ସ୍ୱଳ୍ପ ସମୟ ପାଇଁ ଧାରଣ କରାଯାଏ ରତ୍ନ ,ଜାଣନ୍ତୁ କେଉଁ ରତ୍ନ କେତେ ସମୟ ପର୍ଯ୍ୟନ୍ତ ଧାରଣ କରିବେ

ଜ୍ୟୋତିଷ ଶାସ୍ତ୍ରରେ 9 ଟି ରତ୍ନକୁ ମୁଖ୍ୟ ଭାବେ ଧରାଯାଏ | ବ୍ୟକ୍ତିର ଜୀବନ ଉପରେ ଗ୍ରହମାନଙ୍କର ଅଶୁଭ ପ୍ରଭାବକୁ କମ କରିବା ଏବଂ ଶୁଭ ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଏ |
ରତ୍ନ ଶାସ୍ତ୍ରରେ କୁହାଯାଇଛି କି ରତ୍ନ ବ୍ୟକ୍ତିର ଗ୍ରହମାନଙ୍କର ସ୍ଥିତିକୁ ମଜବୁତ କରିଥାଏ | ରତ୍ନ ଧାରଣ କରିବା ଦ୍ୱାରା ଶରୀର ଏବଂ ଗ୍ରହମାନଙ୍କର ଶକ୍ତି ମଧ୍ୟରେ ତାଳମେଳ ରହିଥାଏ |
ଏହି ଓଜନର ରତ୍ନ ଧାରଣ କରନ୍ତୁ :
ରତ୍ନ ଶାସ୍ତ୍ର ଅନୁସାରେ ରତ୍ନ ଧାରଣ କରିବା ସମୟ ଗ୍ରହମାନଙ୍କର ସ୍ଥିତି ଏବଂ ଆବଶ୍ୟକତାକୁ ଦେଖାଯାଏ | ଏହାପରେ ରତ୍ନର ଓଜନର ଅନୁମାନ ଲଗାଯାଏ | ଏହାର ଓଜନ ଗ୍ରହମାନଙ୍କର ଅଂଶର ଆଧାର ଉପରେ କରାଯାଏ | ବ୍ୟକ୍ତିର ଓଜନ ଉପରେ ନୁହେଁ |
କେତେ ସମୟରେ ବଦଳେଇବେ ରତ୍ନ :
ରତ୍ନର ଶକ୍ତି ଶରୀରର ଶକ୍ତିକୁ ସନ୍ତୁଳିତ କରିଥାଏ | କିନ୍ତୁ କିଛି ସମୟ ପରେ ଏହାର ଶକ୍ତି ଶରୀରରେ ମିଶିଯାଇଥାଏ | ଯଦ୍ୱାରା ସେ ରତ୍ନ ଶରୀର ପାଇଁ ପ୍ରଭାବହୀନ ହୋଇଯାଇଥାଏ | ଏମିତି ସ୍ଥିତିରେ ରତ୍ନକୁ ବଦଳାଇ ପାରିବେ କିମ୍ବା ଦ୍ଵିତୀୟ ଥର ଶକ୍ତିଯୁକ୍ତ କରିନେଇ ପାରିବେ |
କେତେ ସମୟ ପର୍ଯ୍ୟନ୍ତ ପିନ୍ଧିବେ ରତ୍ନ :
ରତ୍ନ ଶାସ୍ତ୍ର ଅନୁସାରେ ମୋତି ଦୁଇ ବର୍ଷ ପରେ ପ୍ରଭାବହୀନ ହୋଇଯାଇଥାଏ | ମୁଙ୍ଗା ବା ପ୍ରବାଳ 3-4 ବର୍ଷ ପର୍ଯ୍ୟନ୍ତ ଠିକ କାମ କରିଥାଏ ଓ ମାଣିକ୍ୟ 5-7 ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିଥାଏ | ସେହିପରି ପାନ୍ନା ପାଖାପାଖି 5 ବର୍ଷ ପର୍ଯ୍ୟନ୍ତ କାମ କରିଥାଏ | ହଳଦିଆ ପୋଖରାଜ ,ହୀରା ଏବଂ ନୀଲମ ଦଶ ବର୍ଷ ଯାଏ ପ୍ରଭାବଶାଳୀ ରହିଥାଏ | ଗୋମେଦ ଓ ଲହାଶୂନିଆର ସମୟ ଅଢେଇ ରୁ ତିନି ବର୍ଷ ଯାଏ ପ୍ରଭାବଶାଳୀ ରହିଥାଏ | ଏହାପରେ ପ୍ରଭାବହୀନ ହୋଇ ଯାଇଥାଏ | ତେଣୁ ରତ୍ନ ପିନ୍ଧିବା ବେଳେ ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ |