Categories: ସ୍ପେଶାଲ

ବୁଦ୍ଧିମାନ ବ୍ୟକ୍ତି ଗଣ୍ଠି କରି ରଖନ୍ତୁ ଚାଣକ୍ୟଙ୍କ ଏହି ଚାରି କଥା, ଜୀବନରେ ରହିବନି ଦୁଃଖ

ଆଚାର୍ଯ୍ୟ ଚାଣକ୍ୟଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଇତିହାସର ସବୁଠାରୁ ଚାଲାକ ଏବଂ ବୁଦ୍ଧିମାନ୍ ବ୍ୟକ୍ତି ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ଚନ୍ଦ୍ରଗୁପ୍ତଙ୍କୁ ଜଣେ ସାଧାରଣ ମଣିଷରୁ ଦେଶର ସବୁଠାରୁ ବହ ଶକ୍ତିଶାଳୀ ରାଜା କରିବାରେ ଯେଉଁ ମହାନ ଆଚାର୍ଯ୍ୟ ଙ୍କ ହାତ ରହିଛି ସେ ହେଉଛନ୍ତି ଚାଣକ୍ୟ। ତାଙ୍କର ନୀତି ଏବଂ ଜ୍ଞାନ ଜୀବନକୁ ସରଳ ଏବଂ ସୁଗମ ତ କରିଥାଏ ଏହା ସହ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟଙ୍କ ନୀତି ବହୁତ ଉପଯୋଗୀ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ବୁଦ୍ଧିମାନ ବ୍ୟକ୍ତିଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ।

– ଚାଣକ୍ୟଙ୍କ ନୀତି ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କ ଧନ କିମ୍ବା ବ୍ୟବସାୟରେ କ୍ଷତି ହୋଇଥାଏ ତେବେ ଏକଥା ଅନ୍ୟ କାହା ସାମ୍ନାରେ କହିବା ଉଚିତ୍ ନୁହେଁ । କେବଳ ନିଜ ଭିତରେ ହିଁ ଏହି କଥାକୁ ସୀମିତ ରଖିବା ଉଚିତ୍ । ଏହା ଏଥିପାଇଁ , ବାହାର ବ୍ୟକ୍ତିଙ୍କୁ ନିଜର ଆର୍ଥିକ ସମସ୍ୟା ବିଷୟରେ କହିଲେ ସେମାନେ ଆପଣଙ୍କଠୁ ମୁହଁ ବୁଲାଇନେବା ସହ ମଜାକ୍ ଉଡାଇବେ ।

ଏହା ସହ ପଢନ୍ତୁ ଚାଣକ୍ୟ ନୀତି : ଏଭଳି ଜୀବନସାଥୀ ଏବଂ ସମ୍ପର୍କକୁ ତୁରନ୍ତ କରନ୍ତୁ ତ୍ୟାଗ

– ଚାଣକ୍ୟଙ୍କ ଅନୁସାରେ ସବୁ ବ୍ୟକ୍ତିଙ୍କର ନିଜର ବ୍ୟକ୍ତିଗତ ଜୀବନ ଥାଏ । ହେଲେ ନିଜ ବ୍ୟକ୍ତିଗତ ଜୀବନର ସମସ୍ୟାକୁ କାହା ସାମ୍ନାରେ କହିବା ଅନୁଚିତ୍ । ଅନ୍ୟ କାହା ଆଗରେ ନିଜ ସମସ୍ୟା କହିଲେ ଏହା କେବଳ ବଢିବ କିନ୍ତୁ କମିବ ନାହିଁ । ବରଂ ଯାହା ସାମ୍ନାରେ ଏହି ସମସ୍ୟା କହିବେ ସେମାନେ ଆପଣଙ୍କ ପଛରେ ଆପଣଙ୍କ ମଜାକ୍ ଉଡାଇବେ ।

– ସେହିପରି ବୁଦ୍ଧିମାନ ବ୍ୟକ୍ତି ସେହି ଯିଏ ନିଜ ପତ୍ନୀଙ୍କ ଚରିତ୍ର ବିଷୟରେ ଅନ୍ୟକାହା ସାମ୍ନାରେ କୁହନ୍ତି ନାହିଁ । ଏହା ଦ୍ବାରା ନାକେବଳ ଆପଣଙ୍କ ପତ୍ନୀଙ୍କ ବରଂ ଆପଣଙ୍କ ନିଜର ମଧ୍ୟ ବେଇଜ୍ଜତି ହୋଇଥାଏ ।

– ସେହିପରି ଯଦି ଆପଣ କେବେ କେଉଁଠି କେଉଁ ବ୍ୟକ୍ତିଙ୍କ ଦ୍ବାରା ବେଇଜ୍ଜତ ହୋଇଛନ୍ତି ତେବେ ଏକଥା କାହା ସାମ୍ନାରେ ମଧ୍ୟ ଭୁଲରେ କୁହନ୍ତୁ ନାହିଁ । ଏହା ସହ କାହାର ଯଦି ଥଟ୍ଟା ପରିହାସ କରିଛନ୍ତି ସେକଥା ମଧ୍ୟ କାହାକୁ କୁହନ୍ତୁ ନାହିଁ ।

ଏହା ସହ ପଢନ୍ତୁ ପାକିସ୍ତାନକୁ ଦମନ କରିବା ପାଇଁ ଚାଣକ୍ୟଙ୍କ ଏହି ନୀତି ଆପଣାଇବା ଉଚିତ୍ ଭାରତ . .

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago