ଜାଣନ୍ତୁ ଏସିଡ୍ ବର୍ଷା କ’ଣ ? କିପରି ହୋଇଥାଏ ଏହି ବର୍ଷା
ଆପଣମାନେ ଜାଣିଥିବେ ବର୍ଷାରେ ଓଦା ହେବାର କିଛି ଅଲଗା ହିଁ ମଜା ରହିଥାଏ । ତେବେ କିଛି ଦିନ ପୂର୍ବରୁ ଯେତେବେଳେ ପ୍ରବଳ ଗରମ ପରେ ମୌସୁମୀ ପ୍ରବେଶ କଲା, ସେତେବେଳେ ସମସ୍ତେ ବହୁତ ଓଦା ହୋଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆମର ପୂର୍ବରୁ ଲୋକମାନେ ମୌସୁମୀର ପ୍ରଥମ ବର୍ଷାରେ ଓଦା ହେବାକୁ କାହିଁକି ମନା କରନ୍ତି ? ଏହା ବ୍ୟତୀତ ଆପଣ ଜାଣନ୍ତି କି ପ୍ରଥମ ବର୍ଷାକୁ ଏସିଡ୍ ବର୍ଷା କାହିଁକି କୁହାଯାଏ ? ଯଦି ଆପଣ ଜାଣି ନାହାଁନ୍ତି ତେବେ ଆସନ୍ତୁ ଏହି ବିଷୟରେ ଜାଣିବା ।
ଏସିଡ୍ ବର୍ଷା କାହିଁକି କୁହାଯାଏ ?
ଏସିଡ୍ ବର୍ଷା ହେଉଛି ଏକ ପ୍ରକାର ବର୍ଷା ଯାହା ଅସାଧାରଣ ଭାବରେ ଅମ୍ଳୀୟ ହୋଇଥାଏ । ଏହା ହେବାର ମୁଖ୍ୟ କାରଣ ହେଉଛି ଇଣ୍ଡଷ୍ଟ୍ରି ଏବଂ ଜୀବାଶ୍ମରୁ ବାହାରୁ ଥିବା ସଫଲର ଏବଂ ନାଇଟ୍ରୋଜେନର ଅକ୍ସାଇଡ୍, ଧୂଳି, କଣିକା ଏବଂ ବାୟୁ ପ୍ରଦୂଷଣ ହୋଇଥାଏ । ଏଥିରେ ଅତ୍ୟଧିକ ପରିମାଣର ଏସିଡ୍ ଥାଏ । ଯେତେବେଳେ କୌଣସି ଅନାବଶ୍ୟକ ଉପାଦାନ ବାୟୁମଣ୍ଡଳର ଶୁଦ୍ଧ ବାୟୁକୁ ଆସେ । ଏପରି ଭାବେ ଯଦି ଏହାର ପରିମାଣ ଅଧିକ ଥାଏ, ତେବେ ଏହା ଏସିଡ୍ ବର୍ଷା ସୃଷ୍ଟି କରିଥାଏ ।
ଏସିଡ୍ ବର୍ଷା କ’ଣ ?
ଏସିଡ୍ ବର୍ଷା ହେଉଛି ଅସ୍ୱାଭାବିକ ଅମ୍ଳୀୟ ବର୍ଷା । ଏହି ଅମ୍ଳୀୟ ବର୍ଷା, ହାଲୁକା, କୁହୁଡି, ତୁଷାର ଆକାରରେ ପଡେ । ଇଣ୍ଡଷ୍ଟିରେ ହେଉଥିବା କାମ ଦ୍ୱାରା ଉତ୍ପାଦିତ ସଲଫର ଏବଂ ନାଇଟ୍ରୋଜେନର ଅକ୍ସାଇଡ୍ ଏବଂ ଜୀବାଶ୍ମ ଇନ୍ଧନର ଜାଳେଣି ଦ୍ୱାରା ଏହା ସୃଷ୍ଟି ହୁଏ । ଯାହା ବାୟୁରେ ଜଳ ସହିତ ମିଶି ଏସିଡ୍ ସୃଷ୍ଟି କରୁଥିବା ଗ୍ୟାସର ମୁଖ୍ୟ ଉତ୍ସ ସୃଷ୍ଟି କରିଥାଏ ।
ଏସିଡ୍ ବର୍ଷାର ମୁଖ୍ୟ କାରଣ :
ଏସିଡ୍ ବର୍ଷା ମୁଖ୍ୟତଃ ମାନବ କାରଣରୁ ହୋଇଥାଏ । କାରଖାନାର, ଡିଜେଲ ଏବଂ ପେଟ୍ରୋଲରୁ ବାହାରୁଥିବା ଧୂଆଁ ସଲଫର ଅକ୍ସାଇଡ୍ ଏବଂ ନାଇଟ୍ରୋଜେନ୍ ଅକ୍ସାଇଡ୍ ଆକାରରେ ଏସିଡ୍ ବର୍ଷା କରିଥାଏ । ଏହା ବ୍ୟତୀତ ଚୁଲିରେ କୋଇଲା ଜାଳେଣିରୁ ସଲଫର ଗ୍ୟାସ ମଧ୍ୟ ବାହାରେ । ଏୟାର କଣ୍ଡିସନର, ପାୱାର ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ କାରଣରୁ ସଲଫର ମଧ୍ୟ ବାହାରିଥାଏ । ଏଠାରେ ସଲଫର ବର୍ଷା ଜଳ ଉପରେ ପ୍ରଭାବ ପକାଇଥାଏ । ଏହି ବର୍ଷା ଏସିଡ୍ ବର୍ଷାର ମୁଖ୍ୟ କାରଣ ବୋଲି କୁହାଯାଏ ।
ଏସିଡ୍ ବର୍ଷାର ପ୍ରଭାବ :
ଏସିଡ୍ ବର୍ଷା ଗଛ ପାଇଁ ଖରାପ ହୋଇଥାଏ । ଏହା ଗଛଗୁଡିକର ପତ୍ରକୁ ନଷ୍ଟ କରିପାରେ ଏବଂ ସେମାନଙ୍କୁ ବଢିବାରୁ ରୋକି ପାରେ । ଏହା ଜଳବାୟୁକୁ ମଧ୍ୟ ପ୍ରଭାବିତ କରିଥାଏ, କାରଣ ଏହା ଜଳକୁ ଖରାପ କରିପାରେ । ଏସିଡ୍ ବର୍ଷା ନଦୀର ଜୀବଜନ୍ତୁଙ୍କ ଜୀବନ ଉପରେ ପ୍ରଭାବ ପକାଇପାରେ । ଏସିଡ୍ ବର୍ଷା ଯୋଗୁଁ ତାଜମହଲ ଉପରେ ଥିବା ମାର୍ବଲ ହଳଦିଆ ହୋଇଯାଉଛି । ଏସିଡ୍ ବର୍ଷା ହେତୁ ବିଲ ଜମିର ମାଟି ମଧ୍ୟ ଅମ୍ଳୀୟ ହୋଇଯାଏ ଏବଂ ଏହା କ୍ଷେତ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ମାଟିରେ ମିଳୁଥିବା ଜୀବଜନ୍ତୁମାନଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ଏବଂ ଏହା ସହିତ ମାଟି ମଧ୍ୟ ପ୍ରଦୂଷିତ ହୁଏ । ଯେଉଁ କାରଣରୁ ସମସ୍ତଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ କୁହାଯାଏ ଯେ ବର୍ଷର ପ୍ରଥମ ବର୍ଷାରେ ଓଦା ହେବା ଉଚିତ ନୁହେଁ । ଏହା ସହ ଏପରି ଭାବେ ଏହି ବର୍ଷାକୁ ଏସିଡ୍ ବର୍ଷା ମଧ୍ୟ କୁହାଯାଏ ।