ଭୁଲ୍‌ କାମ କଲେ ଗ୍ରହ ଉପରେ ପଡେ ଖରାପ ପ୍ରଭାବ, ଶୁଭ ଫଳ ଦେବା ଗ୍ରହ ଦେଇଥାନ୍ତି ନକାରାତ୍ମକ ପରିଣାମ

ରାଶି ଉପରେ ଗ୍ରହର ପ୍ରଭାବ ପଡିଥାଏ। ଏହା ଆପଣଙ୍କ କର୍ମ ଦ୍ୱାରା ପ୍ରଭାବିଭ ହୋଇଥାଏ। ଯେତେବେଳେ ଆପଣ ଶୁଭ ଏବଂ ଶ୍ରେଷ୍ଠ କାର୍ଯ୍ୟ କରନ୍ତି, ସେତେବେଳେ ଗ୍ରହର ଶୁଭତା ବୃଦ୍ଧି ହୋଇଥାଏ। କିନ୍ତୁ ଆପଣ ଭୁଲ କାମ କରିଥାନ୍ତି, ତାହାର ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଗ୍ରହ ଅଶୁଭ ଫଳ ଦେଇଥାଏ। ଯାହା ଯୋଗୁଁ ଜୀବନ ଉପରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ମେଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଣିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି। ଯାହାର ସମ୍ପର୍କ ସାହସ, ପରାକ୍ରମ, ରକ୍ତ, ଭୂମି, ଉର୍ଜା, ଟେକନିକ ସହିତ ରହିଥାଏ। ଶାସ୍ତ୍ରରେ ମଙ୍ଗଳ ଗ୍ରହ ସବୁ ଗ୍ରହର ସେନାପତି ହୋଇଥାନ୍ତି। ମଙ୍ଗଳଗ୍ରହ ଯେତେବେଳେ ଖରାପ ହୋଇଥାଏ, ସେତେବେଳେ ଜେଲ୍‌ ଯିବା ଭଳି ପରିସ୍ଥିତି ଆସିଯାଏ। ତେଣୁ କେବେ ବି ମଙ୍ଗଳ ଗ୍ରହକୁ ଅଶୁଭ କରିବା ଉଚିତ ନୁହେ। ମଙ୍ଗଳ ଖରାପ ହେଲେ ଦୁର୍ଘଟଣା, ଆଖିରୋଗ, ଉଚ୍ଚ ରକ୍ତଚାପ, ଷ୍ଟୋନ ସମସ୍ୟା ଦେଖାଯାଏ। ମଙ୍ଗଳଅଲଗା ଗ୍ରହ ସଂସ୍ପର୍ଶରେ ଆସି ଖୁବଶୀଘ୍ର ପ୍ରଭାବିତ ହୋଇଥାନ୍ତି। ଯେଉଁ ଲୋକ ନକାରାତ୍ମକ କଥା ଚିନ୍ତା କରନ୍ତି, ସେମାନେ ଅନ୍ୟକୁ ହାନି ପହଞ୍ଚାନ୍ତି। ତେଣୁ ଏମିତି ଲୋକ ଠାରୁ ନିଶ୍ଚିତ ଦୂରେଇ ରୁହନ୍ତୁ। ମଦ ଏବଂ ଅନ୍ୟ ନିଶା ଜିନିଷ ଠାରୁ ଦୂରେଇ ରୁହନ୍ତୁ। ନିଶା କରୁଥିବା ଲୋକଙ୍କ ମଙ୍ଗଳ ବହୁତ ଜଲଦି ଖରାପ ହୋଇଥାଏ। ଖରାପ ମଙ୍ଗଳ ଧନ ହାନି ମଧ୍ୟ କରାଇଥାନ୍ତି। ତେଣୁ ଏହି ରାଶିର ଲୋକଙ୍କ କ୍ରୋଧରୁ ବଞ୍ଚିବା ଜରୁରୀ।

ମଙ୍ଗଳ କେତେ ବେଳେ ମଜବୁତ ରହିଥାନ୍ତି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳକୁ ମଜବୁତ କରିବା ପାଇଁ ହନୁମାନଙ୍କ ପୂଜା କରିବା ଉଚିତ। ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ। ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡ ପାଠ କରନ୍ତୁ। ରୋଗୀଙ୍କ ସେବା କରନ୍ତୁ।

Astrology

ମକର ରାଶି : ମେଷ ରାଶିରେ ଶନିଙ୍କ ପ୍ରଭାବ ସବୁଠାରୁ ଅଧିକ ରହିଥାଏ। ଶନି ଏହି ରାଶିର ସ୍ୱାମୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁ ଗ୍ରହର ନ୍ୟାୟାଧିଶ ବୋଲି କୁହାଯାଇଛି। କଳିଯୁଗରେ କର୍ମଫଳଦାତା ଶନିଦେବ ରହିଥାନ୍ତି। ଶନିଙ୍କ ସ୍ୱଭାବ କ୍ରୁର। ଶନିଙ୍କ ଚାଲ୍‌ ବହୁତ ଧୀର। ତେଣୁ ରାଶିରେ ପାଖାପାଖି ଅଢେଇ ବର୍ଷ ରୁହନ୍ତି ଶନି। ଶନି କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ତେଣୁ ମକର ରାଶିର ବ୍ୟକ୍ତିତ୍ୱ ଏହାର ଧ୍ୟାନ ରଖନ୍ତୁ। ଯେଉଁ ଲୋକ ଅନ୍ୟର ଧନ ହଡପ କରନ୍ତି, ଦୁର୍ବଳ ଏବଂ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ହଇରାଣ କରନ୍ତି, ତାଙ୍କୁ କେବେ ବି କ୍ଷମା କରନ୍ତି ନାହିଁ ଶନି। ଶନି କର୍ମ କାରକ। ଯେଉଁମାନେ ନିୟମ ଏବଂ ଅନୁଶାସନର ପାଳନ କରୁନାହାନ୍ତି, ସେମାନଙ୍କୁ ଶନି କଠୋର ଦଣ୍ଡ ଦିଅନ୍ତି। ଏମିତି ଲୋକ ଜୀବନରେ ସବୁବେଳେ ଅର୍ଥର ଅଭାବ ସାମ୍ନା କରିଥାନ୍ତି।

ଶନିଙ୍କ ଉପାୟ : ଶନିବାର ଦିନ ଶନି ଦେବଙ୍କ ଦିନ। ଏହିଦିନ ଶନି ମନ୍ଦିରରେ ଶନିଦେବଙ୍କ ପୂଜା କରିବା ଦ୍ୱାରା ଶନିଙ୍କ ସହିତ ଜଡିତ ଜିନିଷ ଦାନ କଲେ ଶନି ପ୍ରସନ୍ନ ହୁଅନ୍ତି। ଦୁର୍ବଳଙ୍କୁ ସାହାଯ୍ୟ କରିବା ଏବଂ ସାହାରା ହେବା ଲୋକଙ୍କୁ ଶନିଙ୍କର ବିଶେଷ ଫଳ ମିଳିଥାଏ। ଶନିବାର ଦିନ ଶନି ଚାଳିସା ଏବଂ ଶନି ମନ୍ତ୍ର ଜାପ କଲେ ମଧ୍ୟ ଶୁଭଫଳ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.