ମହିଳା ପେଟ ଦ୍ବାରା କଲେ ନିଜ ବୟଫ୍ରେଣ୍ଡର ହତ୍ୟା, ସମ୍ପୂର୍ଣ୍ଣ ଘଟଣା ଜାଣିଲା ପରେ ଉଡିଯିବ ଆପଣଙ୍କ ହୋସ

ଆପଣ ସାଧାରଣତଃ ବହୁତ ହତ୍ୟା ବିଷୟରେ ଶୁଣିଥିବେ, ଯାହା ଛୁରୀ, ବନ୍ଧୁକ କିମ୍ବା କୌଣସି ଧାରୁଆ ହତିଆର ଦ୍ବାରା କରାଯାଇଥିବାର ଶୁଣିଥିବେ। କିନ୍ତୁ କଣ ଆପଣ ଶୁଣିଛନ୍ତି, ପେଟ ସାହାଯ୍ୟରେ କାହାର ହତ୍ୟା କରାଯାଇପାରିବ। ଆଜ୍ଞା ହଁ ଆପଣ ଠିକ ପଢ଼ିଛନ୍ତି ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଆମେରିକାରେ ପେନସିଲଭାନିଆରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ପେଟ ସାହାଯ୍ୟରେ ନିଜ ବୟଫ୍ରେଣ୍ଡର ହତ୍ୟା କରଛନ୍ତି।
୪୪ ବର୍ଷିୟା ୱିଣ୍ଡି ଥମାସ ପୋଲିସକୁ ଏମିତି ଏକ ହତ୍ୟା ବିଷୟରେ କହିଲେ ଯେ ଯାହକୁ ଶୁଣି ପୋଲିସ ସ୍ତବ୍ଧ ରହିଗଲେ। ସେ କହିଲେ, କିପରି ସେ ନିଜ ପେଟ ସାହାଯ୍ୟରେ ତାଙ୍କର ବୟଫ୍ରେଣ୍ଡକୁ ହତ୍ୟା କରିଛନ୍ତି। ଏହା ଶୁଣି ପୋଲିସ ଭାବିବାକୁ ଲାଗିଲେ ଯେ ଏମିତି ସେ କିପରି କରିପାରିବେ।
ଅଭିଯୁକ୍ତ ମହିଳା ମୋଟାପଣର ଶିକାର ହୋଇଥିଲେ। ସେ କହିଲେ ଯେ ତାଙ୍କ ବୟଫ୍ରେଣ୍ଡର ତଣ୍ଟି ଚିପିବା ପାଇଁ ସେ ନିଜର ଭାରି ପେଟକୁ ବ୍ୟବହାର କରିଥିଲେ। ୱିଣ୍ଡି ଥମାସ ନାମକ ଏହି ମହିଳାଙ୍କର ଓଜନ ହେଉଛି ୧୩୩ କିଲୋ। ସେ ତାଙ୍କ ବୟଫ୍ରେଣ୍ଡର ଗଳାରେ ଏପରି ଭାବେ ନିଜ ପେଟକୁ ରଖିଦେଲେ ଯେ ସେ ନିଶ୍ବାସ ନେଇ ପାରିଲେ ନାହିଁ, ଯାହା ଦ୍ବାରା ତାଙ୍କର ଜୀବନ ଚାଲିଗଲା।
ଏହା ସହ ପଢ଼ନ୍ତୁ : ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠାରେ ଜୀବିତ ଲୋକ ହୁଅନ୍ତି ଆତ୍ମାଙ୍କ ସହ କଥା …
ଏହି ମାମଲାରେ ପୋଲିସ କହିଲେ ଯେ ସେ ତାଙ୍କ ଚାକିରି କାଳ ମଧ୍ୟରେ ଏମିତି ଘଟଣା କେବେ ଦେଖିନଥିଲେ। ସେ କହିଥିଲେ ଯେ ବିଭିନ୍ନ ପ୍ରକାରର ହତ୍ୟା ମାମଲା ଆସିଥାଏ କିନ୍ତୁ ଏହା ସବୁଠାରୁ ଅଜବ ଥିଲା।
୩ ଡିସେମ୍ବରରେ ଅଦାଲତରେ ହୋଇଥିବା ଶୁଣାଣିରେ ମହିଳା ନିଜକୁ ବଞ୍ଚାଇବାକୁ ଯାଇ ଏହା ଭୁଲବଶତଃ ହୋଇଛି ବୋଲି କହିଥିଲେ। ସେ ନିଜ ମନ୍ତବ୍ୟ ରଖି କହିଥିଲେ ଯେ ସେ ମଦ ନିଶାରେ ଥିଲେ, ନିଶାରେ ଯାଇ ହଠାତ୍ ତାଙ୍କ ବୟଫ୍ରେଣ୍ଡଙ୍କ ଉପରେ ବସି ପଡିଥିଲେ, ଯେଉଁ କାରଣରୁ ଶ୍ବାସଋଦ୍ଧ ହୋଇ ତାଙ୍କର ମ୍ରୁତ୍ୟୁ ହୋଇଗଲା। ଅବଶ୍ୟ କୋର୍ଟ ଏହି ତଥ୍ୟକୁ ଗ୍ରହଣ କରିନଥିଲା।
ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଏହି ଅଜବ ପ୍ରକାର ହତ୍ୟା ଆରୋପ ପ୍ରମାଣିତ ହୋଇଗଲା। କୁହାଯାଉଛି ଯେ ତାଙ୍କୁ ଆଜିବନ କାରାଦଣ୍ଡର ଦଣ୍ଡ ଶୁଣାଯାଇଛି।