ଅଙ୍କ ଜ୍ୟୋତିଷ ଅନୁସାରେ ଆପଣଙ୍କ ମୋବାଇଲ ନମ୍ବର ବଦଳାଇପାରେ ଭାଗ୍ୟ, ଜାଣନ୍ତୁ କେଉଁ ଚାକିରିଆଙ୍କ ପାଇଁ କେଉଁ ନମ୍ବର ଶୁଭ

ପ୍ରାୟତଃ ଲୋକମାନେ ନିଜ ହିସାବରେ ମୋବାଇଲ ଓ ଗାଡ଼ି ନମ୍ବର ଚୟନ କରିଥାନ୍ତି। ଅଙ୍କଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜନ୍ମତାରିଖର ମୂଳାଙ୍କ ମୋବାଇଲ ନମ୍ବରରେ ରହିଲେ ଭାଗ୍ୟ ଚମକିଥାଏ। ଏଣୁ ମୋବାଇଲ ନମ୍ବର ନେବା ବେଳେ ସବୁବେଳେ ଜନ୍ମ ତାରିଖର ମୂଳାଙ୍କ ଅନୁସାରେ ନେବା ଉଚିତ।

ପୁରୁଣା ମୋବାଇଲ ନମ୍ବରରୁ ଜନ୍ମ ମୂଳାଙ୍କ ସହ ଏମିତି ଯୋଡନ୍ତୁ। ମୋବାଇଲ ନମ୍ବରକୁ ମିଶାଇ ଦିଅନ୍ତୁ ଯେମିତିକି ଶେଷକୁ ମାତ୍ର ଗୋଟିଏ ଅଙ୍କ ବଳିବ। ଉଦାହରଣ: ୯+୧+୫+୭+୧+୧+୧+୧+୧+୧=୨୮, ୨+୮=୧୦,୧+୦=୧, ମୂଳାଙ୍କ ହେଲା ୧।

ନୂଆ ମୋବାଇଲ ନମ୍ବର ନେବା ବେଳେ ତାହା ଆପଣଙ୍କ ପାଇଁ ଲକି କି ନାହିଁ ଧ୍ୟାନ ରଖନ୍ତୁ। ସବୁବେଳେ ନମ୍ବରର ଶେଷ ଅଙ୍କ ସାନରୁ ବଡ଼ କ୍ରମରେ ରହୁଥିବା ଭଳି ନିଅନ୍ତୁ। ଯଥା:୯୪୧୨୩…୯।

ଅଙ୍କଜ୍ୟୋତିଷରେ ୮କୁ ସବୁଠୁ ଅଶୁଭ ଅଙ୍କ କୁହାଯାଏ। ଯଦି ଆପଣଙ୍କ ନମ୍ବରରେ ବାରମ୍ବାର ୮ ଆସୁଛି ତେବେ ତୁରନ୍ତ ତାହାକୁ ବଦଳାନ୍ତୁ। ଏହା ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ।

आपका भाग्यांक बताता हैं उज्ज्वल ...

ଅଙ୍କଶାସ୍ତ୍ର ମୁତାବକ ସଙ୍ଗୀତ, ବିଜ୍ଞାନ, କଳା କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ୩ ଓ ୪ ଅଙ୍କ ଶୁଭ ହୋଇଥାଏ।

ସେନା, ପୋଲିସ ଓ ଖେଳାଳିଙ୍କ ପାଇଁ ୨,୬,୭ ଶୁଭ ହୋଇଥାଏ।

phone

ସେହିପରି ଶିକ୍ଷା ଓ ରାଜନୀତି କ୍ଷେତ୍ରରେ କ୍ୟାରିଅର କରିଥିବା ବ୍ୟକ୍ତିଙ୍କ ପାଇଁ ୪ ସବୁଠାରୁ ଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.