ଶଯ୍ୟାଶାୟୀ ସ୍ଵାମୀର ଚିକିତ୍ସା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛି ସ୍ତ୍ରୀ

ଜଳେଶ୍ୱର : ମୋ ସ୍ଵାମୀଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା । ମୋ ଶଙ୍ଖା ସିନ୍ଦୁରକୁ ରକ୍ଷା କରନ୍ତୁ । ଆପଣ ମାନେ ଚାହିଁଲେ ମୋ ସ୍ଵାମୀ ବଞ୍ଚିଯିବେ । ବହୁତ ଚେଷ୍ଟା କରି ଶେଷରେ ଆପଣ ମାନଙ୍କୁ ନେହୁରା ହେଉଛି । ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ । ଯାହା ଥିଲା ସ୍ଵାମୀଙ୍କ ଚିକିତ୍ସାରେ ଶେଷ ହୋଇଗଲାଣି । ଆମେ ବହୁତ ଗରୀବ ଲୋକ ଆଜ୍ଞା । ସବୁକିଛି ହରାଇ ନିରାଶ ହୋଇ ଆପଣ ମାନଙ୍କ ସାହାଯ୍ୟ ଲୋଡୁଛି । ମୋ ସ୍ଵାମୀଙ୍କ ଚିକିତ୍ସା ହେଲେ ସେ ବଞ୍ଚିଯାଇ ପାରିବେ……….

ଦୁଇ ଜଣ ଛୋଟ ପିଲାଙ୍କୁ ଧରି ଏମିତି କାନ୍ଦି କାନ୍ଦି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ମହିଳା । ଏ ମହିଳାଙ୍କ ଦୁଃଖ ଆଉ ସହାୟତା ପାଇଁ ତାଙ୍କ ଗୁହାରୀ ଶୁଣିଲେ ସମସ୍ତଙ୍କ ଆଖି ଛଳ ଛଳ ହୋଇଯାଉଛି । ବାଲେଶ୍ୱର ଜିଲ୍ଲା ବସ୍ତା  ବ୍ଲକ ଅନ୍ତର୍ଗତ ଆମ୍ବକୁଡୁଚି ଗ୍ରାମର ବାସିନ୍ଦା ହେଉଛନ୍ତି ରବିନ୍ଦ୍ର ଜେନା । ପରିବାର କହିଲେ ସ୍ତ୍ରୀ ଏବଂ ଜଣେ ଝିଅ , ଜଣେ ପୁଅ ଏବଂ ବୃଦ୍ଧା ମା, ନିଜର ଜମିବାଡି କିଛି ନଥିବାରୁ  ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ଯାହା କିଛି ରୋଜଗାର କରୁଥିଲେ ସେଥିରେ ପାଞ୍ଚ ପ୍ରାଣୀ କଷ୍ଟେମଷ୍ଟେ ଚଳି ଯାଉଥିଲେ ।

ତେବେ ଏହି ହସଖୁସିର ପରିବାରରେ ସତେ ଯେମିତି ଘୋଟିଗଲା ଦୁଃଖର କଳା ବାଦଲ । ଗତ ବର୍ଷ ରବିନ୍ଦ୍ରଙ୍କର ହଠାତ ଦେହ ଅସୁସ୍ଥ ହେବାରୁ ସେଠାରେ ରହୁଥିବା ସାଙ୍ଗସାଥୀ ମାନେ ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ମାତ୍ର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ଘରକୁ ପଳାଇ ଆସି ଯାହା କିଛି ସମ୍ବଳ ଥିଲା ବିକ୍ରି କରି ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ମାତ୍ର ରୋଗ ଭଲ ହେବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି। ଦେହରେ ଚାଲିବାକୁ ବଳ ନଥିବାରୁ ଦିନରାତି ବିଛଣାରେ ପଡି ରହିଛନ୍ତି । ଗୋଡ ହାତ ପତଳା ହୋଇଯିବା ସହ ଛାତିର ପଞ୍ଜରା ହାଡ ସବୁ ଗଣି ହୋଇ ଯାଉଛି । ଚିକିତ୍ସା କରିବା ତ ଦୂର ର କଥା ଅର୍ଥାଭାବ ଯୋଗୁଁ ଔଷଧ ବି କିଣି ପାରୁନାହାନ୍ତି । ତେଣୁ ସ୍ଵାମୀଙ୍କ  ଚିକିତ୍ସା  ପାଇଁ ସବୁ ଆଡୁ ନିରାଶ ହୋଇ ଶେଷରେ ଦୁଇ ଛୋଟ ପିଲାଙ୍କୁ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି  ସ୍ତ୍ରୀ ଅଞ୍ଜଳୀ ।

help

ଏପଟେ ରବିନ୍ଦ୍ର ରୋଗାଗ୍ରସ୍ତ ହୋଇ ଘରକୁ ପଳାଇ ଆସିବା ପରେ ଏବେ ରୋଜଗାର ନଥିବାରୁ ଦିନକୁ ଦିଓଳି ଖାଇବା ପାଇଁ ବି ସଘଂର୍ଷ କରିବାକୁ ପଡୁଛି। ଏମିତିକି ଅର୍ଥାଭାବ ଯୋଗୁଁ ପିଲା ମାନେ ଆଉ ପାଠ ପଢିବାକୁ ଯାଇ ପାରୁନାହାନ୍ତି । କୁନି ଝିଅ ସୋହାନୀ କେତେବେଳେ ବାପାଙ୍କ ମୁଣ୍ତ ପାଖରେ ବସି ମୁଣ୍ତକୁ ଆଉଁସି ଦେଉଛି ତ କେତେବେଳେ ମାଆଙ୍କ ସାଙ୍ଗରେ ଭିକ୍ଷାବୃତ୍ତି ପାଇଁ ଯାଉଛି । ବାପାଙ୍କୁ ଭଲ କରିବା ପାଇଁ ସହାୟତା କରିବାକୁ ସରକାରଙ୍କୁ ଗୁହାରୀ କରିଛି କୁନି ଝିଅ ।

ରବୀନ୍ଦ୍ର ଜଣେ ଅତି ଗରିବ ପରିବାରର ହୋଇଥିବାରୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳିପାରନ୍ତା ତାହାଲେ ତାଙ୍କର ଜୀବନ ବଞ୍ଚିଯାଇ ପାରନ୍ତା । ଆମେ ବି ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ । କାରଣ ଆପଣ ମାନେ ସବୁବେଳେ ଏଭଳି  ଅସହାୟଙ୍କ ସାହାରା ପାଲଟିଛନ୍ତି ।ଏବେବି ଆପଣ ମାନଙ୍କ ସହଯୋଗ ଅଞ୍ଜଳୀଙ୍କ ସିନ୍ଦୁର ବଞ୍ଚାଇବାରେ ସାହାଯ୍ଯ କରିବ ବୋଲି ଆଶା କରୁଛୁ । ଯଦି କେହି ସହୃଦୟ ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ତାଙ୍କ ଭାଇଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ରେ ଟଙ୍କା ପଠାଇ ପାରିବେ

NAME –  RABINDRA JENA

BANK – PUNJAB NATIONAL BANK, JALESWAR, BRANCH

A/C NUMBER – 10702121001115

IFSC CODE – PUNB0107010

MOBILE NUMBER – 7447685539

 

 

You might also like