ସ୍ପେଶାଲ

ଭଗବାନଙ୍କର ବିଚିତ୍ର ସୃଷ୍ଟି, ପାଟି ଅଛି କିନ୍ତୁ ମାଆ ପାଖରୁ କ୍ଷୀର ପିଇପାରୁନି ଏହି କୁନି ବାଛୁରୀ ଛୁଆ

ମାଆର ମମତା ସମସ୍ତଙ୍କ ପାଇଁ ସମାନ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ, କିଏ ସୁନ୍ଦର ଆଉ କିଏ ଅସୁନ୍ଦର। ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାଙ୍କ ପାଇଁ ଉଜାଡି ଦିଅନ୍ତି ମମତା । ଆମେ ଆଜି ଯେଉଁ ଦୃଶ୍ୟ ଦେଖାଇବୁ ତାକୁ ଦେଖି ଆପଣ ବୁଝିଯିବେ ଯେ ମାଆର ପ୍ରକୃତ ଅର୍ଥ କଣ। ଆଉ ଆପଣମାନେ ବି ଏ ଦୃଶ୍ୟ ଦେଖିଲେ ଅନୁଭବ କରିପାରିବେ ସତରେ ମାଆର ହୃଦୟ କେତେ ବିଶାଳ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତର ମହାଳିକସାହିରେ ଦେଖିବାକୁ ମିଳିଛି ଏକ ବିଚିତ୍ର ପ୍ରକାରର ବାଛୁରି ଛୁଆକୁ । ଏହି ସାହିର ଘାଉଲି ମହାଳିକଙ୍କ ଗାଈ ଗତକାଲି ଏକ ବାଛୁରି ଛୁଆ ଜନ୍ମ ଦେଇଥିଲା । ଉକ୍ତ ବାଛୁରି ଛୁଆଟି ଭିନ୍ନ ପ୍ରକାରର । ଯାହାକି ଆଖପାଖ ଅଞ୍ଚଳରେ ଏପରି ବାଛୁରି ଛୁଆ କେବେବି କେହି ଦେଖିନଥିବା କୁହନ୍ତି ଗାଁ ଲୋକେ।

ଏହି ଅଦ୍ଭୁତ ବାଛୁରୀ ଛୁଆଟିକୁ ଦେଖିଲେ ଆପଣ ବି ଘଡିଏ ଚାହିଁ ରହିବେ। ଆଉ ମନକୁ ନିହାତି ଭାବେ ଏ କଥା ଆସିବ ସତରେ ଭଗବାନଙ୍କ ସୃଷ୍ଟି ବି ବଡ ବଚିତ୍ର। ଏହି ବାଛୁରୀଟି ଅନ୍ୟ ବାଛୁରୀ ଠାରୁ ଭିନ୍ନ। ଯାହାର କପାଳ ଉପରେ ହିଁ ଦୁଇଟି ଆଖି ଯୋଡି ହୋଇ ରହିଛି। ଆଉ ଜିଭଟି ଉପରକୁ ହୋଇ ରହିଛି। ପାଟି ଉପରକୁ ବାହାରିପଡିଥିବା ବେଳେ ମୁହଁ ମଧ୍ଯ ଭିନ୍ନ ପ୍ରକାରର ଦେଖାଯାଉଛି । ଜିଭ ପାଟି ଉପରେ ରହିଥିବାରୁ ପାଟିରେ ନିଜ ମାଆଠାରୁ କ୍ଷୀର ମଧ୍ୟ ଖାଇପାରୁନାହିଁ।

ବିଚାରୀ ମାଆ ଗାଈଟି ଛୁଆକୁ କ୍ଷୀର ଦେଇପାରି ଦୁଇ ଦିନ ହେଲା ଅନବରତ ଛୁଆକୁ ଚାଟି ଚାଲିଛି। ଆଉ ନିଜ ଛୁଆର ଏପରି ଅବସ୍ଥା ଦେଖି ମାଆ ଗାଈଟି ଖାଲି ନିରୂପାୟ ହୋଇ ବସିରହିଛି।। ତେବେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ବିଚିତ୍ର ବାଛୁରୀ ଛୁଆଟିକୁ ଦେଖିବା ପାଇଁ ଲୋକଙ୍କର ଭିଡ ଲାଗୁଛି।

Pritiparna

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

22 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

22 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

29 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

35 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

52 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago