ସ୍ପେଶାଲ

ବୈଜ୍ଞାନିଙ୍କ ଆକଳନ, ବଦଳି ଯିବ ପୃଥିବୀର ଘୁର୍ଣ୍ଣନ

କେନ୍ୟୁଜ୍(ବ୍ୟୁରୋ): ବଦଳି ଯିବ ପୃଥିବୀର ଘୁର୍ଣ୍ଣନ । ଆମେରିକା ଜିଓ ଫିଜିକାଲ ୟୁନିୟନ ଏପରି ରିପୋର୍ଟ ପ୍ରକାଶ କରିଛି । ଭୂତଳ ଜଳ କାଢିବା ଦ୍ବାରା ଏପରି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ପୃଥିବୀର ପ୍ରାୟ ୮ ବିଲିୟନ ଲୋକେ ଅବାଧରେ ପୃଥିବୀର ଭୂତଳ ଜଳକୁ କାଢୁଛନ୍ତି । ଚାଷକାମ, ମାଇନିଂ ତଥା ଘରୋଇ ବ୍ୟବହାର ପାଇଁ ଏହି ଭୂତଳ ଜଳକୁ ବ୍ୟବହାର କରାଯାଉଛି । ଯାହାର ସିଧା ପ୍ରଭାବ ପୃଥିବୀର ଓଜନ ଉପରେ ପଡ଼ୁଛି ।

ରିପୋର୍ଟରେ କୁହାଯାଉଛି ଭୂତଳରୁ ଜଳ କାଢିବା ଦ୍ବାରା ପୃଥିବୀ ୩୧.୫ ଇଞ୍ଚ ପୂର୍ବକୁ ଢଳିକି ରହିବ । ଏହା ୧୯୯୩ରୁ ୨୦୧୦ ମଧ୍ୟରେ ଏପରି ହୋଇଥିବା କୁହାଯାଉଛି । ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ  ଏହି ବର୍ଷ ମଧ୍ୟରେ ୨ ହଜାର ୧୫୦ ଜିଗାଟନର ଭୂପୃଷ୍ଠର ଜଳ କଢାଯାଇଛି । ଏପରିଭାବେ ଭୂତଳ ଜଳକୁ କାଢିବା ଦ୍ବାରା ଏହା ଭୂପୃଷ୍ଠରେ ଜମା ହେବ । ଫଳରେ ସମୁଦ୍ର ପତନର ଉଚ୍ଚତା ୦.୨୪ ଇଞ୍ଚ ବୃଦ୍ଧି ଘଟିବ ।

ଭୂତଳ ଜଳର ପୁନଃ ବଣ୍ଟନ ହେବା ପୃଥିବୀର ଓଜନ ଉପରେ ଏହାର ସିଧା ପ୍ରଭାବ ପଡ଼ୁଛି । ଫଳରେ ପୃଥିବୀର ଅଖ ପୂର୍ବ ଆଡ଼କୁ ସାମାନ୍ୟ ଝୁଲିକି ରହୁଛି । ଯାହାର ପ୍ରଭାବ ପୃଥିବୀର ଘୁର୍ଣ୍ଣନ ଉପରେ ପଡ଼ୁଛି ।

ପ୍ରଥମେ ୨୦୧୬ରେ ବୈଜ୍ଞାନିକ ମାନେ ପୃଥିବୀର ଘୁର୍ଣ୍ଣନ ବଦଳୁଥିବା କଥା ଜାଣିବାକୁ ପାଇଥିଲେ । ଏହାପୁଣି ଭୂତଳ ଜଳର ପୁନଃ ବଣ୍ଟନ ଯୋଗୁଁ ଏପରି ହେଉଥିବା କଥା ଜାଣିବାକୁ ପାଇଥିଲେ । ଏହାସହ ଏହାର ପ୍ରଭାବ ପାଣିପାଗ ଓ ଜଳବାୟୁ ଉପରେ ପଡ଼ୁଛି । ବିଶେଷକରି ଋତୁ ପରିବର୍ତ୍ତନରେ ଏହାର ପ୍ରଭାବ ପଡ଼ୁଛି ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

31 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

41 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

53 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

60 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago