ଚର୍ଚ୍ଚାରେ ଥାଇଲ୍ୟାଣ୍ଡର କ୍ୟୁଟ୍ ବାଘୁଣୀ ‘ଆଭା’
ପିଗ୍ମୀ ହିପ୍ପୋ ମୋ ଡେଙ୍ଗ୍ ନାମକ ଏକ ଜଳହସ୍ତୀ ଭାଇରାଲ ହେବା ପରେ ବର୍ତ୍ତମାନ ‘ଆଭା’ ସୋସିଆଲ ମିଡିଆ ସେନେ୍ସସନ୍ ପାଲଟିଛି । ଏହି ସୁନ୍ଦର ଟ୍ୟାବି ଟାଇଗର ସୋସିଆଲ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି ।
ପୂର୍ବ ଥାଇଲ୍ୟାଣ୍ଡର କୋନ୍ବୁରୀର କେଓ ଖାଓ ଓପନ୍ ପ୍ରାଣୀ ଉଦ୍ୟାନରେ ରହୁଥିବା ପିଗ୍ମୀ ହିପ୍ପୋ ମୋ ଡେଙ୍ଗ୍ ଭାଇରାଲ୍ ହେବାର ପାଖାପାଖି ୨ ମାସ ପରେ ଏବେ ନୂତନ ସେନେ୍ସସନ୍ ଭାବରେ ଉଭା ହୋଇଛି ବାଘୁଣୀ ‘ଆଭା’ । ଏକ ତିନି ବର୍ଷ ବୟସ୍କ, ବିରଳ ଗୋଲେ୍ଡନ୍ ଟ୍ୟାବି ଟାଇଗର ଆଭା ନିଜ କ୍ୟୁଟ୍ନେସ ପାଇଁ ବେଶ୍ ଲୋକପ୍ରିୟ ହୋଇସାରିଲାଣି । ନଭେମ୍ବର ୧୮ରେ ଉତ୍ତର ଥାଇଲ୍ୟାଣ୍ଡର ‘ଚିଆଙ୍ଗ ମେ ନାଇଟ୍ ସଫାରି’ର ଫେସ୍ବୁକ୍ ଅଫିସିଆଲ ଆକାଉଣ୍ଟରେ ଆଭାର କିଛି ସୁନ୍ଦର ଫଟୋ ସେୟାର କରାଯାଇଥିଲା । ପ୍ରାଣୀ ଉଦ୍ୟାନ ଏହି ଅନନ୍ୟ ଟାଇଗରର ବଂଶ ବିସ୍ତାର ତଥା ଏହାର ପ୍ରଜାତି ଉପରେ ଗୁରୁତ୍ୱାରୋପ କରିଛି । ପ୍ରକାଶ ଯେ ଆଭାର ପିତାମାତାଙ୍କୁ ୨୦୧୫ ରେ ଚେକ୍ ରିପବ୍ଲିକ୍ ଏବଂ ଦକ୍ଷିଣ ଆଫ୍ରିକାରୁ ସଫାରୀ ପାର୍କକୁ ଅଣାଯାଇଥିଲା ।
ଭଉଣୀ ଲୁନାଙ୍କ ସହ ଫେବ୍ରୁଆରୀ ୧୬, ୨୦୨୧ ରେ ଜନ୍ମ ହୋଇଥିବା ଆଭା ବିଷୟରେ ଆକର୍ଷଣୀୟ କଥା ହେଉଛି, ଏହାର ଉଜ୍ଜ୍ୱଳ ସବୁଜ ଆଖି । ଆଭା ଏବଂ ଲୁନା ବିରଳ ପ୍ରଜାତିର ବାଘ, ଏମାନେ ଗୋଲେ୍ଡନ୍ କିମ୍ବା ଷ୍ଟ୍ରବେରୀ ଭାବରେ ଜଣାଶୁଣା । ଏହି ପ୍ରଜାତି ବେଙ୍ଗାଲୁରୁ ଟାଇଗର ଭାବରେ ମଧ୍ୟ ପ୍ରସିଦ୍ଧ । କାରଣ ରିସେସିଭ୍ ଜିନ୍ ହେତୁ ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ ।
ରିପୋର୍ଟ ଅନୁଯାୟୀ, ଏହି ଦୁନିଆରେ ଏପରି ୧୦୦ରୁ କମ୍ ବାଘ ରହିଛନ୍ତି । ଏମାନଙ୍କ ସୁନ୍ଦର, ଚଞ୍ଚଳ ଅଭିବ୍ୟକ୍ତି ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କିଛି ଲୋକ ଆଭାକୁ ଦେଖି ଏପରି ଟିପ୍ପଣୀ ମଧ୍ୟ ଦେଇଛନ୍ତି ।
ଜଣେ ୟୁଜର କହିଛନ୍ତି, ସେ ଏତେ ପରିଷ୍କାର ଦେଖାଯାଉଛି, ଯେପରି ସେ ଦିନକୁ ୧୦ ଥର ସ୍ନାନ କରୁଥିବ । ସେହିପରି ଆଉ ଜଣେ ୟୁଜରଏହି ବାଘକୁ ମୋଷ୍ଟ କ୍ୟୁଟ୍ ବୋଲି ମଧ୍ୟ କମେଣ୍ଟ କରିଛନ୍ତି ।