ସ୍ପେଶାଲ

ଶନିଙ୍କ ଦୁଷ୍ପ୍ରଭାବରୁ ଦୂରେଇ ରହିବା ପାଇଁ କରନ୍ତୁ ନାହିଁ ଏହିସବୁ କାମ, ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ। ବ୍ୟକ୍ତି ଯେପରି କର୍ମ କରିଥାଏ ଠିକ୍‌ ସେହିପରି ଫଳ ମିଳିଥାଏ ବୋଲି କୁହାଯାଇଥାଏ। ଜ୍ୟୋତିଷଶାସ୍ତ୍ରର ବିଦ୍ୱାନମାନଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି ଯୋଗ ରହିଥାଏ ସେହି ବ୍ୟକ୍ତିମାନେ ନିଜ କାମ ଉପରେ ସର୍ବଦା ନଜର ରଖିବା ଉଚିତ। ସେହିଭଳି କୁଣ୍ଡଳୀରେ ଶନିଙ୍କ ଯୋଗ ଥିବା ସମୟରେ ଭୁଲ୍‌ କାମ କରିବା ଦ୍ୱାରା ଦୁଷ୍ପ୍ରଭାବ ପ୍ରାପ୍ତି ହୋଇଥାଏ। ଏହିକାରଣରୁ ଏହି ସମୟରେ ବ୍ୟକ୍ତିମାନେ ଭଲ କାମ କରିବା ଉଚିତ।

ଏହି ସମୟରେ ମଦ, ମାଂସ ସେବନ କରିବା ଅନୁଚିତ। କୁହାଯାଇଥାଏ ମାଂଯସ ଖାଇବା ଦ୍ୱାରା ହତ୍ୟାର ପାପ ଲାଗିଥାଏ। ଶନିଙ୍କ ଦୃଷ୍ଟି ପଡିବା ସମୟରେ ହିଂସାତ୍ମକ ଗତିବିଧି ଠାରୁ ଦୂରେଇ ରହିବା ଉଚିତ। ମହିଳାଙ୍କ ସହ ଅସଭ୍ୟ ବ୍ୟବହାର ଏବଂ ଅଭଦ୍ର ଶଦ୍ଧ ବ୍ୟବହାର କରିବା ଅନୁଚିତ। ଶନି ଭଗବାନଙ୍କୁ ପକ୍ଷୀ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ କୁଣ୍ଡଳୀରେ ଶନିଙ୍କ ଯୋଗ ଥିବା ସମୟରେ କୌଣସିବି ପକ୍ଷୀକୁ ବନ୍ଦୀ କରି ରଖନ୍ତୁ ନାହିଁ କିମ୍ବା ତା ଉପରେ କୌଣସି ଅତ୍ୟାଚାର କରନ୍ତୁ ନାହିଁ। ସେହିଭଳି ଏହି ସମୟରେ ଜୁଆ ଖେଳିବା ଅନୁଚିତ। କୌଣସି ବ୍ୟକ୍ତିଙ୍କୁ ଜାଣିଶୁଣି ଅସୁବିଧାରେ ପକାନ୍ତୁ ନାହିଁ। ଏଥିସହ ମାତା-ପିତା ଏବଂ ଗୁରୁଜନଙ୍କ ସେବା କରନ୍ତୁ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago