ଦୁନିଆର ସବୁଠୁ ମହଙ୍ଗା ପାଣି ବୋତଲର ଦାମ ହେଉଛି ୪୫ ଲକ୍ଷ ଟଙ୍କା

ଜଳ ହିଁ ଜୀବନ । ଏହି କଥା ଆମେ କାହିଁ କେତେ କାଳରୁ ଶୁଣି ଆସୁଛୁ । କାରଣ ସମଗ୍ର ସୃଷ୍ଟି ଜଳ ଉପରେ ନିର୍ଭରଶୀଳ । କିନ୍ତୁ ଏହାର ପ୍ରକୃତ ଦାମ କିଏ ବା ଲଗାଇବ। ତେବେ ଦୁନିଆ ଏବେ ଯେତେ ଆଧୁନିକ ହେଉଛି ତା ସହ ପ୍ରତିଟି ଜିନିଷର ଦାମ୍‌ ମଧ୍ୟ ବଢ଼ୁଛି। ଆଜି ଆମେ ଏହି ଜଳର ପ୍ରକୃତ ଦାମ ଆପଣଙ୍କୁ କହିବୁ ।

ଦୁନିଆରେ ପ୍ରାୟତଃ କିଛି ଜିନିଷକୁ ଅନେକ ନାମୀଦାମୀ କମ୍ପାନୀ ନିଜ ବ୍ରାଣ୍ଡ ନାମରେ ତିଆରି କରି ବଜାରରେ ବିକ୍ରି କରିଥାନ୍ତି। ବ୍ରାଣ୍ଡ ଭିନ୍ନ ହେବା ସହ ଦାମ୍‌ ମଧ୍ୟ ଭିନ୍ନ ହୋଇଥାଏ। ତେବେ ଆଜି ଆମେ ବ୍ରାଣ୍ଡେଡ ପାଣି ବୋତଲ କଥା ଆପଣଙ୍କୁ କହିବୁ। ଯାହାର ଦାମ ଏତେ ଅଧିକ ରହିଛି ଯେ ଆପଣ ଚାହିଁଲେ ସେହି ଟଙ୍କାରେ ମର୍ସିଡିଜ କାର ମଧ୍ୟ କିଣିପାରିବେ।

ଦୁନିଆରେ Acqua di Cristallo tribute a Modigilani ସବୁଠାରୁ ମହଙ୍ଗା ପାଣି ବୋତଲ । ଏହାକୁ କରିବାର ପ୍ରୋସେସ ମଧ୍ୟ କମ୍ପାନୀର ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଫିଜି ଓ ଫ୍ରାନ୍ସରେ ଏକ ନାଚୁରାଲ ସ୍ପରିଙ୍ଗ ପ୍ରକ୍ରିୟାରେ ମାନେ ଭୂମିତଳୁ ପାଣି ବାହାର କରି ତାହାକୁ ବିଶୁଦ୍ଧ କରାଯାଇ ବିକ୍ରି କରାଯାଏ। ଏହାର ପ୍ୟାକିଂ ପାଇଁ ମଧ୍ୟ ଅନେକ ଅର୍ଥ ଖର୍ଚ୍ଚ ହୋଇଥାଏ । ସୂଚନା ଅନୁଯାୟୀ ଏହି ପାଣିର ଟେଷ୍ଟ ଅନ୍ୟ ପାଣିଠୁ ସମ୍ପୂର୍ଣ୍ଣ ଅଲଗା ।

ତେବେ ଏହି ପାଣିର ଦାମ ରହିଛି ୪୫ ଲକ୍ଷ ଟଙ୍କା । ତେବେ ବୋତଲରେ ମାତ୍ର ରହିଥାଏ ୭୫୦ ମିଲି ପାଣି। କିନ୍ତୁ ଏହାର ଦାମ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ୧ଲିଟରଠୁ କମ୍‌ ଥିବା ଏହି ପାଣି ବୋତଲର ଦାମ ରହିଛି ୪୫ ଲକ୍ଷଟଙ୍କା । ଏହାର କାରଣ ହେଉଛି ଏହି ପାଣି ବୋତଲଟି ସମ୍ପୂର୍ଣ୍ଣ ରୂପେ ସୁନାରେ ତିଆରି ହୋଇଥାଏ। ୨୪ କ୍ୟାରେଟ ପ୍ୟୁର ଗୋଲ୍ଡରେ ତିଆରି ହୋଇଥାଏ ଏହି ବୋତଲ। ଏହାକୁ ତିଆରି କରିଛନ୍ତି ଦୁନିଆର ପ୍ରସିଦ୍ଧ ବୋତଲ ଡିଜାଇନର ଫନାର୍ଡା ଅଲତା ମିରାନୋ । ଏହି ପାଣି ନର୍ମାଲ ପାଣି ଠୁ ଅଧିକ ଏନର୍ଜେଟିକ ହୋଇଥାଏ। ଏହାସହ ବୋତଲଟି ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇଥିବାରୁ ଏହାର ଦାମ ଅଧିକ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.