ସ୍ପେଶାଲ

ବିନା ଆଧାର କାର୍ଡରେ କାଟିପାରିବେନି ଚୁଟି, ଜାଣନ୍ତୁ କେଉଁଠାରେ ଲାଗୁହେଲା ଏହି ନୂଆ ନିୟମ

ସେଲୁନ ଗଲେ ଏବେ ଦରକାର ଆଧାର କାର୍ଡ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏବେ ଏହି ରାଜ୍ୟର ସରକାର ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହା ମଧ୍ୟରେ ଲକ୍ଡାଉନ୍ କଟକଣାରେ ଅନେକ କୋହଳ କରାଯାଇଛି। ଜୁନ୍ ୧ ତାରିଖରୁ ତାମିଲନାଡୁରେ ସେଲୁନ୍ ଓ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସେଠାରେ ଚୁଟି କାଟିବାକୁ ଆଧାର କାର୍ଡ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ତାମିଲନାଡୁ ସରକାର ଏନେଇ ସେଲୁନ୍ ପାଇଁ ଏସ୍ଓପି ଜାରି କରିଛନ୍ତି।

ତାମିଲନାଡୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏସ୍ଓପି ଅନୁସାରେ ଯଦି ଆପଣ କେଶ କାଟିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡିବ । ସେଲୁନ୍ ମାଲିକ ପ୍ରତ୍ୟେକ ଗ୍ରାହକଙ୍କ ନାମ, ଠିକଣା, ଫୋନ୍ ନମ୍ବର ଓ ଆଧାର କାର୍ଡ ନମ୍ବର ସଂଗ୍ରହ କରିବେ। ଯଦି ଏପରି କେହି ନ କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏତଦ୍ବ୍ୟତୀତ ଜାରି ହୋଇଥିବା ଏସ୍ଓପି ଅନୁସାରେ ସେଲୁନ୍ ମାନେ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ସେଲୁନ୍ ଖୋଲିବେ। ଅତି ବେଶୀରେ ୮ ଜଣ କର୍ମଚାରୀ ରହିପାରିବେ। ସମେସ୍ତ ମାସ୍କ ପିନ୍ଧିବା ସହିତ ହାତକୁ ସାନିଟାଇଜ୍ କରିବେ। ସେହିପରି ଆରୋଗ୍ୟ ସେତୁ ଆପ୍ର ଡିଟେଲ୍ସ ଦେଖାଇବେ। ସେହିପରି ସେଲୁନ୍ ମାଲିକ ମାନେ ଗ୍ରାହକଙ୍କୁ ଡିସ୍ପୋଜେବେଲ୍ ଏପ୍ରନ୍ ଓ ଜୋତା ପାଇଁ କଭର୍ ଦେବେ।

ସୂଚନାଯୋଗ୍ୟ, ତାମିଲନାଡୁ ସରକାର ପୂର୍ବରୁ ଗ୍ରାମୀଣ ଅଞ୍ଚଳରେ ସେଲୁନ୍ ଖୋଲିବାକୁ ଅନୁମତି ଦେଇଥିଲେ। ଏବେ କିନ୍ତୁ ପୂରା ପ୍ରଦେଶରେ ସେଲୁନ୍ ଓ ବ୍ୟୁଟି ପାର୍ଲର ଖୋଲାଯିବ। ତେବେ ସେଲୁନ୍ରେ ସାମାଜିକ ଦୂରତ୍ବ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ମାସ୍କ ପିନ୍ଧିବା ଓ ସଫା ସୁତୁରା ରଖିବାକୁ ଆଦେଶ ଦିଆଯାଇଛି।

Swagatika

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

16 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

18 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

22 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

23 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

28 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago