ବିଦୁର ନୀତି : ନର୍କ ସମାନ ହୋଇଥାଏ ଏହି ୩ ଜିନିଷ,ଜୀବନକୁ କରି ଦେଇଥାଏ ନଷ୍ଟ

ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ । ଆସନ୍ତୁ ଜାଣିବା କିଛି ମହତ୍ୱପୂର୍ଣ୍ଣ ବିଦୁର ନୀତି ।

ବିଦୁରଜୀ ନିଜର ନୀତି ଶାସ୍ତ୍ରରେ ଏପରି ୩ ଜିନିଷ ବିଷୟରେ କହିଛନ୍ତି, ଯାହା ମନୁଷ୍ୟଙ୍କ ପାଇଁ କିଛି ନର୍କ ଠାରୁ କମ ନୁହେଁ । ଏମିତି ଜିନିଷ ମନୁଷ୍ୟର ଜୀବନ ଓ ତାର ଆତ୍ମାକୁ ନଷ୍ଟ କରିଥାଏ । ଜାଣନ୍ତୁ କ’ଣ ଏହି ୩ ଜିନିଷ ।

ଲୋଭ :

ମହାତ୍ମା ବିଦୁରଙ୍କ ଅନୁସାରେ କୌଣସି ବ୍ୟକ୍ତିକୁ ଲୋଭ କରିବା ଉଚିତ ନୁହେଁ । ଯଦି ଥରେ ଲୋଭ ଓ ଲାଳସା ଭାବନା ମନରେ ଆସିଯାଏ ତେବେ ତାକୁ ଭୁଲ ରାସ୍ତାରେ ନେଇଯାଏ । ଲୋଭି ବ୍ୟକ୍ତି ତାର ସ୍ୱାର୍ଥ ପାଇଁ କାହାକୁ ବି କ୍ଷତି ପହଞ୍ଚାଇ ଥାଏ ।

କାମ-ବାସନା :

ମହାତ୍ମା ବିଦୁରଙ୍କ ଅନୁସାରେ ଯେଉଁ ବ୍ୟକ୍ତିର କାମ-ବାସନା ପ୍ରବଳ ହୋଇଥାଏ, ତାର ଆତ୍ମାର ସର୍ବନାଶ ହୋଇଥାଏ । ସିଏ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ତାର ନିଦ ଓ ଶାନ୍ତି ନଷ୍ଟ ହୋଇଥାଏ । ଏହି ଲୋକ ନିଜର କାମ-ବାସନା ପାଇଁ କିଛି ବି ଭୁଲ କାମ କରି ବସିଥାଏ । ତେଣୁ ବ୍ୟକ୍ତିକୁ ନିଜର କାମ-ବାସନା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍‌ ।

କ୍ରୋଧ :

ମହାତ୍ମା ବିଦୁରଙ୍କ ଅନୁସାରେ କ୍ରୋଧ ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ । ବିଦୁରଜୀ କୁହନ୍ତି ଯେ କ୍ରୋଧ କାରଣରୁ ମନୁଷ୍ୟ ଭଲ ମନ୍ଦ ବୁଝି ପାରେନା । ଯେଉଁ କାରଣରୁ ବହୁବାର ନିଜର କ୍ଷତି କରିଥାଏ । ତେଣୁ ସର୍ବଦା କ୍ରୋଧ ଠାରୁ ଦୁରରେ ରହିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.