ରାଶି ଅନୁଯାୟୀ ପାଳନ କରନ୍ତୁ ଭାଲେଣ୍ଟାଇନ ଡେ, ସାଥୀଙ୍କୁ ଦିଅନ୍ତୁ ଏହି ଉପହାର

ଭାଲେଣ୍ଟାଇନ ଦିବସକୁ ଅନ୍ୟ ଭାଷାରେ 'ପ୍ରେମ ଦିବସ' ଭାବେ ବି ପାଳନ କରାଯାଏ । ପ୍ରତିବର୍ଷ ଫେବୃଆରୀ ମାସ ୧୪ ତାରିଖରେ ପାଳନ କରାଯାଉଥିବା ଏହି ଦିନକୁ ଚୀନରେ 'ନାଇଟ୍ସ ଅଫ ସେଭେନ୍ସ' ଆଉ କୋରିଆରେ 'ବାଇଟ ଡେ' ନାମରେ ବି ଜଣାଯାଏ ।

ଭାଲେଣ୍ଟାଇନ ଦିବସକୁ ଅନ୍ୟ ଭାଷାରେ ‘ପ୍ରେମ ଦିବସ’ ଭାବେ ବି ପାଳନ କରାଯାଏ । ପ୍ରତିବର୍ଷ ଫେବୃଆରୀ ମାସ ୧୪ ତାରିଖରେ ପାଳନ କରାଯାଉଥିବା ଏହି ଦିନକୁ ଚୀନରେ ‘ନାଇଟ୍ସ ଅଫ ସେଭେନ୍ସ’ ଆଉ କୋରିଆରେ ‘ବାଇଟ ଡେ’ ନାମରେ ବି ଜଣାଯାଏ । କିନ୍ତୁ କେଉଁ କାଳରୁ ଭାରତରେ ଏହାକୁ ‘ବସନ୍ତଉତ୍ସବ’ ନାମରେ ପାଳନ କରାଯାଇଥାଏ । ଆହୁରି ମଧ୍ୟ କୁହାଯାଏ କି ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ବି ଏହି ଦିନଟିକୁ ପ୍ରତିବର୍ଷ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବେ ରାଶି ଅନୁସାରେ କିପରି ପାଳନ କରିବେ ଏହି ଦିନ:

୧. ମେଷ – ଲାଲ, କମଳା, ସିନ୍ଦୁର ରଙ୍ଗର ଗ୍ରୀଟିଙ୍ଗସ କାର୍ଡ ବା ଏହି ସବୁ ରଙ୍ଗର ଗିଫ୍ଟ ନିଜ ସାଥୀଙ୍କୁ ଦିଅନ୍ତୁ । ଏହା ସହ ଗଣେଶ ଓ ହନୁମାନଙ୍କ ଏହି ରଙ୍ଗରେ ଫୁଲରେ ପୂଜା କରନ୍ତୁ ।

 

୨. ବୃଷ- ଧଳା ରଙ୍ଗର ବା ଅନ୍ୟ କୌଣସି ହାଲ୍କା ରଙ୍ଗର କାର୍ଡ଼ ବା ଏହି ରଙ୍ଗର ଫୁଲଭର୍ତ୍ତି ଫୁଲତୋଡ଼ା ଭେଟ ଆକାରରେ ଦିଅନ୍ତୁ । ଭେଟ ପୂର୍ବରୁ ମା’ ସରସ୍ବତୀଙ୍କ ପୂଜା ବି ନିହାତି କରନ୍ତୁ ।

 

୩. ମିଥୁନ – ସବୁଜ ରଙ୍ଗର ଚିତ୍ରିତ କାର୍ଡ ବା ସବୁଜ ଫୁଲ ଭେଟ ଆକାରରେ ନିହାତି ଦିଅନ୍ତୁ । ସେହି ଦିନ ମା’ ସାକମ୍ଭରିଙ୍କ ପୂଜା ନିହାତି ଭାବେ କରନ୍ତୁ ।

 

୪. କର୍କଟ – ଧଳା ରଙ୍ଗର କାର୍ଡ ବା ଫୁଲଭର୍ତ୍ତି ଫୁଲ ତୋଡ଼ା ଗିଫ୍ଟ ଆକାରରେ ଦିଅନ୍ତୁ । ସକାଳେ ଗାଧେଇବା ପରେ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ | ନିଶ୍ଚିତ ରୂପେ ଶୁଭଫଳ ପ୍ରାପ୍ତି ହେବ ।

 

୫. ସିଂହ – ରକ୍ତ ବର୍ଣ୍ଣର ଗୋଲାପ ତୋଡ଼ା ବା ଫୁଲ ଚିତ୍ର ହୋଇଥିବା କାର୍ଡ ନିଜ ପ୍ରିୟ ସାଥୀଙ୍କୁ ଭେଟ ଆକାରରେ ଦିଅନ୍ତୁ । ଭଗବାନ ରାମଙ୍କୁ ବି ଏହି ରଙ୍ଗର ଫୁଲ ଭେଟ ଆକାରରେ ଦିଅନ୍ତୁ ।

 

୬. କନ୍ୟା – ଧଳା, ସବୁଜ ବା ଶୁଆ ରଙ୍ଗର ଫୁଲତୋଡ଼ା ବା କାର୍ଡ ଭେଟ ଆକାରରେ ମା’ ଅନ୍ନପୂର୍ଣ୍ଣାଙ୍କୁ ଦାନ କରନ୍ତୁ ।

 

୭. ତୁଳା- ଧଳା, କ୍ରିମ, ହାଲ୍କା ରଙ୍ଗର ତୋଡ଼ା ବା ଏହି ସବୁ ରଙ୍ଗର କୌଣସି ଏକ କାର୍ଡ ମା’ ଲକ୍ଷ୍ମୀଙ୍କୁ ଚଢନ୍ତୁ । ପରେ ନିଜ ସାଥୀଙ୍କୁ ଏହି ସବୁ ରଙ୍ଗର ବସ୍ତୁ ବି ଦାନ କରନ୍ତୁ ।

 

୮. ବିଛା- ରକ୍ତ ବର୍ଣ୍ଣର ସିନ୍ଦୁର ତଥା ଫୁଲରେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ ।

 

୯. ଧନୁ – ହଳଦିଆ ତଥା କ୍ରିମ ରଙ୍ଗର ଫୁଲରେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ ।

 

୧୦ . ମକର- ନୀଳ ବା ଜାମୁକୋଳି ରଙ୍ଗର ଫୁଲରେ ଭଗବାନ ଶିବଙ୍କ ପୂଜା ନିହାତି ଭାବେ କରନ୍ତୁ ।

 

୧୧. କୁମ୍ଭ – ନୀଳ ଅଥବା ଜାମୁ କୋଳି ରଙ୍ଗର ଫୁଲ ଶନି ମନ୍ଦିରରେ ଭଗବାନ ଶନିଙ୍କୁ ଭେଟ ଆକାରରେ ଦିଅନ୍ତୁ ।

 

୧୨. ମୀନ- ହଳଦିଆ, କ୍ରିମ, କମଳା ବର୍ଣ୍ଣର କାର୍ଡ ବା ଫୁଲ ତୋଡ଼ା ସାଥୀଙ୍କୁ ଦିଅନ୍ତୁ । ଏହି ରଙ୍ଗର ଫୁଲରେ ମା’ ଦୁର୍ଗାଙ୍କ ପୂଜା ବି କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.