ସ୍ତ୍ରୀ ଶରୀରରେ ଦୁଇଟି ଯୌନାଙ୍ଗ ଥିଲେ ବି ଜାଣିପାରିନଥିଲେ ସ୍ୱାମୀ, ଡେଲିଭରି ବେଳେ ଏମିତି ହେଲା ଖୁଲାସା

ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ । ଆଜି ଆମେ ଆପଣକୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣମାନେ କେବେବି ବିଶ୍ୱାସ କରିବେ ନାହିଁ । ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଜଣେ 26 ବର୍ଷର ବ୍ରିଟିନି ଯାଦବ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ, ସେତେବେଳେ ସେ ବହୁତ ଗମ୍ଭୀର ସ୍ଥିତିରେ ଅଛନ୍ତି ବୋଲି ଅନୁଭବ କରିଥିଲେ । ବାସ୍ତବରେ ବ୍ରିଟିନିଙ୍କର ଦୁଇଟି ଯୌନାଙ୍ଗ ଏବଂ ଦୁଇଟି ଗର୍ଭାଶୟ ଅଛି । ଆଶ୍ଚର୍ଯ୍ୟର କଥା, ଯେତେବେଳେ ସେ ନିଜ ପୁଅକୁ ଜନ୍ମ ଦେଇଥିଲେ ସେତେବେଳେ ସେ ତାଙ୍କ ଏହି ଅବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ । ସେ ସେତେବେଳେ ଗର୍ଭବତୀ ଥିଲେ ଏବଂ ନିଜ ସନ୍ତାନକୁ ନେଚୁରାଲ ଭାବରେ ଜନ୍ମ ଦେବାକୁ ଚାହୁଁଥିଲେ । ଯଦିଓ ତାଙ୍କ ପାଇଁ ଏହା ବହୁତ ଯନ୍ତ୍ରଣାଦାୟକ ଥିଲା । ବାସ୍ତବରେ ବ୍ରିଟିନି ତାଙ୍କ ଯୋନୀରେ ଥିବା ସେପ୍ଟମ୍ କାରଣରୁ ଏହି ସମସ୍ୟା ଭୋଗୁଥିଲେ । ଏହି ସେପ୍ଟମ୍ ତାଙ୍କ ଯୋନୀକୁ ଦୁଇଟି ବିଭାଗରେ ବିଭକ୍ତ କରୁଥିଲା।

ଦୁଇଟି ଯୌନଙ୍କ ଥିବା ଏହି ମହିଳାଙ୍କ ଚିକିତ୍ସା ଅବସ୍ଥାକୁ uterine didelphys କୁହାଯାଏ | ଏହା ଅତ୍ୟନ୍ତ ବିରଳ ଅବସ୍ଥା ଅଟେ । ଏହା ବ୍ୟତୀତ ବ୍ରିଟିନି ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ସହିତ ବ୍ରିଟାନି ମଧ୍ୟ କହିଛନ୍ତି ଯେ ମୁଁ ଡାକ୍ତରଙ୍କ ପାଖକୁ ଯାଇ ସେମାନଙ୍କୁ କହିଥିଲି ଯେ ମୋ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାବେଳେ ମୁଁ ବହୁତ ଯନ୍ତ୍ରଣା ଅନୁଭବ କରୁଛି। ଯଦିଓ ଡାକ୍ତରମାନେ ମୋତେ ଅଣଦେଖା କରି କହିଥିଲେ ଯେ ମୋର ସମ୍ପର୍କ ରଖିବା ପୂର୍ବରୁ ମୋତେ ଆରାମ କରିବାକୁ ପଡିବ, ଡାକ୍ତରଙ୍କ ଏହି କଥାରୁ ମୁଁ ଜାଣିବାକୁ ପାଇଲି ମୋର କେଉଁଠି ଗୋଟେ ସମସ୍ୟା ରହିଛି ।

child

ଉଲ୍ଲେଖନୀୟ କଥା ହେଉଛି କି ଯେପର୍ଯ୍ୟନ୍ତ ଝିଅ ମାନେ ସେମାନଙ୍କ ବ୍ୟକ୍ତିଗତ ଅଂଶରେ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକ ଋତୁସ୍ରାବର ଅଭିଯୋଗ କରିନାହାନ୍ତି ସେ ପର୍ଯ୍ୟନ୍ତ ଅନେକ ଝିଅ ମାନେ ଏହି ଗର୍ଭାଶୟ didelphys ବିଷୟରେ ଜାଣନ୍ତି ନାହିଁ । ମାତ୍ର ଏହି ସମୟରେ, ଅନେକ ମହିଳା ସମ୍ପର୍କ କିମ୍ବା ପ୍ରସବ ସମୟରେ ଏହି ଅବସ୍ଥା ବିଷୟରେ ଜାଣିବାକୁ ପାଇଥାନ୍ତି । ତଥାପି, ଅନେକ ମହିଳାମାନଙ୍କୁ ଏହି ଅବସ୍ଥାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ବ୍ରିଟାନି କହିଛନ୍ତି ଯେ ମୋର ଏହି ଅବସ୍ଥା ଜନ୍ମଗତ ଦୋଷ ବୋଲି
କୁହାଯାଉଛି । କିନ୍ତୁ ଏହା ଅତ୍ୟନ୍ତ ଆଶ୍ଚଯ୍ୟ କଥା ଯେ ଅନେକ ଡାକ୍ତର ଗର୍ଭାଶୟର ଏପରି ଅସ୍ୱାଭାବିକତା ବିଷୟରେ ଜାଣି ନାହାଁନ୍ତି। ସେଥିପାଇଁ ମୋତେ ନିଜେ ମୋ ଅବସ୍ଥା ବିଷୟରେ ଗବେଷଣା କରିବାକୁ ପଡିଲା ଏବଂ ମୋର ସମାନ ଅବସ୍ଥା ସହିତ ସଂଘର୍ଷ କରୁଥିବା କିଛି ମହିଳାଙ୍କ ସହ ମଧ୍ୟ କଥା ହେବାକୁ ପଡିଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ରିଟିନି ବର୍ତ୍ତମାନ ଟିକଟକରେ ଭିଡିଓ କରି ତାଙ୍କର ଏହି ଅବସ୍ଥା ବିଷୟରେ ଲୋକଙ୍କୁ ସଚେତନ କରାଉଛନ୍ତି । ବ୍ରିଟିନିଙ୍କ ଏହି ଭିଡିଓ ଦେଖିବା ପରେ ଜଣେ ବ୍ୟକ୍ତି ତାଙ୍କ ସହ କଥା ହୋଇଥିଲେ ଓ ସେ ମଧ୍ୟ ତାଙ୍କ ପତ୍ନୀଙ୍କର ଏହି Uterus didelphys ଥିଲା ବୋଲି କହିଥିଲେ । ବ୍ରିଟାନି ଆହୁରି କହିଛନ୍ତି ଯେ ଏହି ବ୍ୟକ୍ତି ମୋତେ କହିଥିଲେ ଯେ ଅସ୍ତ୍ରୋପଚାର ସମୟରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଥିବା ବେଳେ ତାଙ୍କ ଛୁଆଟିର ମଧ୍ୟ ମୃତ୍ୟୁ ହୋଇଥିଲା । ଆଉ ଏହା ଶୁଣି ବ୍ରିଟିନି ବହୁତ ଦୁଃଖ ପ୍ରକାଶ କରିଥିଲେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.