ଚାଣକ୍ୟ ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ବହୁତ୍ ପସନ୍ଦ କରନ୍ତି ମହିଳା, ଜାଣିରଖନ୍ତୁ ପୁରୁଷ 

ପ୍ରତ୍ୟେକ ନାରୀଙ୍କ ସ୍ୱପ୍ନ ଥାଏ ଯେ ତାଙ୍କ ଭବିଷ୍ୟତ ସାଥୀ କେବଳ ଦେଖିବା ପାଇଁ ଭଲ ନୁହେଁ ବରଂ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ଭଲ ଥିବା ଉଚିତ୍। ଯାହା ସହ ସେମାନେ ନିଜ ଜୀବନ ଭଲ ଭାବେ ବିତାଇ ପାରିବେ। ତେବେ ଅନେକ ଝିଅ ପ୍ରକୃତରେ ଭଲ ବ୍ୟକ୍ତିତ୍ଵ ଥିବା ପୁରୁଷଙ୍କୁ ଭଲ ପାଆନ୍ତି। ସେମାନେ ମହିଳାଙ୍କ ପ୍ରଥମ ପସନ୍ଦ ହୋଇ ଥାଆନ୍ତି। କାରଣ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ତାର ଆଚରଣରୁ ହିଁ ଜଣାଯାଇଥାଏ। ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ ତାଙ୍କ ଜୀବନ ସାଥୀ ଭଲ ଗୁଣରେ ପରିପୂର୍ଣ୍ଣ ହୁଅନ୍ତୁ। ତେବେ ଚାଣକ୍ୟ ନୀତି ଅନୁଯାୟୀ ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ସେମାନଙ୍କୁ ସର୍ବୋତ୍ତମ କରିଥାଏ। ଯାହାପାଇଁ ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ ତାଙ୍କ ଜୀବନ ସାଥୀ ଭଲ ଗୁଣରେ ପରିପୂର୍ଣ୍ଣ ହୁଅନ୍ତୁ। ପୁଣି ସେହି ପରି ପୁରୁଷଙ୍କୁ ସେମାନେ ଅଧିକ ପସନ୍ଦ କରନ୍ତି।

ସଚ୍ଚୋଟତା:

ଚାଣକ୍ୟ କହିଛନ୍ତି ଯେ ସଚ୍ଚୋଟ ବ୍ୟକ୍ତି ସର୍ବତ୍ର ସମ୍ମାନର ଯୋଗ୍ୟ। ଯେଉଁ ପୁରୁଷଙ୍କ ଉଦ୍ଦେଶ୍ୟ ମହିଳାମାନଙ୍କ ପ୍ରତି ଉତ୍ତମ, ସେମାନେ ନିଜ ପତ୍ନୀ, ଗର୍ଲଫ୍ରେଣ୍ଡକୁ କଦାପି ଠକି ପାରିବେ ନାହିଁ। ପୁରୁଷମାନଙ୍କର ଏହି ଗୁଣ ମହିଳାମାନଙ୍କୁ ଆକର୍ଷିତ କରିଥାଏ।

ସଠିକ ଆଚରଣ:

ଆଚରଣ, ମଧୁର ବକ୍ତବ୍ୟ, ଭଦ୍ରତା ଭଳି ଗୁଣ ପ୍ରାୟତ ପୁରୁଷଙ୍କଠାରୁ ମହିଳାମାନେ ଆଶା କରନ୍ତି ତେବେ ଏପରି ଗୁଣ ଥିବା ପୁରୁଷଙ୍କୁ ମହିଳା ପସନ୍ଦ କରନ୍ତି।

ଶୁଣୁଥିବା ବ୍ୟକ୍ତି : ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ ତାଙ୍କ ଜୀବନ ସାଥୀ ଛାଇ ପରି ତାଙ୍କ ପାଖରେ ଛିଡା ହୁଅନ୍ତୁ। ଜଣେ ଭଲ ଶ୍ରୋତା ପରି ତାଙ୍କ କଥା ଶୁଣନ୍ତୁ ଏବଂ ତାଙ୍କ ବିଷୟରେ ଚିନ୍ତା କରନ୍ତୁ। ଯଦି ଆପଣଙ୍କର କହିବାର କ୍ଷମତା ଅଛି, ତେବେ ଆପଣଙ୍କୁ ଶୁଣିବାକୁ ସାହସ ମଧ୍ୟ ରହିବା ଉଚିତ୍। ଏହା ଏକ ଭଲ ମଣିଷର ଗୁଣ। ଏପରି ପୁରୁଷଙ୍କୁ ମହିଳା ଖୁବ୍ ପସନ୍ଦ କରନ୍ତି।

ଭଲ ଚିନ୍ତାଧାରା ଥିବା ବ୍ୟକ୍ତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଭଲ ଚିନ୍ତାଧାରା ଥିବା ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରନ୍ତି। ବିଶେଷକରି ମହିଳାମାନେ ଭଲ ଚିନ୍ତାଧାରା ଥିବା ପୁରୁଷମାନଙ୍କୁ ପସନ୍ଦ କରନ୍ତି। ତେଣୁ ସବୁବେଳେ ଭଲ ଚିନ୍ତାଧାରା ରଖିବା ଉଚିତ୍।

You might also like