୍ୱାରା ସେମାନେ କମ୍‌ ପରିଶ୍ରମ କରି ଅଧିକ ଆୟ କରିପାରିବେ। କିନ୍ତୁ କେବେ ଆପଣ ଶୁଣିଛନ୍ତି କି, କୌଣସି ବ୍ୟକ୍ତି ପରିସ୍ରା ବିକି ପଇସା ରୋଜଗାର କରିଥାଏ ? ଏମିତି କାମ ଜଣେ ମଡେଲ କରୁଛନ୍ତି।

ପରିସ୍ରା ବିକ୍ରି କରି ଘରେ ବସି ରୋଜଗାର କରୁଛନ୍ତି ମହିଳା । କଥାଟି ଆଶ୍ଟର୍ଯ୍ୟ ହେଲେ ବି ସତ । ଏମିତି ଘଟଣା ନଜର ଆସିଛି । ଯେଉଁଠି ଲୋକେ ପରିସ୍ରାକୁ ଘୃଣା କରନ୍ତି । ଅର୍ଥାତ୍ ଶରୀରର ଅପରିସ୍କାର ଜିନିଷକୁ ଫୋପାଡିଦିଅନ୍ତି । ହେଲେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ପରିସ୍ରାକୁ କିଣିବା ନେଇ ଲୋକଙ୍କ ଅଭାବ ନାହିଁ । କାକଟସ୍ କୁଟି ନାମକ ଜଣେ ମଡେଲ୍ ନିଜ ଶରୀରର ବର୍ଜ୍ୟ ଜଳ ଅର୍ଥାତ୍ ପରିସ୍ରାକୁ ଅନଲାଇନ୍‌ରେ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏହାର ଦାମ ଶୁଣିଲେ ଆପଣି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏକ କପ୍ ପରିସ୍ରାକୁ ସେ ୫୦୦୦ ରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି ।

ଡେଲି ଷ୍ଟାରସ ରିପୋର୍ଟ ଅନୁଯାୟୀ, Only Fans ନାମକ ଏକ ସାଇଟ୍‌ରେ କାକଟସ୍ କୁଟି ଜଣେ ମଡେଲ୍ ଭାବେ କାମ କରନ୍ତି । ସେ ୨୦୧୬ରୁ ଏହି ଅଜବ ବ୍ୟବସାୟ ଆରମ୍ଭ କରିଥିଲେ । ସେ କେବଳ ତାଙ୍କ ପ୍ରଶଂସକଙ୍କ ପାଇଁ ପରିସ୍ରା ବିକ୍ରି କରନ୍ତି ତାହା ନୁହେଁ ବରଂ ୧୦ ମିନିଟ୍ ପର୍ଯ୍ୟନ୍ତ ପରିସ୍ରା କରିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ।

ଜଣେ ପେସାଦାର ଫଟୋଗ୍ରାଫର ଭାବରେ କାମ କରୁଥିବା କାକଟସ୍ ନିଜେ କୁହନ୍ତି ଯେ ତାଙ୍କର ଏହି ଭିଡିଓକୁ ଲୋକେ ଖୁସ ପସନ୍ଦ କରିଥିଲେ । ତାଙ୍କ ପ୍ରଶଂସକମାନେ କାକଟସ୍ କୁଟିଙ୍କ ପରିସ୍ରା ଉପରେ ସନ୍ତୁଳନ ଦେଖି ଏତେ ପ୍ରଭାବିତ ହୋଇଥିଲେ ଯେ ସେମାନେ ତାଙ୍କ ପରିସ୍ରା କିଣିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ । ପ୍ରଶଂସକଙ୍କ ଏପରି ଉତ୍ସାହ ଦେଖି ଏହାକୁ ସେ ବ୍ୟବସାୟରେ ପରିଣତ କରିଦେଇଥିଲେ । ତେବେ ଆଶ୍ଚର୍ଯ୍ୟକର କଥା ଯେ, ଯେଉଁ ଗ୍ରାହକ ଅଧିକ ପରିସ୍ରା କିଣନ୍ତି ସେ ଏହା ଉପରେ ରିହାତି ଦିଅନ୍ତି । ସେ ଏହାକୁ କଷ୍ଟମାଇଜ୍ ଭାବେ ମଧ୍ୟ ବିକ୍ରି କରନ୍ତି । ଏହି ପରିସ୍ରାକୁ ବିକ୍ରି କରିବା ପାଇଁ କାକଟସ୍‌ କୁଟି ମେଡିକାଲ କପ୍‌ ବ୍ୟବହାର କରନ୍ତି। ତାଙ୍କ କହିବାନୁଯାୟୀ, କୁଟିଙ୍କ ୟୁରିନ ଗୋଲ୍ଡ ଲିକ୍ୱିଡ ଭଳି ତେଣୁ ତାହାକୁ ବିକ୍ରି କରି ଏତେ ପଇସା ରୋଜଗାର କରୁଛନ୍ତି।

ପୂର୍ବରୁ ଆମେରିକାର ଷ୍ଟିଫେନୀ ମେଟୋ (Stephanie Matto ) ନାମକ ଜଣେ ମହିଳା ରିଆଲିଟି ଟିଭି ଶୋରେ କହିଥିଲେ କି, ସେ ନିଜର ବାୟୁ(ପାଡ) ବିକ୍ରି କରି ପଇସା ରୋଜଗାର କରିଥିଲେ। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ଜାରି କରି ଏହା ବିଷୟରେ କହିଥିଲେ। ସେ ନିଜ ବାୟୁକୁ ଏକ ଜାରରେ ବନ୍ଦ କରିଦେଉଥିଲେ, ଆଉ ତା’ ପରେ ଏଥିରେ ଗୋଲାପ ପାଖୁଡା ମିଶାଇ ବିକ୍ରି କରିଦିଅନ୍ତି। ଆଉ ଏହି ବାୟୁ ବିକ୍ରି କରି ସେ ୧ ସପ୍ତାହରେ ୪୦ ଲକ୍ଷ ଟଙ୍କା ରୋଜଗାର କରିପାରିଥିଲେ।