ଦିନେ ଥିଲେ ହିରୋଇନ୍, ଆଜି ଚା ବିକି ଚଳାଉଛନ୍ତି ପରିବାର
ଦିନଥିଲା ଅନ୍ନପୂର୍ଣ୍ଣା ବି ଗ୍ରୁପର ହିରୋଇନ ଭୂମିକାରେ ଅଭିନୟ କରି ୧୦୦୦ ରୁ ଊର୍ଦ୍ଧ୍ବ ନାଟକରେ ଅଭିନୟ ସହିତ ସିନେମା ଓ ମଞ୍ଚ ନାଟକରେ ଅଭିନୟର ଛାଇ ଛାଡିଛନ୍ତି ବାସନ୍ତୀ ଅପା। ଆଜି ସେ ପରିବାର ପୋଷିବା ପାଇଁ ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି।

ଜଗତସିଂପୁର(କେନ୍ୟୁଜ୍): ଜଣେ କଳାକାର ତାର ସବୁ ଦୁଃଖକୁ ପେଟ ଭିତରେ ରଖି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥାଏ ନାଚଗୀତ ଠାରୁ ଆରମ୍ଭ କରି ଥିଏଟର,ଯାତ୍ରା ,ସିନେମା ଆଦି ରଙ୍ଗ ମଞ୍ଚରେ ଅଭିନୟ କରି ବେଶ ସୁନାମ ଅର୍ଜନ କରିଥାଏ। ଦର୍ଶକଙ୍କ ତାଳି ମାଡ଼ରେ କମ୍ପିଉଠେ ମଞ୍ଚ। କିନ୍ତୁ ପରିଣତ ବୟସରେ ସେମାନେ କିପରି ଅଛନ୍ତି , କଣ କରୁଛନ୍ତି କେହି କେବେ ଚିନ୍ତା କରି ନାହାନ୍ତି। ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅଳା ପଂଚାୟତ ମକରମପୁର ଗାଁ ର ସାଗର ବାଳା ପଟ୍ଟନାୟକ ଓରଫ ଏହି ବାସନ୍ତୀ ଅପାଙ୍କ କଥା । ଯିଏ କାଲି ଥିଏଟର ରେ ହିରୋଇନ ଭୂମିକାରେ ଅଭିନୟ କରୁଥିଲେ, ହେଲେ ଆଜି ସେ ପରିବାର ପୋଷିବା ପାଇଁ ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି।
ଦିନଥିଲା ଅନ୍ନପୂର୍ଣ୍ଣା ବି ଗ୍ରୁପର ହିରୋଇନ ଭୂମିକାରେ ଅଭିନୟ କରି ୧୦୦୦ ରୁ ଊର୍ଦ୍ଧ୍ବ ନାଟକରେ ଅଭିନୟ ସହିତ ସିନେମା ଓ ମଞ୍ଚ ନାଟକରେ ଅଭିନୟର ଛାଇ ଛାଡିଛନ୍ତି ବାସନ୍ତୀ ଅପା। ୧୯୬୫ ମସିହାରେ ସେତବେଳର ସେ ସାମାଜିକ ପ୍ରତିବନ୍ଧକକୁ ଏଡାଇ ଯୋଗାଦେଇଥିଲେ କଟକ ର ଅନ୍ନପୂର୍ଣ୍ଣା ବି ଗ୍ରୁପରେ। ସେତେବେଳର ଭାନୁମତିର ଖେଳରେ ସିଲି ଭୂମିକା ,ଦେବଦତ୍ତ ରେ ସରୋବତୀ ଭୂମିକାରେ ସାରା ଓଡ଼ିଶାରେ ଚହଳ ପକାଇଥିଲେ ବାସନ୍ତୀ ଅପା ।
୭୦ ଓ ୮୦ ଦଶକରେ ବେଶ ହୃଦୟ ସ୍ପର୍ଶି ଥିଲା । ଖାଲି ସେତିକି ନୁହେଁ ପୁଣି “ସେସଶ୍ରାବଣ” ଚଳଚିତ୍ରରେ ସନିଆର ମା ଭୂମିକାରେ ବେଶ ଲୋକାଦୃତ ହୋଇଥିଲା ,କିନ୍ତୁ ଆଜି ଏହି ଅବସ୍ଥାରେ କଟୁଛି ଜୀବନ। କଟକ ର ଅନ୍ନପୂର୍ଣ୍ଣା ବି ଗ୍ରୁପ କଳାକାର ବାସନ୍ତୀ ଅପା ଆଜି ବୟସର ଅପରାହ୍ନରେ ରାଉତ ଛକ ଠାରେ କେଟିଲରୁ ଚା ଗିଲାସରେ ଢାଳି ହାତକୁ ତା ହାତକୁ ବଢାଉଛନ୍ତି ।
ଏପଟେ ଦଇବ ବି ଦୁଃଖ ଦେଇଛି ବାସନ୍ତୀ ଅପାକୁ। ସ୍ୱାମୀ ବାବାଜୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ପରେ ଗ୍ରାମକୁ ଫେରି ପରିବାରର ବୋଝକୁ ମୁଣ୍ଡାଇ ଦୁଇ ଭଉଣୀଙ୍କୁ ବିବାହ କରାଇବା ସହିତ ବାପା ମା ଙ୍କ କଥା ବୁଝି ଥିଲେ। ପରେ ସେମାଙ୍କୁ ହରାଇବା ପରେ ଏକମାତ୍ର ପୁଅ ଏକ ଗାଡି ଦୁର୍ଘଟଣା ପରେ ଏବେ ପାଗଳ ପ୍ରାୟ। ବୋହୂ ଓ ଦୁଇ ନାତୁଣୀକୁ ଏହି ଚା ବିକି ଗୁଜୁରାଣ ମେଣ୍ଟାଉଛନ୍ତି ବାସନ୍ତୀ ଅପା। ୫ କିଲୋ ଚାଉଳ ୧୨୦୦ ଟଙ୍କା ଭତା ସେ ପୁଣି କେତେବେଳେ ମିଳୁଛି ତ କେତେବେଳେ ନା। ହିଁ ଏହାକୁ ଛାଡିଦେଲେ ମୁଣ୍ଡାଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ।
ଆମେ ଗତକାଲି ପାଳନ କରିଛେ ବିଶ୍ୱନାଟ ଦିବସ । କିନ୍ତୁ ନାଟକର କଳାକାର ଆଜି ଅବହେଳିତ । ବାସନ୍ତୀ ଅପାଙ୍କ ମୁଣ୍ଡରେ ପାଞ୍ଚପ୍ରାଣୀ କୁଟୁମ୍ବ। ପୁଣି ଦୁଇ ନାତୁଣୀଙ୍କ ପାଠପଢ଼ା। ବର୍ତମାନ ୭୩ ବର୍ଷ ପରିଣତ ବୟସରେ ତଥାପି ହାରି ନାହାନ୍ତି ଚେଷ୍ଟା କରୁଛନ୍ତି ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ । ଏବେ ସବୁ କଳା କେଟିଲ ଭିତରେ ରହିଯାଇଛି, ଆଶା ରହିଛି ବୋଧ ହୁଏ ଆମ ଜରିଆରେ ସରକାର ତାଙ୍କ ଦୁଃଖ ଲାଘବ କରିବେ।