ଗୋଡ଼ରେ ଛନ୍ଦି ହୋଇଗଲା ପାରାଶୁଟ୍‌; ୧୩ ହଜାର ଫୁଟ୍‌ ଉଚ୍ଚରୁ ଖସି ପଡ଼ିଲେ ମହିଳା! ଆଉ ତା’ ପରେ ଯାହା ହେଲା…

ଜଣେ ମହିଳା ସାଢ଼େ ୧୩ ହଜାର ଫୁଟ ଉଚ୍ଚରୁ ପଡ଼ି ବି ମୃତ୍ୟୁକୁ ମାତ୍‌ ଦେଇଛନ୍ତି। ଏତେ ଉଚ୍ଚରୁ ପଡ଼ିବା ପରେ ମଧ୍ୟ ସେ ଅଦ୍ଭୁତଜନକ ଭାବେ ବର୍ତ୍ତି ଯାଇଛନ୍ତି। ୩୫ ବର୍ଷୀୟା ଏହି ମହିଳାଙ୍କ ନାଁ ଜୋର୍ଡାନ ହାଟମାକେର। ଜୋର୍ଡାନ ଭର୍ଜିନିଆର ବାସିନ୍ଦା, ଯିଏକି ଜଣେ ସ୍କାଇଡାଇଭର। ଖବର ମୁତାବକ, ମାସ ମାସ ଧରି ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଏବେ ସେ ପୁଣିଥରେ ସ୍କାଇଡାଇଭିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଜୋର୍ଡାନ ନିଜ ସହିତ ଘଟିଥିବା ଦୁର୍ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି।

ଜୋର୍ଡାନ କହିଛନ୍ତି, ଏ ସବୁକିଛି କେବଳ ୩୦ ସେକେଣ୍ଡ ଭିତରେ ହୋଇଗଲା। ପାଖାପାଖି ସାଢ଼େ ୧୩ ହଜାର ଫୁଟ ଉଚ୍ଚରୁ ସେ ତଳକୁ ଖସି ପଡ଼ିଲେ। କିନ୍ତୁ ଯେତେବେଳେ ସେ ପାରାଶୁଟ୍‌ ଖୋଲିବାକୁ ଚାହିଁଥିଲେ, ତ ତାହା ତାଙ୍କ ଗୋଡ଼ରେ ଛନ୍ଦି ହୋଇ ଯାଇଥିଲା। ଏହାପରେ ପ୍ରତି ଘଣ୍ଟା ୨୦୦ କିମି ବେଗରେ ସେ ଭୂମି ଆଡ଼କୁ ଖସିବାକୁ ଲାଗିଥିଲେ। ମାତ୍ର କେଇ ସେକେଣ୍ଡ ଭିତରେ ଜୋର୍ଡାନ ଆକାଶରୁ ଖସି ପଡ଼ିଥିଲେ। ଏତେ ଉଚ୍ଚରୁ ଖସିବା ପରେ ହୁଏତ ଜୀବନ ବଞ୍ଚିବା ଅସମ୍ଭବ ଥାଏ, କିନ୍ତୁ ଏଠି କିଛି ଅଲଗା ହୋଇଥିଲା।

ଜୋର୍ଡାନ ଭୂମିରେ ପଡ଼ିବା କ୍ଷଣି ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଗୋଇଠି ବି ନଷ୍ଟ ହୋଇ ଯାଇଥିଲା। ମେରୁଦଣ୍ଡ ହାଡ଼ ବି ଭାଙ୍ଗି ଯାଇଥିଲା। ସେ କହିଛନ୍ତି ଯେ ଶରୀରରେ ଏମିତି କୌଣସି ଜାଗା ନ ଥିଲା, ଯେଉଁଠି ହାଡ଼ ଭାଙ୍ଗି ନ ଥିଲା। ସୌଭାଗ୍ୟବଶତଃ ଏତେ ଉପରୁ ପଡ଼ିବା ପରେ ସେ ହୋଶ୍‌ରେ ଥିଲେ, କିନ୍ତୁ ଅତିଶୟ ଯନ୍ତ୍ରଣା ଅନୁଭବ କରୁଥିଲେ। ଦୁର୍ଘଟଣା ପରେ ଜୋର୍ଡାନ ପାଖାପାଖି ୨୫ ଦିନ କାଳ ହସ୍ପିଟାଲରେ ପଡ଼ି ରହିଲେ। ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି, ହେଲେ ସମ୍ପୂର୍ଣ୍ଣ ରୂପେ ରିକଭର କରିବାକୁ ଅପେକ୍ଷା କରିଛନ୍ତି। ସେ କୁହନ୍ତି, ସ୍କାଇଡାଇଭିଂ ତାଙ୍କର ସ୍ୱପ୍ନ। ଏହାକୁ ସେ ଛାଡ଼ି ପାରିବେ ନାହିଁ। ଖୁବ୍‌ ଜଲଦି ସେ ପୁଣି ଆକାଶରୁ ଡେଇଁବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.